ଲଖିମପୁର ଖେରି ହିଂସାର ତଦନ୍ତକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ତଦନ୍ତରେ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ସୁପ୍ରିମକୋର୍ଟ। ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଏସଆଇଟି ଗଠନ କରିଥିଲେ ହେଁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ସରକାରଙ୍କୁ ଏସଆଇଟିରେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ସାମିଲ କରିବାକୁ କହିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ୟୁପି କ୍ୟାଡର ଆଇପିଏସ୍‌ ସତ୍ତ୍ୱେ ରାଜ୍ୟର ବାସିନ୍ଦା ହୋଇ ନଥିବା ଅଧିକାରୀଙ୍କ ନାଁ ମାଗିଛନ୍ତି। ସେମାନଙ୍କୁ ସମ୍ଭବତଃ […]

SC

Hemant Lenka
  • Published: Monday, 15 November 2021
  • , Updated: 15 November 2021, 03:18 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ତଦନ୍ତରେ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ସୁପ୍ରିମକୋର୍ଟ। ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଏସଆଇଟି ଗଠନ କରିଥିଲେ ହେଁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ସରକାରଙ୍କୁ ଏସଆଇଟିରେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ସାମିଲ କରିବାକୁ କହିଛନ୍ତି।

ଏହି ସମୟରେ ସୁପ୍ରିମକୋର୍ଟ ୟୁପି କ୍ୟାଡର ଆଇପିଏସ୍‌ ସତ୍ତ୍ୱେ ରାଜ୍ୟର ବାସିନ୍ଦା ହୋଇ ନଥିବା ଅଧିକାରୀଙ୍କ ନାଁ ମାଗିଛନ୍ତି। ସେମାନଙ୍କୁ ସମ୍ଭବତଃ ଏସଆଇଟିରେ ସାମିଲ କରିବା ସପକ୍ଷରେ ସୁପ୍ରିମକୋର୍ଟ ରହିଛନ୍ତି।

ତେବେ ଏସ୍‌ଆଇଟି ତଦନ୍ତର ମନିଟରିଂ କରିବାକୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ ଦେବାକୁ ପ୍ରସ୍ତୁତ ଥିବା ୟୁପି ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ କଥାରେ ଏକମତ ହୋଇ ଉତ୍ତର ପ୍ରଦେଶ ସରକାରଙ୍କ ଓକିଲ ହରିଶ ସାଲଭେ କହିଛନ୍ତି, “ସର୍ବୋଚ୍ଚ ଅଦାଲତ ଯଦି ନିଜ ଇଚ୍ଛାରେ କୌଣସି ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରି ତଦନ୍ତର ମନିଟରିଂ କରିବାକୁ ଚାହୁଁଛନ୍ତି, ତା’ହେଲେ ଏଥିରେ ରାଜ୍ୟ ସରକାରଙ୍କର କୌଣସି ଅସୁବିଧା ନାହିଁ। ହେଲେ ସେ ଉତ୍ତର ପ୍ରଦେଶର ବାସିନ୍ଦା ହୋଇନଥିବା ଦରକାର ବୋଲି ମାନସିକତା ରଖିବା ଠିକ୍‌ ନୁହେଁ।”

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି, “ବର୍ତ୍ତମାନ ଆମେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ସ୍ୱାଧୀନତା ବହୁତ ରହିଛି ବୋଲି ଭାବୁଛୁ। ଦେଖାଯାଉ କ’ଣ ହେଉଛି।” ଏହି କାମର ତଦାରଖ କରିବାକୁ ଇଚ୍ଛା ରଖିଥିବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଖଣ୍ଡପୀଠ ଖୋଜିବେ ବୋଲି କହିଛନ୍ତି।

ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣ ପ୍ରାଣ ହରାଇଥିଲେ।

ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ହେଲେ ସୁପ୍ରିମକୋର୍ଟ ପୁଲିସ୍‌ କରୁଥିବା ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି।

ନଭେମ୍ବର ୮ରେ ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ସ୍ୱାଧୀନ,ନିରପେକ୍ଷ ଓ ଠିକ୍‌ ତଦନ୍ତ କରିବାକୁ ତାଗିଦ କରିଥିଲେ। ଏଥିସହ ଭିନ୍ନ ଏକ ରାଜ୍ୟ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଉପରେ ନଜର ରଖିବାର ବ୍ୟବସ୍ଥା ସପକ୍ଷରେ କହିଥିଲେ।

Related story