ପଞ୍ଜାବରେ ୭୦ ବର୍ଷର ଅଳିଆ ସଫା କରିବ ଝାଡୁ: ମାନ୍‌

ଚଣ୍ଡିଗଡ: ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇଛି ଆପ୍‌।  ଆଜି ୫ ରାଜ୍ୟର ନିର୍ବାଚନ ଫଳ ବାହାରିବ। ଚାଲିଛି ଗଣତି, ଏହାରି ଭିତରେ ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଆଗୁଆ ରହିଛି। ଆପ୍‌ ସବୁଠାରୁ ବଡ ଦଳ ରୂପେ ଏଠି ଉଭା ହୋଇଛି। ପ୍ରାରମ୍ଭିକ ଗଣନାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଭଦୌର ଏବଂ ଚମକୌର ସାହିବରୁ ପଛୁଆ ଚାଲିଛନ୍ତି। ସେହିପରି କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ପଟିଆଲରୁ ପଛୁଆ ଅଛନ୍ତି। ଭଗବନ୍ତ ମାନ […]

bhagwant mann

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 11:10 AM IST

ଚଣ୍ଡିଗଡ: ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇଛି ଆପ୍‌।  ଆଜି ୫ ରାଜ୍ୟର ନିର୍ବାଚନ ଫଳ ବାହାରିବ। ଚାଲିଛି ଗଣତି, ଏହାରି ଭିତରେ ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଆଗୁଆ ରହିଛି। ଆପ୍‌ ସବୁଠାରୁ ବଡ ଦଳ ରୂପେ ଏଠି ଉଭା ହୋଇଛି। ପ୍ରାରମ୍ଭିକ ଗଣନାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଭଦୌର ଏବଂ ଚମକୌର ସାହିବରୁ ପଛୁଆ ଚାଲିଛନ୍ତି। ସେହିପରି କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ପଟିଆଲରୁ ପଛୁଆ ଅଛନ୍ତି। ଭଗବନ୍ତ ମାନ ଧୁରିରୁ ଆଗୁଆ ଚାଲିଛନ୍ତି।

ଏହାରି ଭିତରେ ଆମ ଆଦମୀ ପାର୍ଟି ଆଗୁଆ ଚାଲିଥିବାକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ସିଂହ ମାନ୍‌। ସେ କହିଛନ୍ତି, 'ମୁଖ୍ୟମନ୍ତ୍ରୀ ହେବା ପରେ ସମସ୍ତ ସରକାରୀ ଅଫିସରରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟିବ। ଭଗତ ସିଂହ ଓ ବାବା ଆମ୍ବେଦକରଙ୍କ ଫଟୋ ଲାଗିବ। ଏନେଇ କ୍ୟାବିନେଟ୍‌ରେ ପ୍ରଥମ ନିଷ୍ପତ୍ତି ନିଆଯିବ। ମାର୍ଚ୍ଚ ୧୦ ପରେ ଏକ ନୂଆ ପଞ୍ଜାବର ଆରମ୍ଭ ହେବ। ଝାଡୁ ଚଳିତ ଥର ପଞ୍ଜାବରେ ୭୦ ବର୍ଷର ପୁରୁଣା ଅଳିଆକୁ ସଫା କରିବ।'

ସୂଚନା ମୁତାବକ, ଏକ୍‌ଜିଟ୍‌ ପୋଲ୍‌ରେ ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିବ ବୋଲି କୁହାଯାଇଥିଲା। ଆପ୍‌କୁ ପାଖାପାଖି ୭୦ଟି ସିଟ୍‌ ମିଳିବ ବୋଲି ଆକଳନ କରାଯାଇଥିଲା। ଶସକ ଦଳ କଂଗ୍ରେସକୁ କେବଳ ୨୫ ଆସନ ମିଳିବ ବୋଲି ଏକ୍‌ଜିଟ୍‌ କହିଥିଲା। ସେହିପରି ବିଜେପି ଧରାଶାୟୀ ହେବ ବୋଲି ମଧ୍ୟ ଭବିଷ୍ୟତବାଣୀ ହୋଇଥିଲା।

Related story