ଟିକେଟ କାଉଣ୍ଟରରେ ରେଳ କର୍ମଚାରୀଙ୍କ ମ୍ୟାଜିକ! ୫୦୦ ଟଙ୍କିଆକୁ କରିଦେଲେ ୨୦ ଟଙ୍କା

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଭିଯୋଗ କରନ୍ତି। ଆପଣ ଯଦି ଜଣେ ନିୟମିତ ଟ୍ରେନ ଯାତ୍ରୀ, ତା’ହେଲେ ଆପଣ ମଧ୍ୟ ଅନେକ ଘଟଣାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିବେ।  ଟ୍ରେନରେ ଯାତ୍ରା କରିବା ବେଳେ ଅନେକ ଯାତ୍ରୀ ଚୋରି କିମ୍ବା ଠକେଇର ମଧ୍ୟ ଶିକାର ହେବାର ନଜିର ରହିଛି। କିନ୍ତୁ ଆପଣଙ୍କୁ ଯଦି ଜଣେ ରେଳବାଇ କର୍ମଚାରୀ ଆଖି ସାମ୍ନାରେ ଠକେଇ କରିବେ, ତା’ହେଲେ ଆପଣ କ’ଣ […]

money

  • Published: Tuesday, 29 November 2022
  • , Updated: 29 November 2022, 05:52 PM IST

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଭିଯୋଗ କରନ୍ତି। ଆପଣ ଯଦି ଜଣେ ନିୟମିତ ଟ୍ରେନ ଯାତ୍ରୀ, ତା’ହେଲେ ଆପଣ ମଧ୍ୟ ଅନେକ ଘଟଣାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିବେ।  ଟ୍ରେନରେ ଯାତ୍ରା କରିବା ବେଳେ ଅନେକ ଯାତ୍ରୀ ଚୋରି କିମ୍ବା ଠକେଇର ମଧ୍ୟ ଶିକାର ହେବାର ନଜିର ରହିଛି।

କିନ୍ତୁ ଆପଣଙ୍କୁ ଯଦି ଜଣେ ରେଳବାଇ କର୍ମଚାରୀ ଆଖି ସାମ୍ନାରେ ଠକେଇ କରିବେ, ତା’ହେଲେ ଆପଣ କ’ଣ ପ୍ରତିକ୍ରିୟା ଦେବେ? ଏହି ପ୍ରଶ୍ନ ପଚାରିବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି। ଏବେ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଜଣେ ରେଳବାଇ କର୍ମଚାରୀ ଟିକେଟ କାଉଣ୍ଟରରେ ମ୍ୟାଜିକ କରୁଛନ୍ତି। ସେ କୌଶଳକ୍ରମେ ଟିକେଟ କରିବାକୁ ୫୦୦ ଟଙ୍କିଆ ନୋଟ ଦେଇଥିବା ଜଣେ ଯାତ୍ରୀଙ୍କୁ ୨୦ ଟଙ୍କା ଦେଇଥିବା କହି ଠକିଛନ୍ତି। ତାଙ୍କର ଆଖି ସାମ୍ନାରେ କର୍ମଚାରୀ ଜଣଙ୍କ ମ୍ୟାଜିକ କରି ୫୦୦ ଟଙ୍କିଆ ନୋଟକୁ ୨୦ ଟଙ୍କିଆ ନୋଟରେ ପରିବର୍ତ୍ତନ କରିଦେଇଛନ୍ତି।

ପୂରା ଘଟଣା ଦିଲଲ୍ଲୀର ହଜରତ ନିଜାମୁଦ୍ଦିନ ରେଳବାଇ ଷ୍ଟେସନର ଟିକେଟ କାଉଣ୍ଟରରେ ଘଟିଛି। ଏହି ଆଶ୍ଚର୍ଯ୍ୟ କରିବା ବେଳର ଭିଡିଓକୁ ଜଣେ ଯାତ୍ରୀ ନିଜ ମୋବାଇଲରେ ରେକର୍ଡ ମଧ୍ୟ କରିଛନ୍ତି।


ଭିଡିଓରୁ କର୍ମଚାରୀ ଜଣଙ୍କ ଠକେଇ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଭିଡିଓ ଅନୁଯାୟୀ, କାଉଣ୍ଟରରେ ଜଣେ ଯାତ୍ରୀ ଟିକେଟ ପାଇଁ ୫୦୦ ଟଙ୍କିଆ ନୋଟ ଦେଇଥିଲେ। ସେ ସୁପରଫାଷ୍ଟ ଗ୍ୱାଲିୟର ଟ୍ରେନରେ ଟିକେଟ ଦେବାକୁ ରେଳ କର୍ମଚାରୀଙ୍କୁ କହିଥିଲେ। ଟିକେଟ ବୁକିଂ ପାଇଁ କର୍ମଚାରୀ ଜଣଙ୍କ ବିସ୍ତୃତ ସୂଚନା ମାଗୁଥିବା ବେଳେ ଘଟିଥିଲା ଆଶ୍ଚର୍ଯ୍ୟଜନକ ଘଟଣା।

କର୍ମଚାରୀ ଜଣଙ୍କ ବେଶ କୌଶଳକ୍ରମେ ୫୦୦ ଟଙ୍କିଆ ନୋଟକୁ ୨୦ ଟଙ୍କିଆ ନୋଟରେ ପରିବର୍ତ୍ତନ କରିଦେଇଥିଲେ। ଏହା ଦେଖି ଯାତ୍ରୀ ଜଣଙ୍କ ମଧ୍ୟ କିଛି ବୁଝି ପାରି ନଥିଲେ। ଏହି ଦ୍ୱନ୍ଦ୍ୱ ଭିତରେ କର୍ମଚାରୀ ଜଣଙ୍କ ଟିକେଟ ବାବଦରେ ଆହୁରି ଟଙ୍କା ମାଗିଥିଲେ। ଟିକେଟର ଦାମ ୧୨୫ ଟଙ୍କା ହୋଇଥିବା ବେଳେ କର୍ମଚାରୀ ଜଣଙ୍କ ୨୦ ଟଙ୍କିଆ ନୋଟ ଦେଖାଇ ଯାତ୍ରୀଙ୍କ ଠାରୁ ଆଉ ୧୦୫ ଟଙ୍କା ମାଗିଥିଲେ।

କର୍ମଚାରୀ ଜଣଙ୍କ ଏତେ ଚମତ୍କାର ଢଙ୍ଗରେ ମ୍ୟାଜିକ ନାଁରେ ଠକେଇ କରିଥିଲେ ଯେ ଏହାକୁ ନୋଟିସ କରିବା ବେଶ କଷ୍ଟକର ଥିଲା। ଯଦି ବି କେହି ନୋଟିସ କରିନ୍ତି, ତା’ହେଲେ ବିନା ପ୍ରମାଣରେ କେମିତି କର୍ମଚାରୀଙ୍କୁ କେହି ଦୋଷ ଦେବ? କିନ୍ତୁ ଏହି ଘଟଣାରେ ଯାତ୍ରୀ ଜଣଙ୍କ ସୌଭାଗ୍ୟବଶତଃ ନିଜ ମୋବାଇଲ କ୍ୟାମେରା ଅନ କରିଥିଲେ। ତେଣୁ ରେଳବାଇ କର୍ମଚାରୀଙ୍କ ତଥାକଥିତ ମ୍ୟାଜିକ ଶୋ’ ଏଥିରେ କଏଦ ହୋଇଯାଇଛି।


ଘଟଣାର ଭିଡିଓ ଭାଇରାଲ ହେବା ପରେ ରେଳବାଇ ସେବା ଓ ଦିଲ୍ଲୀ ଡିଭିଜନ ପକ୍ଷରୁ ଉକ୍ତ କର୍ମଚାରୀଙ୍କ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରି ନିଆଯାଇଛି। ସେହିପରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି।

Related story