ପ୍ରବଳ ବର୍ଷା ଆଶଙ୍କା: ଆସନ୍ତାକାଲି ସବୁ ସ୍କୁଲ କଲେଜ ବନ୍ଦ

ଚେନ୍ନାଇ: ଚେନ୍ନାଇରେ ପୁଣି ପ୍ରବଳ ବର୍ଷା ଆଶଙ୍କା। ପ୍ରବଳ ବର୍ଷା ଆଶଙ୍କାରେ ତାମିଲନାଡ଼ୁର ରାଜଧାନୀ ଚେନ୍ନାଇର ତିରୁନେଲଭେଲି ସମେତ ୭ଟି ଜିଲ୍ଲାର ସ୍କୁଲ ଏବଂ କଲେଜ ବନ୍ଦ ରହିବ। ଆସନ୍ତାକାଲି ତିରୁନେଲଭେଲି ଏବଂ କନ୍ୟାକୁମାରୀ ଜିଲ୍ଲା, ରାମନାଥପୁରମ୍ ଏବଂ ଥୋଥୁକୁଡିରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଦୁଇ ଦିନ ପୂର୍ବେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୫ଟି ଜିଲ୍ଲା ପାଇଁ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଥିଲା। ଏହା […]

Rain-5

Tapas Behera
  • Published: Sunday, 28 November 2021
  • , Updated: 29 November 2021, 07:17 AM IST

ଚେନ୍ନାଇ: ଚେନ୍ନାଇରେ ପୁଣି ପ୍ରବଳ ବର୍ଷା ଆଶଙ୍କା। ପ୍ରବଳ ବର୍ଷା ଆଶଙ୍କାରେ ତାମିଲନାଡ଼ୁର ରାଜଧାନୀ ଚେନ୍ନାଇର ତିରୁନେଲଭେଲି ସମେତ ୭ଟି ଜିଲ୍ଲାର ସ୍କୁଲ ଏବଂ କଲେଜ ବନ୍ଦ ରହିବ। ଆସନ୍ତାକାଲି ତିରୁନେଲଭେଲି ଏବଂ କନ୍ୟାକୁମାରୀ ଜିଲ୍ଲା, ରାମନାଥପୁରମ୍ ଏବଂ ଥୋଥୁକୁଡିରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଦୁଇ ଦିନ ପୂର୍ବେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୫ଟି ଜିଲ୍ଲା ପାଇଁ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଥିଲା। ଏହା ପରେ ୨୨ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ହୋଇଯାଇଥିଲା। ତାମିଲନାଡ଼ୁରେ ଗତ ମାସେ ହେବ ବର୍ଷାର ପ୍ରକୋପ ଜାରି ରହିଛି।  ଭୀଷଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ବର୍ଷା ଯୋଗୁ ଫସଲ ନଷ୍ଠ ହେବା ସହ କୋଠାବାଡ଼ି ଏବଂ ରାସ୍ତାଘାଟରେ ବ୍ୟାପକ କ୍ଷତି ଘଟାଇଛି। ଅନେକ ସ୍ଥାନରେ ଜଳାଶୟ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହେବା ପରେ ପ୍ରଶାସନକି ଅଧିକାରୀମାନ ଆଲର୍ଟ ଅଛନ୍ତି। ବିଶେଷ କରି ଜଳ ନିଷ୍କାସନ, ଫସଲ କ୍ଷୟକ୍ଷତି, ଗଛ ଉପୁଡ଼ି ରାସ୍ତା ଅବରୋଧ, ନଦୀ ଓ ହ୍ରଦରେ ଜଳ ସ୍ତର ବୃଦ୍ଧି ନେଇ ନଜର ରଖାଯାଇଛି। ତାମିଲନାଡୁରେ ପ୍ରବଳ ବର୍ଷା ହେତୁ ୫୦,୦୦୦ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଠ ହୋଇଛି।  ମୌସୁମୀ ଜନିତ  ହାରାହାରି ୬୮% ଅଧିକ ବର୍ଷା ହୋଇଛି।

ଅକ୍ଟୋବରରୁ ପ୍ରବଳ ବର୍ଷା ହେତୁ ୨୩୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ନଭେମ୍ବରର ଦ୍ୱିତୀୟ ସପ୍ତାହରେ ଲଗାତାର  ବର୍ଷା କାରଣରୁ  ରାଜ୍ୟରେ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

Related story