ଦୁଇଟି ଆସନରୁ ଲଢ଼ିଥିଲେ, ଗୋଟିଏ ବି ଜିତି ପାରିଲେନି ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ନିଜେ ବୁଡିଲେ ନିଜ ଦଳକୁ ବି ବୁଡାଇଲେ। ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିଲେ ଚରଣଜିତ ସିଂହ ଚନ୍ନି। ଦଳର ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲା। ତେବେ ଦଳ ଭିତରେ ଥିବା ଅନ୍ତଃକନ୍ଧଳ କିନ୍ତୁ ଥମିନଥିଲା। ଏହି ଅନ୍ତଃକନ୍ଧଳ ଫଳ ଏବେ ଚଳିତ ବିଧାନସଭା ନିର୍ବାଚନ ରେଜଲ୍ଟରୁ ସ୍ପଷ୍ଟ ହୋଇଯାଇଛି।  ହାରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ପଞ୍ଜାବର ଦୁଇଟି ଆସନରୁ ଲଢ଼ିଥିଲେ ଚନ୍ନି। ହେଲେ ଦୁଇଟି ଯାକ ଆସନରୁ ବି ଗୋଟିଏରେ […]

Charanjit singh channi

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 02:51 PM IST

ଚଣ୍ଡିଗଡ: ନିଜେ ବୁଡିଲେ ନିଜ ଦଳକୁ ବି ବୁଡାଇଲେ। ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିଲେ ଚରଣଜିତ ସିଂହ ଚନ୍ନି। ଦଳର ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲା। ତେବେ ଦଳ ଭିତରେ ଥିବା ଅନ୍ତଃକନ୍ଧଳ କିନ୍ତୁ ଥମିନଥିଲା। ଏହି ଅନ୍ତଃକନ୍ଧଳ ଫଳ ଏବେ ଚଳିତ ବିଧାନସଭା ନିର୍ବାଚନ ରେଜଲ୍ଟରୁ ସ୍ପଷ୍ଟ ହୋଇଯାଇଛି।  ହାରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ପଞ୍ଜାବର ଦୁଇଟି ଆସନରୁ ଲଢ଼ିଥିଲେ ଚନ୍ନି। ହେଲେ ଦୁଇଟି ଯାକ ଆସନରୁ ବି ଗୋଟିଏରେ ମଧ୍ୟ ଜିତି ପାରିନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ।

ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ସିଟ୍‌ରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଏହି ଦୁଇଟି ଯାକ ଆସନରୁ ନିରାଶ ହେବାକୁ ପଡିଛି। ଭୋଟ ଗଣତି ଟ୍ରେଣ୍ଡରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ଆଣିବା ସରକାର ଗଠନ କରିବା ନେଇ ଏକ ପ୍ରକାରର ନିଶ୍ଚିତ ହୋଇସାରିଛି।

ସୂଚନା ମୁତାବକ, ଗତ ସେପ୍ଟେମ୍ବର ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳି ଥିଲେ ଚନ୍ନି। ଦଳୀୟ କନ୍ଦଳ ପରେ କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚନ୍ନିଙ୍କୁ ହାଇକମାଣ୍ଡ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ। ତାଙ୍କୁ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ବେଶ୍‌ ପ୍ରଶଂସା ମିଳିଥିଲା।

ତେବେ ଏହାପରେ ବି କଂଗ୍ରେସ ପାଇଁ ପଞ୍ଜାବ ରାସ୍ତା ଏତେ ସହଜ ନଥିଲା। ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ସବୁକିଛି ଠିକ୍‌ ନଥିଲା। ପଞ୍ଜାବ କଂଗ୍ରେସ ପ୍ରମୁଖ ନବଜୋତ ସିଂହ ସିଦ୍ଧୁ ଏବଂ ଚନ୍ନିଙ୍କ ମଧ୍ୟରେ ଲାଗତାର ତୁ ତୁ ମେଁ ମେଁ ଲାଗି ରହିଥିଲା। ଏବେ ଚନ୍ନି ଏବଂ ସିଦ୍ଧୁ ଉଭୟ ଉଭୟଙ୍କ ନିର୍ବାଚନୀ ଆସନରୁ ପରାଜୟ ହୋଇଛନ୍ତି। ସିଦ୍ଧୁ ଅମୃତସର ଇଷ୍ଟରୁ ହାରିଛନ୍ତି।

Related story