ବିମାନ ବନ୍ଦରରେ ଅଟକ ଥିବା ରାହୁଲ ଗାନ୍ଧିଙ୍କୁ ଛଡ଼ାଗଲା

ଲକ୍ଷ୍ନୌ: ଲକ୍ଷ୍ନୌ ବିମାନ ବନ୍ଦରରେ ଅଟକ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଛଡ଼ାଯାଇଛି। ରାହୁଲ ଗାନ୍ଧିଙ୍କ ସହ ଦୁଇ ଜଣିଆ ପ୍ରତିନିଧିଙ୍କୁ ମଧ୍ୟ ବିମାନ ବନ୍ଦର ଛାଡ଼ିବାକୁ ଅନୁମିତି ମିଳିଛି। ରାହୁଲ ଗାନ୍ଧିପ୍ରଥମେ ସୀତାପୁର ଗସ୍ତ କରିବେ।  ଯେଉଁଠାରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଟକ ରଖାଯାଇଛି। ତାଙ୍କ ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଅଛନ୍ତି। ଏହା ପରେ ସେମାନେ ଲକ୍ଷ୍ମୀପୁର ଖେରୀ ଅଭିମୁଖେ […]

Rahul-Gandhi

Tapas Behera
  • Published: Wednesday, 06 October 2021
  • , Updated: 06 October 2021, 08:31 PM IST

ଲକ୍ଷ୍ନୌ: ଲକ୍ଷ୍ନୌ ବିମାନ ବନ୍ଦରରେ ଅଟକ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଛଡ଼ାଯାଇଛି। ରାହୁଲ ଗାନ୍ଧିଙ୍କ ସହ ଦୁଇ ଜଣିଆ ପ୍ରତିନିଧିଙ୍କୁ ମଧ୍ୟ ବିମାନ ବନ୍ଦର ଛାଡ଼ିବାକୁ ଅନୁମିତି ମିଳିଛି। ରାହୁଲ ଗାନ୍ଧିପ୍ରଥମେ ସୀତାପୁର ଗସ୍ତ କରିବେ।  ଯେଉଁଠାରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଟକ ରଖାଯାଇଛି। ତାଙ୍କ ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଅଛନ୍ତି। ଏହା ପରେ ସେମାନେ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯିବେ। ଉତ୍ତର ପ୍ରଦେଶର ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ଯିବାକୁ ରାଜ୍ୟ ସରକାର ଅନୁମତି ଦେବା ପରେ ବିମାନବନ୍ଦରରେ ଅଟକ  ଥିବା ରାହୁଲ ଗାନ୍ଧିଙ୍କୁ  ଛଡ଼ାଯାଇଛି। ବିମାନ ବନ୍ଦରରେ ରାହୁଲ ଗାନ୍ଧିଙ୍କୁ ସୁରକ୍ଷା କର୍ମୀଙ୍କ କର୍ଡନ କରି ରଖିଥିତବା ଭିଡିଓ ଫୁଟେଜ ଆସିଛି।

ଲଖିମପୁର ଖେରୀରେ ଘଟିଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିବେ  ରାହୁଲ ଗାନ୍ଧି । ଜିଲ୍ଲାରେ CrPC ର ଧାରା 144 ଅନୁଯାୟୀ ନିଷେଧାଦେଶ ଲାଗୁ ହୋଇଛି। ଏହାପୂର୍ବରୁ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।  ସେ କହିଥିଲେ ଯେ, ସେ ଦୁଇ ଜଣ ସଦସ୍ୟଙ୍କ ସହ ଲଖିମପୁର ଯିବେ। ଯାହା ଧାରା 144 ର ଉଲ୍ଲଂଘନ ହେବ ନାହିଁ।

ଉତ୍ତର ପ୍ରଦେଶ ସରକାର ରାହୁଲ, ପ୍ରିୟଙ୍କା ଓ ଅନ୍ୟ ୩ କଂଗ୍ରେସ ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ କଂଗ୍ରେସ ଅନୁମତି ପାଇଁ ଚିଠି ଲେଖିଥିଲେ ହେଁ ଏହାକୁ ଯୋଗୀ ସରକାର ଅଗ୍ରାହ୍ୟ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଏବେ ଚାପରେ ପଡ଼ି ନିଜର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଛନ୍ତି। ସରକାର ନିଜର ସଂଶୋଧିକ ନିର୍ଦ୍ଦେଶନାମାରେ କହିଛନ୍ତି ଯେ ପ୍ରତି ରାଜନୀତିକ ଦଳର ୫ ଜଣ ଲେଖାଏ ନେତା ହିଁ ଲଖିମପୁର ଖେରି ଯାଇପାରିବେ। ଅଧିକ ଲୋକଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିବ ନାହିଁ।

Related story