ସ୍ତ୍ରୀକୁ ୫୦୦ ଟଙ୍କାରେ ବିକିଲା ସ୍ୱାମୀ, କିଣିଥିବା ବନ୍ଧୁ ଦୁଷ୍କର୍ମ କଲା

ଜୟପୁର: ସ୍ୱାମୀ ବିକିଲା। ବନ୍ଧୁ କିଣିଲା।  ସ୍ତ୍ରୀକୁ ୫୦୦ ଟଙ୍କାରେ ବିକିଲା ସ୍ୱାମୀ। ଆଉ କିଣିଥିବା ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ସମ୍ପୃକ୍ତ ଦୁଷ୍କର୍ମ ଅଭିଯୁକ୍ତଙ୍କୁ  ଗିରଫ କରିଛି। ରାଜସ୍ତାନର ଶିକାର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଦିନ ଏହି ଅଭିଯୋଗ ଆସିବା ପରେ ୨୪ ଘଣ୍ଟା ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଇନ୍‌ଚାର୍ଜ ଦାୟତ୍ୱରେ ଥିବା ମଦନଲାଲ କହିଛନ୍ତି ଯେ ଜଣେ ଅଭିଯୁକ୍ତ […]

Bride Representation Image

Tapas Behera
  • Published: Monday, 04 October 2021
  • , Updated: 04 October 2021, 05:41 PM IST

ଜୟପୁର: ସ୍ୱାମୀ ବିକିଲା। ବନ୍ଧୁ କିଣିଲା।  ସ୍ତ୍ରୀକୁ ୫୦୦ ଟଙ୍କାରେ ବିକିଲା ସ୍ୱାମୀ। ଆଉ କିଣିଥିବା ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ସମ୍ପୃକ୍ତ ଦୁଷ୍କର୍ମ ଅଭିଯୁକ୍ତଙ୍କୁ  ଗିରଫ କରିଛି। ରାଜସ୍ତାନର ଶିକାର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଦିନ ଏହି ଅଭିଯୋଗ ଆସିବା ପରେ ୨୪ ଘଣ୍ଟା ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଇନ୍‌ଚାର୍ଜ ଦାୟତ୍ୱରେ ଥିବା ମଦନଲାଲ କହିଛନ୍ତି ଯେ ଜଣେ ଅଭିଯୁକ୍ତ ଜଣକ ହେଉଛନ୍ତି ସୋନୁ ଶର୍ମା।

ପୀଡ଼ିତ ଜଣକ ୨୧ ବର୍ଷୀୟ ମହିଳା ହୋଇଥିବା ବେଳେ ସେ ମାୟୁ ନିବାସୀ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ।  ଗୁରୁବାର ରାତିରେ ସ୍ୱାମୀଙ୍କ ସହ ମହିଳା ଜଣକ ଲକି ହୋଟେଲକୁ ଯାଇଥିଲେ।  ଏହି ସମୟରେ ସୁନୋ ଶର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ  ସ୍ତ୍ରୀ ପ୍ରତିବଦଳରେ ୫୦୦ ଟଙ୍କା ଯାଚିଥିଲେ। ମହିଳା ଜଣକର ସ୍ୱାମୀ ଏହି ଟଙ୍କା ଗ୍ରହଣ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ବିକିଦେଇଥିଲେ। ସୁନୋ ସମ୍ପୃକ୍ତ ମହିଳା ଜଣକଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯିବା ସହ ଦୁଷ୍କର୍ମ କରିଥିଲେ। ତେବେ ମହିଳା ଜଣକ ଅଭିଯୋଗ କରିବ ପରେ ପୁଲିସ ଅଭିଯୁକ୍ତ ସୁନୋଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Related story