ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ମସ୍କୋ: ମଙ୍ଗଳବାର ରୁଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନାକୁ ମାତ ଦେଇ ପାରୁଥିବା ଟିକା ବାହାରି କରିଥିବା ଘୋଷଣା କରିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ ସମ୍ପର୍କରେ ଘୋଷଣା କରି ସେପ୍ଟେମ୍ବର ମାସରୁ ଏହାର ବ୍ୟାପକ ପ୍ରୟୋଗ କରାଯିବ ବୋଲି କହିଛନ୍ତି। ତେବେ ଏହାର ସୁରକ୍ଷା ନେଇ ଅନେକ ଦେଶ ଓ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ରୁଷ କେବେ ଏହି ସ୍ପୁଟନିକ୍ ଭି ନାଁରେ ବାହାର କରିଥିବା କରୋନା ଟିକାର ପରୀକ୍ଷା କଲା […]

fj

Hemant Lenka
  • Published: Wednesday, 12 August 2020
  • , Updated: 12 August 2020, 04:05 PM IST

ମସ୍କୋ: ମଙ୍ଗଳବାର ରୁଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନାକୁ ମାତ ଦେଇ ପାରୁଥିବା ଟିକା ବାହାରି କରିଥିବା ଘୋଷଣା କରିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ ସମ୍ପର୍କରେ ଘୋଷଣା କରି ସେପ୍ଟେମ୍ବର ମାସରୁ ଏହାର ବ୍ୟାପକ ପ୍ରୟୋଗ କରାଯିବ ବୋଲି କହିଛନ୍ତି।

ତେବେ ଏହାର ସୁରକ୍ଷା ନେଇ ଅନେକ ଦେଶ ଓ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ରୁଷ କେବେ ଏହି ସ୍ପୁଟନିକ୍ ଭି ନାଁରେ ବାହାର କରିଥିବା କରୋନା ଟିକାର ପରୀକ୍ଷା କଲା ଓ ଏହା କେତେ ପ୍ରତିଶତ ରେଜଲ୍ଟ ଦେଇଛି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି।

ସେହିପରି କିଛି ବିଶେଷଜ୍ଞ କହିଛନ୍ତି ଯେ ୧୦% ସଫଳତା ପରେ ଏହାର ଉତ୍ପାଦନ ଆରମ୍ଭ କରି ରୁଷ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଥିବା କହିଛନ୍ତି। ତେବେ ଏହାକୁ ରୁଷ ପକ୍ଷରୁ ଖଣ୍ଡନ କରାଯାଇଛି।

ରୁଷ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ ମୁରାଶୋକ କହିଛନ୍ତି, ଦେଶ ପକ୍ଷରୁ ପ୍ରସ୍ତୁତ କରୁଥିବା ସ୍ପୁଟନିକ୍ ଭି ଆସନ୍ତା ୨ ସପ୍ତାହ ମଧ୍ୟରେ କରୋନା ଯୋଦ୍ଧାଙ୍କ ଉପରେ ପ୍ରୟୋଗ କରାଯିବ। ଏହାର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ କେବେ ଅମୂଳକ ଓ ଭିତ୍ତିହୀନ। ଆମର ବିଦେଶୀ ବନ୍ଧୁମାନେ ନିଜର ବ୍ୟବସାୟିକ ଫାଇଦା ପାଇଁ ଏଭଳି କଥା କହୁଛନ୍ତି।

ଏଥିରେ ଆଦୌ ସତ୍ୟତା ନାହିଁ। ମସ୍କୋର ଗାମାଲେୟା ଇନଷ୍ଟିଚ୍ୟୁଟ ଓ ପ୍ରତିରକ୍ଷା ବିଭାଗ ମିଳିତ ଭାବେ ଏହାର ପରୀକ୍ଷଣ କରିଛନ୍ତି। ଖୁବଶୀଘ୍ର ଏହା ଡାକ୍ତର, ସ୍ୱେଚ୍ଛାସେବୀ ଓ ଶିକ୍ଷକଙ୍କୁ ଦେବାକୁ ପ୍ରସ୍ତୁତ ହେବ। ଡିସେମ୍ବର-ଜାନୁଆରୀ ସୁଦ୍ଧା ମାସକୁ ୫ ମିଲିୟନ ଡୋଜ ଟିକା ପ୍ରସ୍ତୁତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରୁଷ ଠାରୁ ପ୍ରଥମ ଦେଶ ଭାବେ କାଜାଖସ୍ତାନ କରୋନା ଟିକା କିଣିବାକୁ ଆଗ୍ରହ ଦେଖାଇଛି। କାଜାଖସ୍ତାନ ଅଧିକାରୀମାନେ ଖୁବଶୀଘ୍ର ରୁଷ ଯାଇ ଟିକା କିଣିବା ପାଇଁ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Related story