ପ୍ରଶାନ୍ତଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ୨୦୨୪ରେ ରହିବନି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ହାତ ଧରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି କଂଗ୍ରେସକୁ ହିଁ ବାଣ ମାରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। କଂଗ୍ରେସ ଦଳ ସହ ସେ ପୁଣି ଥରେ ଗାନ୍ଧୀ ପରିବାରକୁ କରିଛନ୍ତି ଟାର୍ଗେଟ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କିଏ ହେବ ବିରୋଧୀ ଦଳ? ବିଜେପି ସହ ବିରୋଧୀ ଦଳ ଭାବେ କିଏ କିରବ ମୁକାବିଲା? ଏସବୁକୁ ନେଇ ପ୍ରଶାନ୍ତ କିଶୋର ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ଆସନ୍ତା ୨୦୨୪ରେ ରହିବନି  […]

Prashant Kishore

Madhupriya Mistry
  • Published: Sunday, 12 December 2021
  • , Updated: 12 December 2021, 12:07 PM IST

ନୂଆଦିଲ୍ଲୀ: କଂଗ୍ରେସର ହାତ ଧରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି କଂଗ୍ରେସକୁ ହିଁ ବାଣ ମାରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। କଂଗ୍ରେସ ଦଳ ସହ ସେ ପୁଣି ଥରେ ଗାନ୍ଧୀ ପରିବାରକୁ କରିଛନ୍ତି ଟାର୍ଗେଟ।

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କିଏ ହେବ ବିରୋଧୀ ଦଳ? ବିଜେପି ସହ ବିରୋଧୀ ଦଳ ଭାବେ କିଏ କିରବ ମୁକାବିଲା? ଏସବୁକୁ ନେଇ ପ୍ରଶାନ୍ତ କିଶୋର ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ଆସନ୍ତା ୨୦୨୪ରେ ରହିବନି  କଂଗ୍ରେସ। ଗଠନ ହେବ କଂଗ୍ରେସ ମୁକ୍ତ ବିରୋଧୀ ଦଳ। ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି କହି କଂଗ୍ରେସକୁ କଠୋର ଭାବେ ଟାର୍ଗେଟ କରିଛନ୍ତି।

କଂଗ୍ରେସ ବିନା ବିଜେପି ବିରୋଧୀ ଦଳ ଗଠନ ସମ୍ଭବ ବୋଲି ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି। ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିଜେପି ଅତ୍ୟନ୍ତ ଶକ୍ତିଶାଳୀ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦଳକୁ ପରାସ୍ତ କରିବା ପାଇଁ ଏକ ଦୃଢ଼ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସାମ୍ପ୍ରତିକି ସ୍ଥିତିରେ କଂଗ୍ରେସକୁ ବଞ୍ଚାଇବାକୁ ହେଲେ ଗାନ୍ଧୀ ପରିବାର ବିନା ବାହାରୁ ଅନ୍ୟ କାହାକୁ ଲୋକତାନ୍ତ୍ରିକ ଉପାୟରେ ଦଳର ନେତୃତ୍ୱ ଦିଆଯିବା ଆବଶ୍ୟକ।

କେବଳ ଗୋଟିଏ ଟ୍ୱିଟ୍‌ କିମ୍ବା କ୍ୟାଣ୍ଡେଲ ଶୋଭାଯାତ୍ରା କରି ରାହୁଲ ବିଜେପୁ ହରାଇପାରିବେ ନାହିଁ। ୧୯୮୪ ମସିହାଠାରୁ କଂଗ୍ରେସ ଏକାକୀ ଗୋଟିଏ ବି ନିର୍ବାଚନ ଜିତିନାହିଁ। ଗତ ୧୦ ବର୍ଷ ହେଲା ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢୁଛି । ୯୦ ପ୍ରତିଶତ ନିର୍ବାଚନ ହାରିଛି ଦଳ। କଂଗ୍ରେସ ପୂର୍ବରୁ ୩୫୦୦ ବିଧାନସଭାରେ ଜିତୁଥିଲା କିନ୍ତୁ ନମ୍ବର ୨ରେ ରହୁଥିଲା। ଏବେ ଏହି ସଂଖ୍ୟା ୧୫୦୦-୧୬୦୦କୁ ଖସି ଆସିଛି । କଂଗ୍ରେସର ଭଲ ନେତୃତ୍ୱ ନାହିଁ । ଲଗାତର ବିଫଳ ପରେ ବି ନେତୃତ୍ୱରେ ପରିବର୍ତ୍ତନ ହେଉନାହିଁ । ଏବେ ଆଉ ୟୁପିଏ ଆଗଭଳି ନାହିଁ। ଅନେକ ଦଳ ୟୁପିଏରେ ନାହାଁନ୍ତି ବୋଲି କହିଛନ୍ତି ପିକେ।

କଂଗ୍ରେସକୁ ଟାର୍ଗେଟ ଭିତରେ ପିକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୋଦି ସମସ୍ତଙ୍ କଥା ଶୁଣନ୍ତି। ଏହା ହିଁ ତାଙ୍କ ଶକ୍ତି। ସେ ଜଣନ୍ତୁ ଲୋକଙ୍କୁ କ'ଣ ଦରକାର। ଆସନ୍ତା କିଛି ଦଶନ୍ଧି ଧରି ଦେଶର ରାଜନୀତି ବିଜେପି କବଳରେ ହିଁ ବୋଲି ନିର୍ବାଚନ ରଣନୀତିଜ୍ଞ ଭବିଷ୍ୟବାଣୀ କରିଛନ୍ତି।

ସୂଚନା ମୁତାବକ, ପୂର୍ବରୁ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବେ ବୋଲି କୁହାଯାଉଥିଲା। କିନ୍ତୁ କଂଗ୍ରେସ ପ୍ରତି ତାଙ୍କର ବାରମ୍ବାର ଟାର୍ଗେଟକୁ ଦେଖି ସେ ଏବେ କଂଗ୍ରେସ ବିରୋଧୀ ହୋଇଯାଇଥିବା ମନେ ହେଉଛି। ଗତ କିଛି ଦିନ ତଳେ ପ୍ରଶାନ୍ତ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ବିଜେପିକୁ ସମର୍ଥନ କରିଥିଲେ।

Related story