ପତ୍ନୀ ଶିଲାଙ୍କ ସହ କୁଖ୍ୟାତ ମାଓବାଦୀ ନେତା କଶିନ ଦା’ ଗିରଫ

ରାଞ୍ଚି: କୁଖ୍ୟାତ ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦାଙ୍କୁ ଶେଷରେ ଗିରଫ କରିଛି ଝାରଖଣ୍ଡ ପୁଲିସ୍‌। କିଶନ ଦା’ଙ୍କ ବ୍ୟତୀତ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ବନ୍ଧା ହୋଇଛନ୍ତି। ୭୫ ବର୍ଷୀୟ କିଶନ ଦାଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଦୀର୍ଘ ଦିନ ଧରି ସେ ଫେରାର ହେବାକୁ ସଫଳ ହୋଇଥିଲେ ହେଁ ଶେଷରେ ପୁଲିସ୍‌ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ସକ୍ଷମ […]

Kishna-da

Hemant Lenka
  • Published: Friday, 12 November 2021
  • , Updated: 12 November 2021, 06:22 PM IST

ରାଞ୍ଚି: କୁଖ୍ୟାତ ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦାଙ୍କୁ ଶେଷରେ ଗିରଫ କରିଛି ଝାରଖଣ୍ଡ ପୁଲିସ୍‌। କିଶନ ଦା’ଙ୍କ ବ୍ୟତୀତ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ବନ୍ଧା ହୋଇଛନ୍ତି। ୭୫ ବର୍ଷୀୟ କିଶନ ଦାଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଦୀର୍ଘ ଦିନ ଧରି ସେ ଫେରାର ହେବାକୁ ସଫଳ ହୋଇଥିଲେ ହେଁ ଶେଷରେ ପୁଲିସ୍‌ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଏ ସମ୍ପର୍କରେ ଝାରଖଣ୍ଡ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କିଶନ ଦା’ ଏବେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ, ପଲିଟିବ୍ୟୁରୋ, ସେଣ୍ଟ୍ରାଲ ମିଲିଟାରୀ କମିଶନ ଓ ଇଷ୍ଟର୍ଣ୍ଣ ରିଜୋନାଲ ବ୍ୟୁରୋ(ଇଆରବି)ର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ଇଆରବିର ସମ୍ପାଦକ ହୋଇଥିବାରୁ ବିହାର, ଝାରଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲେ।

୭୫ ବର୍ଷୀୟ କିଶନ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖରାପ ରହିଥିବା କୁହାଯାଉଛି। କିଶନ ଦା’ ବ୍ୟବତୀତ ପ୍ରଶାନ ବୋଷ ନିର୍ଭୟ, କଜଲ ଓ ମହେଶ ନାଁ ମଧ୍ୟ ପରିଚିତ।

କିଶନ ଦାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ଜଣେ ଟପ୍ ମାଓବାଦୀ ନେତ୍ରୀ। ସେ ଏକମାତ୍ର ମହିଳା ଯିଏ ସେଣ୍ଟ୍ରାଲ କମିଟିର ନିଷ୍ପତ୍ତି ଗ୍ରହଣ କରୁଥିବା ଗ୍ରୁପରେ ରହିଥିଲେ। ୨୦୦୬ରେ ସେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ। କିନ୍ତୁ ତାଙ୍କୁ ୨୦୧୬ରେ ଜେଲରୁ ମୁକ୍ତ କରାଯାଇଥିଲା।

କିଶନ ଦା’ ଓ ଶିଲାଙ୍କ ଅବସ୍ଥିତି ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହାପରେ ଝାରଖଣ୍ଡ ପୁଲିସ୍‌ ଉକ୍ତ ସ୍ଥାନରେ ରେଡ୍‌ କରି ସେମାନଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରୁ ଆସିଥିବା କିଶନ ଦା’ ଝାରଖଣ୍ଡର ସାରନ୍ଦା ଜଙ୍ଗଲରୁ ରହି ନିଜ ମାଓବାଦୀ ନେଟୱର୍କ ଚଳାଉଥିଲେ। ସେହିଠାରୁ ହିଁ ତାଙ୍କୁ ଗିରଫ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

Related story