‘ରାହୁଲ୍ ଗାନ୍ଧୀ ଓ ମମତା ବାନାର୍ଜୀ ମାନସିକ ସ୍ଥିତି ହରାଇଛନ୍ତି’

ପାଟନା: ବାତ୍ୟା ୟାସ ପରେ ପଶ୍ଚିମବଙ୍ଗରେ ପୁଣିଥରେ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ବାତ୍ୟାର ପରିବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିବାକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ସମୀକ୍ଷା ବୈଠକରେ ମମତା ବାନାର୍ଜୀ ବିଳମ୍ୱରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଜୋରଦାର ବର୍ଷିଛି। ଏହି କ୍ରମରେ ବିହାର ବିଜେପି ସଭାପତି ଡକ୍ଟର ସଞ୍ଜୟ ଜୈସୱାଲ କହିଛନ୍ତି ଯେ ରାହୁଲ ଗାନ୍ଧୀ, ମମତା ବାନାର୍ଜୀଙ୍କ ଭଳି ନେତାମାନେ […]

mamata-rahul

mamata-rahul

Subhransu Sekhar
  • Published: Sunday, 30 May 2021
  • Updated: 30 May 2021, 09:59 PM IST

Sports

Latest News

ପାଟନା: ବାତ୍ୟା ୟାସ ପରେ ପଶ୍ଚିମବଙ୍ଗରେ ପୁଣିଥରେ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ବାତ୍ୟାର ପରିବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିବାକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ସମୀକ୍ଷା ବୈଠକରେ ମମତା ବାନାର୍ଜୀ ବିଳମ୍ୱରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଜୋରଦାର ବର୍ଷିଛି। ଏହି କ୍ରମରେ ବିହାର ବିଜେପି ସଭାପତି ଡକ୍ଟର ସଞ୍ଜୟ ଜୈସୱାଲ କହିଛନ୍ତି ଯେ ରାହୁଲ ଗାନ୍ଧୀ, ମମତା ବାନାର୍ଜୀଙ୍କ ଭଳି ନେତାମାନେ ମାନସିକ ଭାରସାମ୍ୟ ହରାଇ ବର୍ତ୍ତମାନ ବିଜେପି ବିରୋଧରେ କାମ କରିବାକୁ ଯାଇ ଦେଶ ବିରୋଧରେ କାର୍ଯ୍ୟକଳାପ କରୁଛନ୍ତି।

ଜୟସୱାଲ କହିଛନ୍ତି ଯେ ୟାସରେ ଉଭୟ ଓଡିଶା ଏବଂ ପଶ୍ଚିମବଙ୍ଗ ଅଧିକ ପ୍ରଭାବିତ ହୋଇଛନ୍ତି। ଉଭୟ ସ୍ଥାନରେ ବିଜେପି ବିରୋଧୀ ସରକାର ଅଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟର ବାତ୍ୟା ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସବୁ ପ୍ରକାର ସମର୍ଥନ କରୁଥିବାବେଳେ ମମତା ବାନାର୍ଜୀ ତାଙ୍କ ଅଭ୍ୟାସ ଅନୁଯାୟୀ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ସମ୍ମାନକୁ ପଛରେ ପକାଇ ସମସ୍ତ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ଜୟସୱାଲ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି ଯେଉଁଠି ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ରାଜ୍ୟକୁ ଗସ୍ତ କରୁଛନ୍ତି ଏବଂ ଅଧ ଘଣ୍ଟା ଅପେକ୍ଷା କରିବା ପରେ ସେଠିକାର ମୁଖ୍ୟମନ୍ତ୍ରୀ ଆସି ଗୋଟିଏ କାଗଜ ଦେଇ ଅନ୍ୟ କାମ ଅଛି କହି ପଳାଉଛନ୍ତି।

ଏହି ବିଜେପି ନେତା କହିଛନ୍ତି, "ଅହଂକାରୀ ମମତା ବୋଧହୁଏ ସ୍ଥିର କରିଛନ୍ତି ଯେ ମୋ ଆଦେଶ ପାଳନ କରୁଥିବା ବ୍ୟକ୍ତି କେବଳ ମୋ ରାଜ୍ୟରେ ବଞ୍ଚି ପାରିବେ। ବାସ୍ତବରେ ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ଭଳି ନେତାମାନେ ମାନସିକ ସନ୍ତୁଳନ ହରାଉଛନ୍ତି। ବିଜେପିକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧୀ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos