କାହିଁକି ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ମିଳିଳାନି: କାରଣ କହିଲେ ରାହୁଲ

ନୂଆଦିଲ୍ଲୀ: ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା ମନ୍ୟତା ବିରୋଧରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଞ୍ଚଳିକ ଭାଷା ଗୁଡ଼ିକୁ ବିପନ୍ନ କରି ହିନ୍ଦୀକୁ ରାଷ୍ଟ୍ର ଭାଷା ସ୍ୱୀକୃତି ଦେବାର କୌଣସି ଯୋଜନା ନଥିଲା ବୋଲି ରାହୁଲ ଗାନ୍ଧି କହିଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟ ଅଞ୍ଚଳରେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧି କହିଛନ୍ତି ଯେ, କନ୍ନଡ଼ ଭଳି ଆଞ୍ଚଳିକ ଭାଷାଗୁଡ଼ିକର ପରିଚୟକୁ ବିପନ୍ନ କରି କେବଳ ହିନ୍ଦୀକୁ ରାଷ୍ଟ୍ରଭାଷା କରାଯିବାର […]

Rahul-Gandhi

  • Published: Saturday, 08 October 2022
  • , Updated: 08 October 2022, 01:00 PM IST

ନୂଆଦିଲ୍ଲୀ: ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା ମନ୍ୟତା ବିରୋଧରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଞ୍ଚଳିକ ଭାଷା ଗୁଡ଼ିକୁ ବିପନ୍ନ କରି ହିନ୍ଦୀକୁ ରାଷ୍ଟ୍ର ଭାଷା ସ୍ୱୀକୃତି ଦେବାର କୌଣସି ଯୋଜନା ନଥିଲା ବୋଲି ରାହୁଲ ଗାନ୍ଧି କହିଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟ ଅଞ୍ଚଳରେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧି କହିଛନ୍ତି ଯେ, କନ୍ନଡ଼ ଭଳି ଆଞ୍ଚଳିକ ଭାଷାଗୁଡ଼ିକର ପରିଚୟକୁ ବିପନ୍ନ କରି କେବଳ ହିନ୍ଦୀକୁ ରାଷ୍ଟ୍ରଭାଷା କରାଯିବାର  କୌଣସି ଉଦ୍ଦେଶ୍ୟ ନ ଥିଲା।

ଶୁକ୍ରବାର ଗାନ୍ଧି ଏଠାରେ ବହୁ ବୁଦ୍ଧିଜୀବୀ,  ଶିକ୍ଷା ଅନୁଷ୍ଠାନର ପ୍ରତିନିଧି ଓ ଶିକ୍ଷକମାନଙ୍କ ସହିତ  ଆଲୋଚନା କରି ସେ ଏହି ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରିୟଙ୍କା ଖାଡ଼ଗେ କହିଛନ୍ତି, କନ୍ନଡ଼ର ପରିଚୟ ବିଷୟରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଆଲୋଚନା କରାଯାଇଥିଲା। ରାହୁଲ ଗାନ୍ଧି କହିଛନ୍ତି ଯେ, ସମସ୍ତଙ୍କ ମାତୃଭାଷା ହେଉଛି ଗୁରୁତ୍ୱପୂର୍ଣ୍ଣ। ସମ୍ବିଧାନର ସମସ୍ତଙ୍କ ଅଧିକାର ରହିଥିବା ରାହୁଲ ଗାନ୍ଧି କହିଛନ୍ତି।

ତେଣୁ, ରାହୁଲ୍‌ ସ୍ପଷ୍ଟ ଭାବେ କହିଲେ ଯେ, କେବଳ ହିନ୍ଦୀକୁ ରାଷ୍ଟ୍ରଭାଷା କରି ଆପଣଙ୍କ ଭାଷାକୁ (କନ୍ନଡ଼) ବିପନ୍ନ କରିବା ଉଦ୍ଦେଶ୍ୟ ନ ଥିଲା। ଉକ୍ତ  ଆଲୋଚନାରେ କଂଗ୍ରେସ ପାର୍ଟି ସହିତ ସମ୍ପୃକ୍ତ ନଥିବା ବ୍ୟକ୍ତିବିଶେଷ ଭାଗ ନେଇଥିଲେ। ସେମାନେ ସମ୍ବିଧାନକୁ ବଞ୍ଚାଇବା ଲାଗି ଏହି ପଦଯାତ୍ରାରେ ଭାଗ ନେଇଥିଲେ ବୋଲି କୁହାଯାଇଛି।

Related story