ସ୍ମୃତି ଇରାନୀଙ୍କ ନାଁରେ ଅଶ୍ଳୀଳ ପୋଷ୍ଟ କରି ଜେଲ ଗଲେ ପ୍ରଫେସର

ଫିରୋଜାବାଦ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଅଶ୍ଳୀଳ ପୋଷ୍ଟ କରିବା ଜଣେ ପ୍ରଫେସରଙ୍କୁ ମହଙ୍ଗା ପଡ଼ିଛି। ପ୍ରଫେସର ଜଣଙ୍କ ଫେସବୁକ୍‌ରେ ସ୍ମୃତି ଇରାନୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ପ୍ରଫେସର ଜଣଙ୍କ ନିଜର ପୋଷ୍ଟକୁ ନେଇ ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେ ଏଠାରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ହେଁ କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ଜେଲ ଯାଇଥିବା ପ୍ରଫେସର ଜଣଙ୍କ ହେଲେ ଶାହଆରୟାର […]

smruti-Irani

Hemant Lenka
  • Published: Wednesday, 21 July 2021
  • , Updated: 21 July 2021, 06:13 PM IST

ଫିରୋଜାବାଦ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଅଶ୍ଳୀଳ ପୋଷ୍ଟ କରିବା ଜଣେ ପ୍ରଫେସରଙ୍କୁ ମହଙ୍ଗା ପଡ଼ିଛି। ପ୍ରଫେସର ଜଣଙ୍କ ଫେସବୁକ୍‌ରେ ସ୍ମୃତି ଇରାନୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଛି।

ପ୍ରଫେସର ଜଣଙ୍କ ନିଜର ପୋଷ୍ଟକୁ ନେଇ ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେ ଏଠାରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ହେଁ କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ଜେଲ ଯାଇଥିବା ପ୍ରଫେସର ଜଣଙ୍କ ହେଲେ ଶାହଆରୟାର ଅଲୀ।

ସେ ଏସଆରକେ କଲେଜର ଇତିହାସ ବିଭାଗର ମୁଖ୍ୟ। ସେ ମାର୍ଚ୍ଚ ମାସରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଅଶ୍ଳୀଳ ପୋଷ୍ଟ ଫେସବୁକରେ କରିଥିଲେ। ଏଥିପାଇଁ ପୁଲିସ୍‌ ମାମଲା ମଧ୍ୟ କରିଥିଲା। କଲେଜ କର୍ତ୍ତୃପକ୍ଷ ଏହି ପୋଷ୍ଟ ପାଇଁ ପ୍ରଫେସର ଅଲୀଙ୍କୁ ନିଲମ୍ବିତ କରିଥିଲେ।

ପୁଲିସ୍‌ ଗିରଫଦାରୀ ଭୟରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ମେ’ ମାସରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ତାଙ୍କର ଅନ୍ତରୀଣ ଜାମିନକୁ ଖାରଜ କରିଥିଲେ। ଜାମିନ ଆବେଦନରେ ପ୍ରଫେସର ଅଲୀ ତାଙ୍କ ଫେସବୁକ ହ୍ୟାକ୍‌ ହୋଇଥିବା କଥା ମଧ୍ୟ କହିଥିଲେ।

ହେଲେ ଏ ନେଇ କୌଣସି ପ୍ରମାଣ ନ ମିଳିବାରୁ କୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଫିରୋଜାବାଦ ଆଡିସିନାଲ ସେସନ୍ସ ଜଜ୍ ଅନୁରାଗ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ତାଙ୍କୁ ଜେଲ ପଠାଇ ଦେଇଛନ୍ତି।

Related story