ଫେବୃଆରୀ ୨୮ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକ ଅବଧି ବୃଦ୍ଧି ପାଇଛି। ଏବେ ଫେବୃଆରୀ ୨୮ ଯାଏ ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିବ। ବୁଧବାର ଡିଜିସିଏ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ି ପାରିବ। ଭାରତ ସରକାର ଏଯାଏ ୩୦ଟି ଦେଶ ସହ […]

Flight

Hemant Lenka
  • Published: Wednesday, 19 January 2022
  • , Updated: 19 January 2022, 03:35 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକ ଅବଧି ବୃଦ୍ଧି ପାଇଛି। ଏବେ ଫେବୃଆରୀ ୨୮ ଯାଏ ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିବ। ବୁଧବାର ଡିଜିସିଏ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ି ପାରିବ। ଭାରତ ସରକାର ଏଯାଏ ୩୦ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି। ୨୦୨୦ ମାର୍ଚ୍ଚ ୨୩ରେ ପ୍ରଥମଥର ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା।

ଏହି ବନ୍ଦ ଅବଧି ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଡିସେମ୍ବର ୧୫ରୁ ଭାରତ ସରକାର ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବେ ବୋଲି କହିଥିଲେ। ହେଲେ ଓମିକ୍ରନ ଭାରିଏଣ୍ଟ ଯୋଗୁ ଏହା ସମ୍ଭବ ହୋଇପାରିନାହିଁ।

ଡିଜିସିଏ କହିଛି, ଫେବୃଆରୀ ୨୮ ଯାଏ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ହେଲେ ଏହା ମାଲ ପରିବହନ ଓ ଜରୁରୀ ସେବାରେ ନିୟୋଜିତ ବିମାନଗୁଡ଼ିକ ଉପରେ ଲାଗୁ ହେବନି। ସେହିପରି ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ବିମାନଗୁଡ଼ିକ ମଧ୍ୟ ବିଦେଶକୁ ଉଡ଼ାଣ କରିପାରିବେ। ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି।


ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ତେବେ ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ପ୍ରଥମେ ଜାନୁଆରୀ ୩୧ ଓ ଏବେ ଫେବୃଆରୀ ୨୮ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗା ଯାଇଛି।

Related story