ଧରା ପଡ଼ିଲା ୪୮ କୋଟିର ଧଳା ଜହର, ଟ୍ରକ୍‌ରେ କେମିତି ହେଉଥିଲା ଚାଲାଣ

ନୂଆଦିଲ୍ଲୀ: ହେରୋଇନ ବା ଧଳା ଜହର ଚୋରା ଚାଲାଣରେ ସାମିଲ ଥିବା ଗୋଟିଏ ବଡ଼ ରାକେଟର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ୍‌। ଏହି ଘଟଣାରେ  ୪ ଜଣଙ୍କୁ ଗିରଫ କରିବା ସହ ୧୨ କେଜିର ହେରୋଇନ ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୪୮ କୋଟି ଟଙ୍କା ହେବ। ମଣିପୁରରୁ ଟ୍ରକ୍‌ ଯୋଗେ ଏହି ଧଳା ଜହର ଦିଲ୍ଲୀ ଆସୁଥିଲା। କିନ୍ତୁ ଟ୍ରକ୍‌ର ଏମିତି ଏକ ସ୍ଥାନରେ ଏଗୁଡ଼ିକୁ ରଖା ଯାଇଥିଲା ଯେ ତା’କୁ ଦେଖି ପୁଲିସ୍‌ […]

Heroin

Hemant Lenka
  • Published: Friday, 06 August 2021
  • , Updated: 06 August 2021, 08:25 PM IST

ନୂଆଦିଲ୍ଲୀ: ହେରୋଇନ ବା ଧଳା ଜହର ଚୋରା ଚାଲାଣରେ ସାମିଲ ଥିବା ଗୋଟିଏ ବଡ଼ ରାକେଟର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ୍‌। ଏହି ଘଟଣାରେ  ୪ ଜଣଙ୍କୁ ଗିରଫ କରିବା ସହ ୧୨ କେଜିର ହେରୋଇନ ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୪୮ କୋଟି ଟଙ୍କା ହେବ। ମଣିପୁରରୁ ଟ୍ରକ୍‌ ଯୋଗେ ଏହି ଧଳା ଜହର ଦିଲ୍ଲୀ ଆସୁଥିଲା। କିନ୍ତୁ ଟ୍ରକ୍‌ର ଏମିତି ଏକ ସ୍ଥାନରେ ଏଗୁଡ଼ିକୁ ରଖା ଯାଇଥିଲା ଯେ ତା’କୁ ଦେଖି ପୁଲିସ୍‌ ମଧ୍ୟ ଟେରା ହୋଇ ଯାଇଛି।

ଟ୍ରକ୍‌ର ତଳ ପଟେ ହେରୋଇନ ଚୋରା ଚାଲାଣ ପାଇଁ ସ୍ୱତନ୍ତ୍ର ଓ ଗୁପ୍ତ ଭାବେ ଗୋଟିଏ ଥାକ ତିଆରି କରାଯାଇଥିଲା। ଏହା ମଧ୍ୟରେ ହିଁ ହେରୋଇନ ମଣିପୁରରୁ ଦିଲ୍ଲୀ ଆସୁଥିବା ବେଳେ ସ୍ପେଶାଲ ସେଲ ପୁଲିସ୍‌ ଠାବ କରିଛି।

ଏହି ଘଟଣାରେ କିଙ୍ଗପିନ ମହମ୍ମଦ ଅବଦୁର ରଜାକ ସହ ତା’ ସହଯୋଗୀ ସଚିତ, ଶହନବାଜ ହୁସେନ ଓ ମହମ୍ମଦ ଇଦ୍ରିସ ଅଲୀକୁ ଗିରଫ କରାଯାଇଛି। ଗୋଟିଏ ଟ୍ରକ୍‌ ସହ ଏମାନେ ବ୍ୟବହାର କରୁଥିବା ସ୍କୁଟିକୁ ମଧ୍ୟ ପୁଲିସ୍‌ ଜବତ କରିଛି। ହୁସେନ ପୁଲିସ୍‌କୁ କହିଛି ଯେ ସେ ଏହି ୩ରୁ ୪ ବର୍ଷ ମଧ୍ୟରେ ଅନେକ ଥର ଟ୍ରକ୍‌ ନେଇ ମଣିପୁର ଯିବା ସହ ହେରୋଇନ ଧରି ଦିଲ୍ଲୀ ଫେରିଛି। ମଣିପୁରରୁ ଆସିବା ବେଳେ ଆସାମର ଗୌହାଟୀରେ ମଧ୍ୟ ସେ ଡିଲ୍‌ ପାଇଁ ଅଟକି ଥାଏ। ଏହାପରେ ଦିଲ୍ଲୀରେ ଆସି ବିଭିନ୍ନ ସ୍ଥାନକୁ ପର୍ଯ୍ୟାୟକ୍ରମେ ଡ୍ରଗ୍ସ ପଠା ଯାଇଥାଏ।

ସ୍ପେଶାଲ ସେଲ ଡିସିପି ସଞ୍ଜୀବ ଯାଦବ କହିଛନ୍ତି, କିଛି ଦିନ ତଳେ ହେରୋଇନ ଚୋରା ଚାଲାଣ ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା ବେଳେ ଆମକୁ ଏହି ୪ ଜଣଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା। ପୂର୍ବରୁ ଆଫଗାନିସ୍ତାନରୁ ହେରୋଇନ ଆସୁଥିଲା। ଏବେ କିନ୍ତୁ ମଣିପୁରରୁ ଭାରତର ବିଭିନ୍ନ ସ୍ଥାନକୁ ହେରୋଇନ ଚାଲାଣ ହେଉଛି। ମିଆଁମାରରୁ କିଛି ଲୋକ ଏହାକୁ ମଣିପୁରକୁ ପଠାଉଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି।

Related story