ଗୋଲାପୀ ରଙ୍ଗର ଚିତାବାଘ ଠାବ

ଜୟପୁର: ବିରଳ ଚିତା ବାଘ ଠାବ। ରାଜସ୍ତାନର ପାଲି ଜିଲ୍ଲାର ସ୍ଥାନୀୟ ଲୋକେ ଆରାବଳି ପାହାଡର ରଣକପୁର ଅଞ୍ଚଳରେ ଏକ ବିରଳ ‘ଗୋଲାପୀ ଚିତାବାଘ'( pink) ଦେଖିଥିବା କହିଛନ୍ତ । ଦେଶରେ ପିଙ୍କ କଲରର ଚିତାବାଘ ଠାବ ହେବା ପ୍ରଥମ। ଏହାପୂର୍ବରୁ ଆଫ୍ରିକାରେ ୨୦୧୨ରେ ପିଙ୍କ କୋଟ କଲରର  ଏକ ଚିତାବାଘ ଠାବ ହୋଇଥିଲା।  ଯାହା ସ୍ୱାଭାବିକ୍‌ ଭାବେ ହଳଦିଆ ଏବଂ ବାଦାମୀ ରଙ୍ଗଠାରୁ ଭିନ୍ନ ଥିଲା। ୨୦୧୯ରେ ମଧ୍ୟ ଆଫ୍ରିକାରେ ପୁନର୍ବାର ଏହି ରଙ୍ଗର ବାଘ ଦେଖିବାକୁ […]

tiger

Tapas Behera
  • Published: Wednesday, 10 November 2021
  • , Updated: 10 November 2021, 09:50 PM IST

ଜୟପୁର: ବିରଳ ଚିତା ବାଘ ଠାବ। ରାଜସ୍ତାନର ପାଲି ଜିଲ୍ଲାର ସ୍ଥାନୀୟ ଲୋକେ ଆରାବଳି ପାହାଡର ରଣକପୁର ଅଞ୍ଚଳରେ ଏକ ବିରଳ 'ଗୋଲାପୀ ଚିତାବାଘ'( pink) ଦେଖିଥିବା କହିଛନ୍ତ । ଦେଶରେ ପିଙ୍କ କଲରର ଚିତାବାଘ ଠାବ ହେବା ପ୍ରଥମ।

ଏହାପୂର୍ବରୁ ଆଫ୍ରିକାରେ ୨୦୧୨ରେ ପିଙ୍କ କୋଟ କଲରର  ଏକ ଚିତାବାଘ ଠାବ ହୋଇଥିଲା।  ଯାହା ସ୍ୱାଭାବିକ୍‌ ଭାବେ ହଳଦିଆ ଏବଂ ବାଦାମୀ ରଙ୍ଗଠାରୁ ଭିନ୍ନ ଥିଲା।

୨୦୧୯ରେ ମଧ୍ୟ ଆଫ୍ରିକାରେ ପୁନର୍ବାର ଏହି ରଙ୍ଗର ବାଘ ଦେଖିବାକୁ ମିଳିଥିଲା। ତେବେ ରାଜସ୍ତାନର ଏହି ବାଘର ଫଟୋ ମଧ୍ୟ ଉତ୍ତୋଳନ କରାଯାଇଛି। ସେହି ବାଘକୁ ସୁରକ୍ଷା ଦେବା ଆମର ଦାୟତ୍ୱ ବୋଲି ବନ ସଂରକ୍ଷକ କହଇନ୍ତି।  ସେ ବାଘ ଯେମତି ଶିକାର ନହୁଏ ଆମେ ନଜର ରଖିବୁ।  ୬୦୦ ବର୍ଗ କିଲୋମିଟର ପରିଧିରେ  କୁମ୍ବଲଗଡ ଜଙ୍ଗଲ ଆରାବଳି ପାର୍ବତ୍ୟ ଅଞ୍ଚଳକୁ ବ୍ୟାପିଛି। ଏହି ଜଙ୍ଗଲରେ ଚିତାବାଘ, ବିରଳ ଗଧିଆ, ସମ୍ୱର ଏବଂ ଅନ୍ୟ ବନ୍ୟଯନ୍ତୁଙ୍କର ଚଳପ୍ରଚଳ ରହିଛି।

Related story