ଝାଡ଼ୁ ଧରିଲେ ପ୍ରିୟଙ୍କା ଗାନ୍ଧି, ଫସିଗଲେ ଯୋଗୀ  

ଲକ୍ଷ୍ନୌ: ପୁଣି ଝାଡ଼ୁ ମାରିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା।  ଶୁକ୍ରବାର ଲକ୍ଷ୍ନୌର ଏକ ଦଳିତ ଅଞ୍ଚଳକୁ ସରପ୍ରାଇଜ ଭିଜିଟ୍‌ କରିଥିଲେ ପ୍ରିୟଙ୍କା ଗାନ୍ଧି। ସେଠାରେ ବାଲ୍ମିକି ମନ୍ଦିର ପରିସରରେ ସେ ଝାଡ଼ୁ ମାରି ଅଳି ସଫା କରିଥିଲେ। ଆଉ କହିଥିଲେ ପ୍ରତି ଶନିବାର ଏଠାରେ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟମାନେ ଝାଡ଼ୁ ମାରି ସଫା କରିବେ। ଏଥିସହ ତାଙ୍କ ପ୍ରତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଇଥିବା ଅପମାନଜନକ ମନ୍ତବ୍ୟ ଉପରେ ଜବାବ ଦେଇଥିଲେ। କହିଥିଲେ ଭାବନା […]

6v

Tapas Behera
  • Published: Saturday, 09 October 2021
  • , Updated: 09 October 2021, 09:04 PM IST

ଲକ୍ଷ୍ନୌ: ପୁଣି ଝାଡ଼ୁ ମାରିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା।  ଶୁକ୍ରବାର ଲକ୍ଷ୍ନୌର ଏକ ଦଳିତ ଅଞ୍ଚଳକୁ ସରପ୍ରାଇଜ ଭିଜିଟ୍‌ କରିଥିଲେ ପ୍ରିୟଙ୍କା ଗାନ୍ଧି। ସେଠାରେ ବାଲ୍ମିକି ମନ୍ଦିର ପରିସରରେ ସେ ଝାଡ଼ୁ ମାରି ଅଳି ସଫା କରିଥିଲେ। ଆଉ କହିଥିଲେ ପ୍ରତି ଶନିବାର ଏଠାରେ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟମାନେ ଝାଡ଼ୁ ମାରି ସଫା କରିବେ। ଏଥିସହ ତାଙ୍କ ପ୍ରତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଇଥିବା ଅପମାନଜନକ ମନ୍ତବ୍ୟ ଉପରେ ଜବାବ ଦେଇଥିଲେ।

କହିଥିଲେ ଭାବନା ବଦଳିବା ଦରକାର। ଝାଡ଼ୁ ହେଉଛି ଆମର ସ୍ୱାବିଭାନ। ଏନେଇ ପ୍ରିୟଙ୍କା ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସୀତାପୁର ଗେଷ୍ଟ ହାଉସରେ ଅଟକ ଥିବା ବେଳେ ପ୍ରିୟଙ୍କା ସେଠାରେ ଝାଡ଼ୁ ମାରିଥିଲେ। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ ତାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ଜନତା ତାଙ୍କୁ ସେଇ କାମ ପାଇଁ ଫିଟ୍‌ ହେବାକୁ ଚାହୁଁଥିଲେ ଆଉ ସେୟା ହିଁ ହୋଇଛି ।  ସମ୍ପୃକ୍ତ ବ୍ୟକ୍ତିମାନଙ୍କର କୌଣସି କାମ ନାହିଁ। କେବଳ ନକରାତ୍ମକ ପ୍ରଚାର ଜାଣନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଥିଲେ।  ଜବାବରେ ଶ୍ରୀମତୀ ଗାନ୍ଧି କହିଛନ୍ତି ଯେ, ଝାଡ଼ୁ ହେଉଛି ସରଳତା ଏବଂ ଆତ୍ମସମ୍ମନର ପ୍ରତୀକ। ଲବକୁଶ ନଗର ବାସିନ୍ଦାଙ୍କ ସହ ମିଶି ଶ୍ରୀମତି ଗାନ୍ଧି ସେଠାରେ ଥିବା ଏକ ମହର୍ଷି ବାଲ୍ମିକୀ ମନ୍ଦିର ପରିସରକୁ ସଫା କରିଥିଲେ।

https://twitter.com/priyankagandhi/status/1446482132646256655?s=20

ସେ କହିଛନ୍ତି ଯେ, ଦେଶରେ କୋଟି କୋଟି ମହିଳା ଏବଂ ପରିମଳ କର୍ମଚାରୀ ପ୍ରତିଦିନ ସଫା କରିବା ପାଇଁ ଝାଡ଼ୁ ବ୍ୟବହାର କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ କେବଳ ମୋ ପ୍ରତି ନୁହେଁ ବରଂ ଏହା ଦେଶ ବ୍ୟାପି କାମ କରୁଥିବା ଦଳିତ ଭାଇ-ଭଉଣୀ ଏବଂ ସଫେଇ କର୍ମଚାଙ୍କ ପ୍ରତି ଅପମାନ। ସେ କହିଛନ୍ତି ମୁଁ ତୁମ ସମସ୍ତଙ୍କ ସହ ସଫେଇ ପାଇଁ ଏଠାକୁ ଆସିଛି ଏବଂ ଯୋଗୀଙ୍କୁ ଜଣାଇଦେଉଛି ଯେ, ଘର ସଫା କରିବା ଆତ୍ମ ସମ୍ମାନର କାର୍ଯ୍ୟ ଅଟେ।

ଆଜି ୟୁପି ମୁଖ୍ୟମନ୍ତ୍ରୀ ଜାତିଆଣ ବିବୃତ୍ତି ଦେଇ ନିଜର ଦଳିତ ବିରୋଧୀ ମାନସିକତା ପ୍ରଦର୍ଶନ କରିଛନ୍ତି। ଦଲିତ ଏବଂ ଦେଶର ମହିଳାଙ୍କ  ଅପମାନକୁ ଦେଶ ବରଦାସ୍ତ କରିବ ନାହିଁ ବୋଲି ସେ କହିଛନ୍ତି।

Related story