ଖସୁଛି ନୀତୀଶଙ୍କ ବିଶ୍ୱସନୀୟତା: ପ୍ରଶାନ୍ତ କିଶୋର

ପାଟନା: ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କହିଛନ୍ତି ନୂଆ ସରକାରରେ ତାଙ୍କର କୌଣସି ଭୂମିକା ନାହିଁ କି ଏଥିରେ ସେ ମୁଣ୍ଡ ପୂରାଇବାକୁ ଚାହୁଁନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ବିହାରରେ ଦେଖାଦେଇଥିବା ରାଜନୀତିକ ଓଲଟ ପାଲଟକୁ କିପରି ଦେଖୁଛନ୍ତି ପ୍ରତିକ୍ରିୟାରେ […]

Nitish and PK

Madhupriya Mistry
  • Published: Wednesday, 10 August 2022
  • , Updated: 10 August 2022, 12:17 PM IST

ପାଟନା: ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କହିଛନ୍ତି ନୂଆ ସରକାରରେ ତାଙ୍କର କୌଣସି ଭୂମିକା ନାହିଁ କି ଏଥିରେ ସେ ମୁଣ୍ଡ ପୂରାଇବାକୁ ଚାହୁଁନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ତେବେ ବିହାରରେ ଦେଖାଦେଇଥିବା ରାଜନୀତିକ ଓଲଟ ପାଲଟକୁ କିପରି ଦେଖୁଛନ୍ତି ପ୍ରତିକ୍ରିୟାରେ ପ୍ରଶାନ୍ତ କହିଛନ୍ତି ଯେ ନୂଆ ସରକାରରେ ଦୁଇଟି ପ୍ରସଙ୍ଗ ସ୍ଥିରି ରହିଛି। ଗୋଟିଏ ହେଉଛି ମୁଖ୍ୟମନ୍ତ୍ରୀ ଚେହେରା ଅନ୍ୟଟି ହେଉଛି ବାରମ୍ବାର ନୀତୀଶଙ୍କ ସହଯୋଗୀ ଭାବେ ଉଭା ହେଉଥିବା ଦଳ ବଦଳିବା।

ନିଜର ଏପରି ଉତ୍ତରକୁ ଆଉ ଟିକିଏ ବାଖ୍ୟା କରିବାକୁ ଯାଇ କହିଛନ୍ତି, ୨୦୧୨-୧୩ ରୁ ୧୦ ବର୍ଷ ମଧ୍ୟରେ ୬ଥର ସରକାର ଗଢିବାକୁ ଯାଉଛି। ବିହାରରେ ରାଜନୈତିକ ଅସ୍ଥିରତା ୨୦୧୨ ପାଖରୁ ଲାଗି ରହିଛି। ତେଣୁ ଏବେ ଯାହା ଘଟୁଛି ତାହା ରାଜନୈତିକ ଅସ୍ଥିରତାର ଗୋଟିଏ ଗୋଟିଏ ନୂଆ ଚ୍ୟାପ୍ଟର ବା ଅଧ୍ୟାୟ।

ଏହା ପୂର୍ବରୁ ୨୦୧୫ରେ ଯେତେବେଳେ ମହାମେଣ୍ଟ ସରକାର ଗଠନ ହୋଇଥିଲା ସେତେବେଳେ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଥିଲା। ତେଣୁ ଏବେ ସମାନ ସରକାର ଆସୁଛି। ତେଣୁ ଏହାର ଭୂମିକା ସମାନ ରହିଛି କି ପ୍ରଶ୍ନରେ ପିକେ କହିଛନ୍ତି, ସେତେବେଳର ଦୃଷ୍ଟିକୋଣ ଏବଂ ଏବେର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ।

ପୂର୍ବରୁ ଜେଡିୟୁ ବିହାରରେ ୧୧୫ ଆସନ ଜିତିଥିଲା। ପରେ ୨୦୧୫ରେ ୭୨ଟି ଆସନକୁ ଖସି ଆସିଥିଲା। ଆଉ ଏବେ ୪୩ଟି ଆସନରେ ରହିଛି। ଏପରି ସ୍ଥିତିରେ ନୀତୀଶ କୁମାରଙ୍କର ବିଶ୍ୱସନୀୟତା ଧୀରେ ଧୀରେ କମୁଛି ବୋଲି ପ୍ରଶାନ୍ତ କହିଛନ୍ତି।

୨୦୧୩ରେ ଏନଡିଏ ଛାଡିଥିଲେ ନୀତୀଶ। ଏହି ସମୟରେ ସେ ମୋଦୀଙ୍କ ବିକଳ୍ପ ବୋଲି ଗୋଟିଏ ଧାରାଣା ତିଆରି କରିବାକୁ ପ୍ରୟାସ କରିଥିଲେ। ପରେ ମହାମେଣ୍ଟ ଛାଡି ଏନଡିଏକୁ ଫେରିଆସିଥିଲେ। ଏବେ ଏନଡିଏ ଛାଡି ମହାମେଣ୍ଟ ସରକାର କରୁଛନ୍ତି। କେବଳ ସରକାରରେ ରହିବାକୁ ଏପରି ପ୍ରୟାସ ବୋଲି ନୀତୀଶଙ୍କ ବାବଦରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କିଶୋର ଓରଫ ପିଏ ବିହାରର। ସେ ପୂର୍ବରୁ ଜେଡିୟୁରେ ଥିଲେ। ନୀତୀଶଙ୍କର ନିକଟତମ ଥିଲେ। କିନ୍ତୁ କ୍ଷମତାକୁ ନେଇ ଦଳ ଭିତରେ ବିବାଦ ଦେଖାଦେବା ପରେ ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ସମୟରେ ହେଉଥିବା ଚର୍ଚ୍ଚା ବେଳେ ଦିଲ୍ଲୀରେ ନୀତୀଶ ଏବଂ ପ୍ରଶାନ୍ତ ଭେଟଘାଟ ହୋଇଥିଲେ।

Related story