କାଳୀପୂଜା ପେଣ୍ଡାଲକୁ ଉଡ଼ାଇ ନେଲା ବାତ୍ୟା ‘ସିତ୍ରାଙ୍ଗ’

କୋଲକାତା: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମବଙ୍ଗରେ ନିଜ ଭୟଙ୍କର ରୂପ ଦେଖାଇଛି ବାତ୍ୟା ସିତ୍ରାଙ୍ଗ। ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ସିତ୍ରାଙ୍ଗ ଅଧିକ ଭୟଙ୍କର ହେଉଥିବା ବେଳେ ତାପୂର୍ବରୁ ବେଙ୍ଗଲରେ ତାର ପ୍ରଭାବ ଦେଖିବାକୁ ମିଳିଛି। ସେଠାରେ ପ୍ରବଳ ବେଗରେ ପବନ ବହିବାରୁ କୋଚ ବିହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ଏକ ପେଣ୍ଡାଲକୁ ଉଡ଼ାଇନେଇଛି । ଅନ୍ୟପଟେ ସାଇକ୍ଲୋନିକ ଷ୍ଟର୍ମ ସିତ୍ରାଙ୍ଗ ଖୁବଶୀଘ୍ର ଭୀଷଣ ବାତ୍ୟା ରୂପ ନେବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର […]

tttt

  • Published: Monday, 24 October 2022
  • , Updated: 24 October 2022, 07:26 PM IST

କୋଲକାତା: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମବଙ୍ଗରେ ନିଜ ଭୟଙ୍କର ରୂପ ଦେଖାଇଛି ବାତ୍ୟା ସିତ୍ରାଙ୍ଗ। ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ସିତ୍ରାଙ୍ଗ ଅଧିକ ଭୟଙ୍କର ହେଉଥିବା ବେଳେ ତାପୂର୍ବରୁ ବେଙ୍ଗଲରେ ତାର ପ୍ରଭାବ ଦେଖିବାକୁ ମିଳିଛି। ସେଠାରେ ପ୍ରବଳ ବେଗରେ ପବନ ବହିବାରୁ କୋଚ ବିହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ଏକ ପେଣ୍ଡାଲକୁ ଉଡ଼ାଇନେଇଛି । ଅନ୍ୟପଟେ ସାଇକ୍ଲୋନିକ ଷ୍ଟର୍ମ ସିତ୍ରାଙ୍ଗ ଖୁବଶୀଘ୍ର ଭୀଷଣ ବାତ୍ୟା ରୂପ ନେବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ଏହାର ପ୍ରଭାବ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିବା ବେଳେ ଆଜି କୋଚ ବେହେରାଠାରେ କାଳୀ ପୂଜା ମଣ୍ଡପ ଭୁଶୁଡ଼ି ପଡ଼ିଥିଲା। ସୋମବାର ସକାଳେ କୋଚ ବିହାରଠାରେ ମଧ୍ୟ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି। ଏହା ପରେ ଅପରାହ୍ନରେ ପ୍ରବଳ ଝଡ଼ ପବନ ହୋଇଥିଲା। ପଶ୍ଚିମବଙ୍ଗ ପାଇଁ ଭୀଷଣ ବର୍ଷା ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଦକ୍ଷିଣ ବେଙ୍ଗଲ ଜିଲ୍ଲାର ଏକାଧିକ ଅଞ୍ଚଳରେ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟା ମୁକାବିଲା ପାଇଁ ପଶ୍ଚିମବଙ୍ଗ ସରକାର ଆଲର୍ଟ ଅଛନ୍ତି।  ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ପଶ୍ଚିମବଙ୍ଗର ବଖାଲି ସମୁଦ୍ର କୂଳରେ ଲୋକଙ୍କୁ ଘଉଡାଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ବାତ୍ୟା ପଶ୍ଚିମବଙ୍ଗର ସାଗର ଦ୍ୱୀପଠାରୁ ପ୍ରାୟ ୫୨୦ କିଲୋମିଟର ଏବଂ ବାଂଲାଦେଶର ବରିସାଲର ୬୭୯ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଅଛି।

Related story