ରିମୋଟ କଣ୍ଟ୍ରୋଲ କଂଗ୍ରେସ ସଭାପତି: କାଉଣ୍ଟର କଲେ ରାହୁଲ ଗାନ୍ଧି

ବେଙ୍ଗାଲୁରୁ: ଦୀର୍ଘ ୨୨ ବର୍ଷରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ହେଲେ ଯିଏ ବି ସଭାପତି ହେବେ ସେ ଗାନ୍ଧି ପରିବାର ଇସାରାରେ କାମ କରିବେ। ଅର୍ଥାତ ରିମୋଟ କଣ୍ଟ୍ରୋଲ ସଭାପତି ନିର୍ବାଚିତ ହେବେ। ଏଥିପାଇଁ କଂଗ୍ରେସ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସଭାପତି ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଏହାକୁ ଆଜି ରାହୁଲ ଗାନ୍ଧି କାଉଣ୍ଟର କରିଛନ୍ତି। ଯିଏ ବି କଂଗ୍ରେସର ନୂଆ ସଭାପତି ହେବେ, ତାଙ୍କୁ ମୁକ୍ତ ଭାବେ କାମ […]

Rahul-Gandhi

  • Published: Saturday, 08 October 2022
  • , Updated: 08 October 2022, 06:43 PM IST

ବେଙ୍ଗାଲୁରୁ: ଦୀର୍ଘ ୨୨ ବର୍ଷରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ହେଲେ ଯିଏ ବି ସଭାପତି ହେବେ ସେ ଗାନ୍ଧି ପରିବାର ଇସାରାରେ କାମ କରିବେ। ଅର୍ଥାତ ରିମୋଟ କଣ୍ଟ୍ରୋଲ ସଭାପତି ନିର୍ବାଚିତ ହେବେ। ଏଥିପାଇଁ କଂଗ୍ରେସ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସଭାପତି ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଏହାକୁ ଆଜି ରାହୁଲ ଗାନ୍ଧି କାଉଣ୍ଟର କରିଛନ୍ତି। ଯିଏ ବି କଂଗ୍ରେସର ନୂଆ ସଭାପତି ହେବେ, ତାଙ୍କୁ ମୁକ୍ତ ଭାବେ କାମ କରିବାକୁ ଓ ସାଂଗଠନିକ ନିଷ୍ପତ୍ତି ନେବାକୁ ଦିଆଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ କର୍ଣ୍ଣାଟକାରେ ଭାରତ ଯୋଡ଼ୋ ପଦଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ତାଙ୍କୁ ରିମୋଟ କଣ୍ଟ୍ରୋଲ ସଭାପତି ପ୍ରସଙ୍ଗରେ ପଚରା ଯାଇଥିଲା। ଏହାର ଉତ୍ତରରେ ରାହୁଲ କହିଛନ୍ତି, “କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଦୁଇ ନେତାଙ୍କ ସ୍ୱତନ୍ତ୍ର ସ୍ଥାନ ଓ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ସେମାନଙ୍କୁ ମଧ୍ୟରୁ ଯାହାକୁ ବି ରିମୋଟ କଣ୍ଟ୍ରୋଲ ବୋଲି ଅପାଣ କହିବେ, ତାହା ଭୟଙ୍କ ପ୍ରତି ଅପମାନ।”

ଦୀର୍ଘ ୨୨ ବର୍ଷର ବ୍ୟବଧାନ ପରେ ଚଳିତ ମାସ ୧୭ରେ କଂଗ୍ରେସ ସଭାପତି ପାଇଁ ନିର୍ବାଚନ ହେବ। ଗୋଟିଏ ପଟେ ଖାଡଗେ ରହିଥିବା ବେଳେ ଅନ୍ୟପଟେ ଶଶି ଥରୁର ଅଛନ୍ତି। ପ୍ରାୟ ୯ ହଜାର କଂଗ୍ରେସ ପଦାଧିକାରୀ ଭୋଟ ଦେଇ ଦଳର ପରବର୍ତ୍ତୀ ସଭାପତିଙ୍କୁ ବାଛିବେ।

ଭୋଟ ଗଣତି ସହ ୧୯ ତାରିଖରେ ରେଜଲ୍ଟ ପ୍ରକାଶ ପାଇଛି। ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାପତି ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ହେବା ଗେହଲଟ ଏହି ଦୌଡ଼ରୁ ଓହରି ଯାଇଥିଲେ। ଶେଷ ମୁହୂର୍ତ୍ତରେ ଖାଡଗେ କଂଗ୍ରେସ ସଭାପତି ପ୍ରାର୍ଥୀ ହୋଇଛନ୍ତି।

Related story