ନୂଆଦିଲ୍ଲୀ: ସଂସଦରେ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ରାଜ୍ୟସଭାରୁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ସଦସ୍ୟମାନେ ବାକିଥିବା ଚଳିତ ଶୀତ ଅଧିବେସନ କାର୍ଯ୍ୟଦିବସରେ ଯୋଗ ଦେଇପାରିବେ ନାହିଁ। ଏହି ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ଶିବସେନା ଏମପି ପ୍ରିୟଙ୍କା ଚତୁର୍ବେଦୀ ଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଲମ୍ବନ ବାବଦରେ ସେ ଏହାକୁ ଅତ୍ୟନ୍ତ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି କହିଛନ୍ତି। ଏପରିକି ନିଲମ୍ବନ ଆଦେଶ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି କହିଛନ୍ତି। ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ ସେମାନଙ୍କ ସ୍ୱର ଚପାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ସେ ତାଙ୍କ ନିଲମ୍ବନ ବିରୋଧରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଜଣାଇବେ ଏବଂ ଏଭଳି ଘଟଣା ସଂସଦୀୟ ଗଣତନ୍ତ୍ରରେ ସେ ଶୁଣିନଥିବା କହିଛନ୍ତି।
https://twitter.com/priyankac19/status/1465287952246915086?s=20
ନିଲମ୍ବନ ନିଷ୍ପତ୍ତିକୁ ନେଇ ପ୍ରିୟଙ୍କା କ୍ଷୋଭ ପ୍ରକାଶ କରିବା ସହ ସଂସଦର ନୀତି ନିୟମ ବାବଦରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସେମାନେ କେଉଁ ନିୟମ ବିଷୟରେ କଥାବାର୍ତ୍ତା କରୁଛନ୍ତି? ଆମେ ନିୟମ ବିଷୟରେ ଜାଣି ନାହୁଁ କି ବୋଲି ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି। ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ ବିରୋଧୀ।
ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି। ସମ୍ପୃକ୍ତ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିବା ସହ ଗୃହ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ଭଭୟ ସଦନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ନାରାବାଜି କରିଥିଲେ। ସେମାନେ ୩ କୃଷି ଆଇନ ରଦ୍ଦ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ତେବେ ହୋହଲ୍ଲା ପାଟିତୁଣ୍ଡ ଭିତରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଛି। ତେବେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଥିଲେ ବି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।