ପାରୋଲରେ ଆସି ସତସଙ୍ଗ କରୁଛନ୍ତି କଳଙ୍କିତ ବାବା ରାମ ରହିମ, ଜମୁଛି ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ଗୁରୁ ବାବା ଗୁରୁମିତ୍ ରାମ ରହିମଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ହୋଇଛି। ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଥିବା ରାମ ରହିମ ଏବେ ପାରୋଲରେ ଆସି  ବୁଧବାର ଏକ ଭର୍ଚୁଆଲ ସତସଙ୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ରାଜନୈତିକ ନେତା ସାମିଲ ଥିବା ଜଣାପଡ଼ିଛି। ଏପରିକି ହରିୟାଣାର ମେୟର ଏବଂ ବିଜେପିର ଅନେକ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହରିୟାଣାର କର୍ଣ୍ଣଲ୍‌ ମେୟର୍‌ […]

  • Published: Thursday, 20 October 2022
  • , Updated: 20 October 2022, 09:34 AM IST

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ଗୁରୁ ବାବା ଗୁରୁମିତ୍ ରାମ ରହିମଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ହୋଇଛି। ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଥିବା ରାମ ରହିମ ଏବେ ପାରୋଲରେ ଆସି  ବୁଧବାର ଏକ ଭର୍ଚୁଆଲ ସତସଙ୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ରାଜନୈତିକ ନେତା ସାମିଲ ଥିବା ଜଣାପଡ଼ିଛି। ଏପରିକି ହରିୟାଣାର ମେୟର ଏବଂ ବିଜେପିର ଅନେକ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହରିୟାଣାର କର୍ଣ୍ଣଲ୍‌ ମେୟର୍‌ ରେଣୁବାଳା ଗୁପ୍ତାଙ୍କ ସମେତ କେତେଜଣ ବିଜେପି ନେତା ଯୋଗ ଦେଇଥିଲେ। ରେଣୁବାଳାଙ୍କ ବ୍ୟତୀତ, ଡେପୁଟି ମେୟର୍‌ ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର୍‌ ରାଜେଶ ଅଗ୍ଗିଙ୍କ ସମେତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ପ୍ରାର୍ଥୀମାନେ ମଧ୍ୟ ଉକ୍ତ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କର୍ଣ୍ଣଲ୍‌ ମେୟର୍‌ ଗୁରମୀତ ରାମ୍‌ ରହିମ୍‌ଙ୍କଠାରୁ ଆଶିଷ ଭିକ୍ଷା କରୁଥିବାର ଭିଡିଓ ଅନ୍‌ଲାଇନ୍‌ରେ ପ୍ରସାରିତ ହୋଇଛି।

ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମରହିମଙ ୪୦ ଦିନ ପାରୋଲରେ ଆସିଛନ୍ତି। ଗତ ସପ୍ତାହରେ କୋର୍ଟରେ ତାଙ୍କ ପାରୋଲ ମଞ୍ଜୁର ହୋଛି।  ବାବା ରାମ ରହିମ ଉତ୍ତରପ୍ରଦେଶର ଭାଗପତରେ ଏକ ସତସଙ୍ଗର ଆୟୋଜନ କରିଥିଲେ।  ଏହା ପୂର୍ବରୁ ଜୁନରେ ମାସକ ପାଇଁ ପାରୋଲରେ ଆସିଥିଲେ ରାମ ରହିମ।  ତାପୂର୍ବରୁ ଫେବୃଆରୀ ମାସରେ ବାବା ରାମ ରହିମଙ୍କୁ ୩ ସପ୍ତାହ ପାଇଁ ସାମୟିକ ଛୁଟି ମଞ୍ଜୁର ହୋଇଥିଲା।   ତେବେ ହରିୟାଣାରେ ହେବାକୁ ଥିବା ଉପନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ରାମ୍‌ ରହିମ୍‌ ସିଂହଙ୍କୁ ପାରୋଲ୍‌ ମଞ୍ଜୁର କରାଯାଇଥିବା ବିରୋଧୀ ଅଭିଯୋଗ କରିଛି। ନଭେମ୍ବର ୩ ତାରିଖରେ ହରିୟାଣାର ଅଦମ୍‌ପୁର ବିଧାନସଭା ଆସନରେ ଉପନିର୍ବାଚନ କରାଯିବ। ରାଜ୍ୟର ୯ଟି ଜିଲ୍ଲାରେ ନଭେମ୍ବର ୯ ଏବଂ ୧୨ରେ ପଞ୍ଚାୟତ ନିର୍ବାଚନ କରାଯିବ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଉଲ୍ଲେଖଯୋଗ୍ୟ ଯେ ଡେରାର ସିରସାସ୍ଥିତ ମୁଖ୍ୟାଳୟରେ ଦୁଇ ମହିଳା ଭକ୍ତଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ରାମ ରହିମ ୨୦ ବର୍ଷ ଜେଲଦଣ୍ଡ କାଟୁଛନ୍ତି। ରାମରହିମଙ୍କୁ ଅଗଷ୍ଟ ୨୦୧୭ରେ ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗୁରମିତ ରାମ ରହିମ ୨୦୦୨ରେ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଅନ୍ୟ ୪ ଜଣଙ୍କ ସହ ଗତବର୍ଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ୨୦୧୯ରେ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ମଧ୍ୟ ଡେରା ପ୍ରମୁଖ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Related story