ପିଏମ୍ କିସାନ ଯୋଜନାରେ ଘୋଟାଲା

ଚେନ୍ନାଇ: ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ 110 କୋଟି ଟଙ୍କା ଠକେଇର ଖୁଲାସା ହୋଇଛି। ଅନଲାଇନରେ 110 କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଏହି ଘୋଟାଲାରେ ସରକାରୀ କର୍ମଚାରୀଙ୍କ ବହୁ ବଡ ନେତାଙ୍କ ଭୂମିକା ରହିଥିବା ଜଣାପଡ଼ିଛି। କୌଣସି ସରକାରୀ ଯୋଜନାର ଲାଭ ପାଇବା ପାଇଁ ଇ ମିତ୍ର ଜରିଆରେ ପ୍ରଥମେ ଭେରିଫିକେସନ ହୁଏ। ଇ ମିତ୍ର ସମସ୍ତ ତଥ୍ୟ ଯାଞ୍ଚ କରେ। ଯଦି ଅପଲୋଡ ହୋଇଥିବା ତଥ୍ୟ ସଠିକ୍ ହୋଇଥିବ ତାହେଲେ ଏହା ସଂପୃକ୍ତ କାର୍ଯ୍ୟାଳୟକୁ […]

NAVEEN-WRITES-TO-MODI-ONLY-TO-DELAY-IMPLEMENTATION-OF-PM-KISHAN-SCHEME-IN-ODISHA

Subhransu Sekhar
  • Published: Wednesday, 09 September 2020
  • , Updated: 09 September 2020, 02:48 PM IST

ଚେନ୍ନାଇ: ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ 110 କୋଟି ଟଙ୍କା ଠକେଇର ଖୁଲାସା ହୋଇଛି। ଅନଲାଇନରେ 110 କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଏହି ଘୋଟାଲାରେ ସରକାରୀ କର୍ମଚାରୀଙ୍କ ବହୁ ବଡ ନେତାଙ୍କ ଭୂମିକା ରହିଥିବା ଜଣାପଡ଼ିଛି।

କୌଣସି ସରକାରୀ ଯୋଜନାର ଲାଭ ପାଇବା ପାଇଁ ଇ ମିତ୍ର ଜରିଆରେ ପ୍ରଥମେ ଭେରିଫିକେସନ ହୁଏ। ଇ ମିତ୍ର ସମସ୍ତ ତଥ୍ୟ ଯାଞ୍ଚ କରେ। ଯଦି ଅପଲୋଡ ହୋଇଥିବା ତଥ୍ୟ ସଠିକ୍ ହୋଇଥିବ ତାହେଲେ ଏହା ସଂପୃକ୍ତ କାର୍ଯ୍ୟାଳୟକୁ ପଠାଯିବ। ଏବେ ଘୋଟାଲାର ଅନୁସନ୍ଧାନରୁ ଜଣାପଡିଛି ଯେ ଅନଲାଇନ୍ ହିତାଧିକାରୀ ବ୍ୟବସ୍ଥାରେ ଅନେକ ହିତାଧିକାରୀ ବେଆଇନ ଭାବରେ ଯୋଡି ହୋଇଥିଲେ। ଏମିତିକି ହଠାତ୍ ହିତାଧିକାରୀଙ୍କ ସଂଖ୍ୟା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଥିଲା।

ଏହାପରେ ଜଣାପଡ଼ିଥିଲା ଇ ମିତ୍ର ଲିଙ୍କରେ ଦଲାଲ ଏବଂ ଏଜେଣ୍ଟମାନେ ହିତାଧିକାରୀଙ୍କୁ ଯୋଡ଼ି ହୋଇଥିଲେ। ଏହା ପରେ କୃଷି ବିଭାଗର ବଡ ଅଧିକାରୀଙ୍କ ସହଯୋଗରେ ଭୁଲ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହେଉଥିଲା।

Related story