କ୍ୟାପ୍ଟେନଙ୍କ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କଲା ବିଜେପି

ନୂଆଦିଲ୍ଲୀ:କ୍ୟାପ୍ଟେନଙ୍କ ଫ୍ରେଣ୍ଡ ରିକୁଏଷ୍ଟକୁ ଗ୍ରହଣ କରିଛି ବିଜେପି। ଅର୍ଥାତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ନୂଆ ଦଳ ଗଠନ ପାଇଁ ଘୋଷଣା କରିଥିବା ବେଳେ ମେଣ୍ଟ ପାଇଁ ବିଜେପିକୁ ଦେଇଥିବା ଅଫରକୁ ମାନି ନେଇଛି ଦଳ। କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ସହ ମେଣ୍ଟ ପାଇଁ ଆମେ ପ୍ରସ୍ତୁତ ବୋଲି ବିଜେପିର ପଞ୍ଜାବର ଦାୟିତ୍ୱରେ ଥିବା ଦୂଶ୍ୟନ୍ତ ଗୌତମ କହିଛନ୍ତି। ମେଣ୍ଟ ପାଇଁ ଆମର ଦ୍ୱାର ଖୋଲା ଅଛି। ହେଲେ ଏବାବଦରେ ଆମର ସଂସଦୀୟ ବୋର୍ଡ […]

509-1

Tapas Behera
  • Published: Wednesday, 20 October 2021
  • , Updated: 20 October 2021, 08:10 PM IST

ନୂଆଦିଲ୍ଲୀ:କ୍ୟାପ୍ଟେନଙ୍କ ଫ୍ରେଣ୍ଡ ରିକୁଏଷ୍ଟକୁ ଗ୍ରହଣ କରିଛି ବିଜେପି। ଅର୍ଥାତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ନୂଆ ଦଳ ଗଠନ ପାଇଁ ଘୋଷଣା କରିଥିବା ବେଳେ ମେଣ୍ଟ ପାଇଁ ବିଜେପିକୁ ଦେଇଥିବା ଅଫରକୁ ମାନି ନେଇଛି ଦଳ। କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ସହ ମେଣ୍ଟ ପାଇଁ ଆମେ ପ୍ରସ୍ତୁତ ବୋଲି ବିଜେପିର ପଞ୍ଜାବର ଦାୟିତ୍ୱରେ ଥିବା ଦୂଶ୍ୟନ୍ତ ଗୌତମ କହିଛନ୍ତି।

ମେଣ୍ଟ ପାଇଁ ଆମର ଦ୍ୱାର ଖୋଲା ଅଛି। ହେଲେ ଏବାବଦରେ ଆମର ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେଇପାରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରବାଦୀ, ଦେଶ ବିଷୟରେ ଚିନ୍ତା କରୁଥିବା ଏବଂ ଜାତୀୟ ନିରାପତ୍ତାକୁ ନେଇ ବିଜେପି ସବୁବେଳେ ହାତ ମିଳାଇବାକୁ ପ୍ରସ୍ତୁତ ଅଛି।

ଗତ ମାସରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ କଂଗ୍ରେସ ଅମରିନ୍ଦର ସିଂଙ୍କୁ ବାଧ୍ୟ କରିଥିଲା।  ତେବେ ମଙ୍ଗଳବାର ସେ ନୂଆ ଦଳ ଗଠନ ନେଇ  ଟ୍ୱିଟ୍ କରି ଘୋଷଣା କରିଛନ୍ତି।  ସେ କହିଛନ୍ତି ଯଦି କୃଷକଙ୍କ ଆନ୍ଦୋଳନ ସମାଧାନ ହୁଏ, ତେବେ ସେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଆକାଳି ଗୋଷ୍ଠୀ ସହିତ ଆସନ ବୁଝାମଣା ପାଇଁ ବିଚାର କରିବେ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ ସେ ବିଜେପିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବା କ୍ୟାପ୍ଟେନ ବିଜେପିରେ ମିଶିବାକୁ ମନା କରିଦେଥିଲେ।  ସେ ଗତକାଲି ଟୁଇଟ୍ କରି କହିଛନ୍ତି ୨୦୨୨ପଞ୍ଜାବ ବିଧାନସଭା ନିର୍ବାଚନରେ ​​ବିଜେପି ସହ ଆସନ ବୁଝାମଣା ହେବାର ଆଶା ଅଛି ।

ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ଟି କୃଷି ବିଲକୁ ପ୍ରତ୍ୟାହାର କରି ନିଅନ୍ତି ତେବେ ତାଙ୍କ ଦଳ ବିଜେପି ସହ ଆସନ ବୁଝାମଣା କରିବ ବୋଲି ଅମରିନ୍ଦର ସିଂ ଘୋଷଣା କରିଛନ୍ତି । ପଞ୍ଜାବ ଭବିଷ୍ୟତ ପାଇଁ ଯୁଦ୍ଧ ଆରମ୍ଭ ହୋଇସାରିଛି। ଖୁବ୍‌ ଶୀଘ୍ର ଦଳ ମଇଦାନକୁ  ଓହ୍ଲାଇବ ବୋଲି କ୍ୟାପ୍ଟେନ କହିଛନ୍ତି। ଏହି ଦଳ ପଞ୍ଜାବ ଲୋକଙ୍କ ସେବାରେ କାମ କରିବ ।

ବିଶେଷ କରି କୃଷକମାନେ ଦୀର୍ଘ ଦିନ ଧରି ଲଢ଼େଇ ଜାରି ରଖିଥିବାରୁ  ସେମାନଙ୍କ ସହ ଦଳ ଠିଆ ହେବ ବୋଲି କୁହାଯାଇଛି। ଏନେଇ ଅମରିନ୍ଦରଙ୍କ ମିଡିଆ ଉପଦେଷ୍ଟା ରବିନ୍‌ ଥୁକରାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଯଦି କୃଷକ ଆନ୍ଦୋଳନର ସମାଧାନ ହୋଇଯାଏ ତେବେ ଦଳ ବିଜେପି ସହ ମେଣ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ତାଙ୍କ ଦଳ ଅକାଳି ଦଳ ସହ ମେଣ୍ଟ କରିପାରେ ବୋଲି କୁହାଯାଇଛି।

Related story