ତିଆରି ହେବ ଭଙ୍ଗା ଯାଇଥିବା ଶିବ ମନ୍ଦିର

ଜୟପୁର: ରାଜସ୍ଥାନର ଅଲୱର ଜିଲ୍ଲା ରାଜଗଡ଼ଠାରେ ଭଙ୍ଗାଯାଇଥିବା ୩ଟି ମନ୍ଦିରକୁ ନେଇ ବିବାଦ ଉପୁଜିଥିଲା। ମନ୍ଦିର ଭଙ୍ଗାକୁ ନେଇ ରାଜନୀତି ମଧ୍ୟ ଜୋରି ଧରିଥିଲା। ଏହା ପରେ ସରକାର ମତ୍ତ ରଖି ଏହାର ପୁନଃନିର୍ମାଣ କରାଯିବ ବୋଲି କହିଛନ୍ତି।  ମନ୍ଦିର ଭଙ୍ଗାକୁ ନେଇ ରାଜନୀତି ବଢିବାପରେ ରାଜ୍ୟ ସରକାର ଏପରି ସୂଚନା ଦେଇଛନ୍ତି ।  ମନ୍ଦିର ଭଙ୍ଗାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଏହି ପ୍ରସଙ୍ଗକୁ ନେଇ ବିଜେରି ଅଯଥା ରାଜନୀତି କରୁଛି […]

Temple

Temple

Tapas Behera
  • Published: Saturday, 23 April 2022
  • Updated: 23 April 2022, 09:19 PM IST

Sports

Latest News

ଜୟପୁର: ରାଜସ୍ଥାନର ଅଲୱର ଜିଲ୍ଲା ରାଜଗଡ଼ଠାରେ ଭଙ୍ଗାଯାଇଥିବା ୩ଟି ମନ୍ଦିରକୁ ନେଇ ବିବାଦ ଉପୁଜିଥିଲା। ମନ୍ଦିର ଭଙ୍ଗାକୁ ନେଇ ରାଜନୀତି ମଧ୍ୟ ଜୋରି ଧରିଥିଲା। ଏହା ପରେ ସରକାର ମତ୍ତ ରଖି ଏହାର ପୁନଃନିର୍ମାଣ କରାଯିବ ବୋଲି କହିଛନ୍ତି।  ମନ୍ଦିର ଭଙ୍ଗାକୁ ନେଇ ରାଜନୀତି ବଢିବାପରେ ରାଜ୍ୟ ସରକାର ଏପରି ସୂଚନା ଦେଇଛନ୍ତି ।  ମନ୍ଦିର ଭଙ୍ଗାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଏହି ପ୍ରସଙ୍ଗକୁ ନେଇ ବିଜେରି ଅଯଥା ରାଜନୀତି କରୁଛି ବୋଲି କଂଗ୍ରେସ କହିଛି । ଏହି ମନ୍ଦିରଟି ଏକ ବେଆଇନ ସ୍ଥାନରେ ନିର୍ମାଣ ହୋଇଥିଲା ଓ ଏହା ସହରର ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ରାଜସ୍ଥାନର ଅଲୱାର ଠାରେ ଥିବା ୩୦୦ ବର୍ଷ ପୁରୁଣା ଗୋଟିଏ ଶିବ ମନ୍ଦିରକୁ ଭଙ୍ଗା ଯାଇଥିଲା।

ବୁଲଡୋଜର ଦ୍ୱାରା ମନ୍ଦିର ଭଙ୍ଗା ଯିବାକୁ ବିରୋଧ କରି ନଗର ପଞ୍ଚାୟତର ଇଓ, ସବ ଡିଭିଜନାଲ ମାଜିଷ୍ଟ୍ରେଟ ଓ ରାଜଗଡ଼ ବିଧାୟକଙ୍କ ନାଁରେ ପୁଲିସ୍‌ କେସ୍‌ କରିବାକୁ ଦାବି କରାଯାଇଛି। କିନ୍ତୁ ଏଯାଏ କୌଣସି ପ୍ରକାରର କେସ୍‌ ଫାଇଲ କରାଯାଇନି। ମନ୍ଦିର ଭଙ୍ଗା ଭିଡିଓକୁ ପୋଷ୍ଟ କରି ବିଜେପି ନେତା ଅମିତ ମାଲବ୍ୟ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାଜସ୍ଥାନର ଅଲୱାରେ ବିକାଶ ନାଁରେ ୩୦୦ ବର୍ଷର ପୁରୁଣା ମନ୍ଦିରକୁ ଭଙ୍ଗା ଯାଇଛି। କରୋଲି ଓ ଜାହାଙ୍ଗୀରପୁରୀ ଘଟଣାରେ କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ହିନ୍ଦୁ ଆସ୍ଥାକୁ କ୍ଷୁଣ୍ଣ କରିବା ହିଁ କଂଗ୍ରେସର ପ୍ରକୃତ ଧର୍ମନିରପେକ୍ଷତା ବୋଲି ସେ କହିଛନ୍ତି। ଆଉ ଏକ ଟ୍ୱିଟରେ ସେ କହିଛନ୍ତି, “ଏପ୍ରିଲ ୧୮ରେ କଂଗ୍ରେସ ସରକାର ବିନା ନୋଟିସରେ ରାଜଗଡ଼ରେ ଥିବା ୮୫ ଜଣ ହିନ୍ଦୁଙ୍କ ପକ୍କା ଘର ଓ ଦୋକାନକୁ ଭାଙ୍ଗି ଦେଇଛନ୍ତି।”

ଅନ୍ୟପକ୍ଷରେ ବିଜେପିର ଦାବିକୁ ରାଜସ୍ଥାନ ମନ୍ତ୍ରୀ ପ୍ରତାପ ସିଂହ ମିଛ ବୋଲି କହିଛନ୍ତି। ସେ କହିଛନ୍ତି, ରାଜଗଡ଼ ଅର୍ବାନ ବଡିଜ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଜଣେ ବିଜେପି ସଦସ୍ୟ। ସେ ହିଁ ମନ୍ଦିର ଓ ଘର ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିଲେ। ଅଧ୍ୟକ୍ଷ ମନ୍ଦିର ଓ ଘର ଭାଙ୍ଗିବାକୁ କହିଥିବା ବେଳେ ଏହାକୁ କଂଗ୍ରେସ ବିଧାୟକ ବିରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos