ପାକିସ୍ତାନ ପ୍ରଧାନମନ୍ତ୍ରୀ-ସେନାମୁଖ୍ୟ ମୁହାଁମୁହିଁ  

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଦେଶର ସେନାମୁଖ୍ୟ ମୁଖ୍ୟ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ତିକ୍ତତା।  ଆଇଏସ୍‌ଆଇ ମୁଖ୍ୟ ନିଯୁକ୍ତିକୁ ନେଇ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ସେନାମମୁଖ୍ୟ ଜେନେରାଲ କ୍ୟୁମାର ବାଜୱାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଅଧିକ ବିଗାଡ଼ୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତସପ୍ତାହରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟପଦରୁ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ହଟାଇ ଦିଆଯାଥିଲା। ତାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ […]

tio

Tapas Behera
  • Published: Wednesday, 13 October 2021
  • , Updated: 13 October 2021, 06:55 PM IST

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଦେଶର ସେନାମୁଖ୍ୟ ମୁଖ୍ୟ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ତିକ୍ତତା।  ଆଇଏସ୍‌ଆଇ ମୁଖ୍ୟ ନିଯୁକ୍ତିକୁ ନେଇ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ସେନାମମୁଖ୍ୟ ଜେନେରାଲ କ୍ୟୁମାର ବାଜୱାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଅଧିକ ବିଗାଡ଼ୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତସପ୍ତାହରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟପଦରୁ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ହଟାଇ ଦିଆଯାଥିଲା। ତାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅଞ୍ଜମ୍‌ଙ୍କୁ ନିଯୁକ୍ତି ନେଇ ସ୍ଥିର କରାଯାଇଥିଲା।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଫୈଜ ହମୀଦ କାର୍ଯ୍ୟକାଳ ଜାରି ରହୁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚାହୁଁଥିଲେ।  ଆଫଗାନିସ୍ତାନର ପରିସ୍ଥିତିକୁ ଳକ୍ଷ୍ୟ କରି ଇମ୍ରାନ୍‌ ଖାନ୍‌ ଏହା ଚାହୁଁଥିଲେ। ତେବେ ଏହାକୁ ନେଇ ଇମ୍ରାନ୍‌ ଖାନ୍‌ଙ୍କ ସହ  ସେନାମୁଖ୍ୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି। ୨୦୧୯ ମସିହା ଜୁନ୍ ୧୬ରେ ହମୀଦ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସେ ଆଇଏସ୍‌ଆଇରେ କାମ କରୁଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ହମୀଦଙ୍କୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ବାଜୱାଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ। ପାକିସ୍ତାନ ୨୦୧୯ରେ ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ହମୀଦ ଆଇଏସ୍‌ଆଇର ଦାୟିତ୍ୱ ନେଇଥିଲେ। ସେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ଉପରେ ନଜର ରଖିଥିଲେ।

କୁହାଯାଉଛି ତାଲିବାନ ଆଫଗାନକୁ ଦଖଲ କରିବାରେ ହମୀଦ ସହଯୋଗ କରିଛନ୍ତି। ଏପରି କି ତାଲିବାନ ସରକାର ଗଠନ କରୁଥିବା ବେଳେ କାବୁଲରେ ହମୀଦ ମଧ୍ୟ ଉପସ୍ଥିତ ରହିଥିଲେ। ସେପ୍ଟେମ୍ବର ମାସରେ ସେ କାବୁଲ ଗସ୍ତ କରିଥିଲେ। ଏହି ସମୟରେ ତାଲିବାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ “ଆଫଗାନିସ୍ତାନୀ ସବୁ କିଛି ଖୁବଶୀଘ୍ର ଠିକ ହୋଇଯିବ। କାହା ମଧ୍ୟରେ କୌଣସି ବିବାଦ ନାହିଁ।”

Related story