ଗୁଣି ଛଡ଼େଇବା ପାଇଁ ମହିଳାମାନଙ୍କୁ ଚାବୁକରେ ପିଟିଲେ ବାବା

ଚେନ୍ନାଇ: ଗୁଣିଗାରେଡ଼ିରୁ ମହିଳାମାନଙ୍କୁ ମୁକ୍ତ କରିବା ପାଇଁ ଚାବୁକରେ ପିଟିଛନ୍ତି ଜଣେ ତଥାକଥିତ ବାବା। କାଳେ ମହିଳାମାନେ ଗୁଣି ଗାରେଡ଼ିର ଶିକାର ହୋଇଥିବେ ସେଥିପାଇଁ ସେମାନଙ୍କୁ ଏପରି ଚାବାକୁ ମାଡ଼ କରାଯାଇଛି। ଜଣେ କି ଦୁଇ ଜଣ ନୁହେଁ, ଶତାଧିକ ମହିଳା ଗୁଣିଗାରେଡ଼ିରୁ ସୁରକ୍ଷା ପାଇବା ପାଇଁ ବାବାଙ୍କ ଠାରୁ ଚାବୁକ ମାଡ଼ ଖାଇଛନ୍ତି। ତାମିଲନାଡୁର ନାମକ୍କାଲ ଜିଲ୍ଲାରେ ସର୍ବସମ୍ମୁଖରେ ଘଟିଛି। ଘଟଣା ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁସାରେ, […]

black-magic

Hemant Lenka
  • Published: Saturday, 28 May 2022
  • , Updated: 28 May 2022, 01:43 PM IST

ଚେନ୍ନାଇ: ଗୁଣିଗାରେଡ଼ିରୁ ମହିଳାମାନଙ୍କୁ ମୁକ୍ତ କରିବା ପାଇଁ ଚାବୁକରେ ପିଟିଛନ୍ତି ଜଣେ ତଥାକଥିତ ବାବା। କାଳେ ମହିଳାମାନେ ଗୁଣି ଗାରେଡ଼ିର ଶିକାର ହୋଇଥିବେ ସେଥିପାଇଁ ସେମାନଙ୍କୁ ଏପରି ଚାବାକୁ ମାଡ଼ କରାଯାଇଛି। ଜଣେ କି ଦୁଇ ଜଣ ନୁହେଁ, ଶତାଧିକ ମହିଳା ଗୁଣିଗାରେଡ଼ିରୁ ସୁରକ୍ଷା ପାଇବା ପାଇଁ ବାବାଙ୍କ ଠାରୁ ଚାବୁକ ମାଡ଼ ଖାଇଛନ୍ତି।

ତାମିଲନାଡୁର ନାମକ୍କାଲ ଜିଲ୍ଲାରେ ସର୍ବସମ୍ମୁଖରେ ଘଟିଛି। ଘଟଣା ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ମିଳିଥିବା ସୂଚନା ଅନୁସାରେ, ନାମକ୍କାଲ ଜିଲ୍ଲାର ରସିପୁରନ ନିକଟ ନାରାଇକିନାର ଗାଁରେ ଗୋଟିଏ ପାରମ୍ପରିକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ପରମ୍ପରା ଅନୁଯାୟୀ ଜଣେ ବାବା ବା ତାନ୍ତ୍ରିକ ଯୋଗଦେଇ ଥିଲେ। ସେ କଳା ପୋଷାକ ପିନ୍ଧିବା ସହ ମୁହଁରେ କୋଳା ବୋଳିଛନ୍ତି। ତାଙ୍କର ଜଣେ ସହଯୋଗୀ ମଧ୍ୟ ସମାନ ପୋଷାକ ପିନ୍ଧି ସେଠାରେ ଉପସ୍ଥିତ ରହିଛନ୍ତି।

ଦୀର୍ଘ ୨୦ ବର୍ଷ ପରେ ଗାଁରେ ଏହି ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଗୁଣି ଗାରେଡ଼ିର ଶିକାର ହୋଇଥିବା ମହିଳାମାନଙ୍କୁ ବାବା ଚାବୁକରେ ପିଟନ୍ତି। ଏହାଦ୍ୱାରା ସେମାନଙ୍କର ଆଉ କୌଣସି ଅନିଷ୍ଠ ହେବନାହିଁ ବୋଲି ଗାଁ ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ଆଧାର କରି ଚଳିତ ବର୍ଷ ମଧ୍ୟ ଜଣେ ବାବା ଗାଁକୁ ଆସି ଗୁଣି ଗାରେଡ଼ିରୁ ମହିଳାଙ୍କୁ ମୁକ୍ତି ଦେବା ପାଇଁ ସେମାନଙ୍କୁ ଚାବୁକରେ ବାଡ଼େଇଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ କଳା ପୋଷାକ ପିନ୍ଧିଥିବା ବାବାଙ୍କ ହାତରେ ଗୋଟିଏ ଚାବୁକ ରହିଛି। ଏଥିସହ ସେ ଗୋଟିଏ କୁଲା ମଧ୍ୟ ଧରିଛନ୍ତି। ଗୁଣି ଗାରେଡ଼ିର ଶିକାର ହୋଇଥିବା ମହିଳାମାନେ ତାଙ୍କ ପାଖକୁ ଆସିବା ପରେ ବାବା ଜଣଙ୍କ ପ୍ରଥମେ ସେମାନଙ୍କୁ କୁଲାରେ ବିଞ୍ଚିଥିଲେ। ଏହାପରେ ଚାବୁକ ଉଠାଇ ଶକ୍ତ ପ୍ରହାର କରିଥିଲେ।

ମହିଳାଙ୍କୁ ସେ ପିଟିବା ବେଳେ ଗାଁ ଲୋକମାନେ ନାରାବାଜୀ କରି ଏହାକୁ ସମର୍ଥନ କରିଛନ୍ତି। ସେହିପରି ସେମାନେ ମହିଳାମାନଙ୍କୁ ଆହୁରି ପିଟିବାକୁ ମଧ୍ୟ କହୁଥିବା ସାମ୍ନାକୁ ଆସିଥିବା ଭିଡିଓରେ ଶୁଣା ଯାଉଛି। ତେବେ ମହିଳାମାନେ ମାଡ଼ ଖାଇବା ବେଳେ କେବଳ ହାତ ଯୋଡ଼ି ଠିକା ହେବା ସମସ୍ତଙ୍କୁ ବିଚଳିତ କରିଛି।

ଏହି ପାରମ୍ପରିକ ଧାର୍ମିକ କାର୍ଯ୍ୟକ୍ରମରେ ୧୮ଟି ଗାଁର ଲୋକ ଯୋଗଦେଇଥିଲେ। ଦୀର୍ଘ ୨୦ ବର୍ଷ ପରେ ଏହା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଜନସମାଙ୍ଗମ ହୋଇଥିଲା। ଏପ୍ରିଲ ୨୯ରୁ ଆରମ୍ଭ ହୋଇଥିବା ଏହି ଅଜବ ପରମ୍ପରା ମେ’ ୩୦ ଯାଏ ଚାଲିବ। 

Related story