୩୧% କମିଲା ସଂକ୍ରମଣ, କିନ୍ତୁ ଟିପିଆର ଏବେ ବି ୨୮%

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ଟେଷ୍ଟ ପଜିଟିଭିଟି ରେଟ (ଟିପିଆର) ଏବେ ବି ୨୮% ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୨,୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ରବିବାର ତୁଳନାରେ ୩୧% କମ। କାରଣ ରବିବାର ଦିଲ୍ଲୀରେ ୧୮,୨୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଦିନକରେ କରୋନା ଆଉ ୨୪ […]

Delhi

Hemant Lenka
  • Published: Monday, 17 January 2022
  • , Updated: 17 January 2022, 07:20 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ଟେଷ୍ଟ ପଜିଟିଭିଟି ରେଟ (ଟିପିଆର) ଏବେ ବି ୨୮% ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୨,୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ରବିବାର ତୁଳନାରେ ୩୧% କମ। କାରଣ ରବିବାର ଦିଲ୍ଲୀରେ ୧୮,୨୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଦିନକରେ କରୋନା ଆଉ ୨୪ ଜଣଙ୍କ ଜୀବନ ନେଇଛି।

ସଂକ୍ରମଣ ଏପରି ହ୍ରାସ ପାଇବା ପଛରେ ଟେଷ୍ଟିଂର ବଡ଼ ଭୂମିକା ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ମାତ୍ର ୪୪, ୭୬୨ଟି ନମୁନା ପରୀକ୍ଷା କରାଯାଇଛି। ଏହାର ଦିନକ ପୂର୍ବରୁ ୬୫,୬୨୧ ନମୁନା ଟେଷ୍ଟ କରାଯାଇଥିଲା। ଏହାର ଅର୍ଥ ଦିଲ୍ଲୀରେ ଟେଷ୍ଟିଂ କମିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଦିନକରେ ୩୯,୭୬୭ଟି ନମୁନାର ଆରଟିପିସିଆର ଟେଷ୍ଟ କରାଯାଇଥିବା ବେଳେ ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ୪,୯୯୫ ରହିଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୨୨,୪୯୭ ରହିଛି। ମୋଟ ପଜିଟିଭିଟି ରେଟ ୫.୦୫%। ୨୪ ଘଣ୍ଟା ମଧ୍ୟରେ ଆଉ ୨୪ ଜଣଙ୍କ ଜୀବନ ଯିବାରୁ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୨୫,୩୮୭ରେ ପହଞ୍ଚିଛି।

ଏହି ସମୟସୀମା ମଧ୍ୟରେ ୧୮,୩୪୦ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୨୭.୯୯% ରହିଛି। ହୋମ ଆଇସୋଲେସନରେ ଏବେ ୬୮,୨୭୫ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୩,୯୮୨କୁ ବୃଦ୍ଧି ପାଇଛି।


ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, “୧୦୦% ଯୋଗ୍ୟ ହିତାଧିକାରୀଙ୍କୁ ଦିଲ୍ଲୀରେ ଅତିକମରେ ଗୋଟିଏ ଡୋଜ୍‌ ଟିକା ଦିଆଯାଇ ପାରିଛି। ସେହିପରି ୮୦% ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଏଯାଏ ୧.୨୮ ଲକ୍ଷ ବୁଷ୍ଟର ଡୋଜ୍‌ ଦିଆଯାଇ ସାରିଛି।”

Related story