ଉତ୍ତରକାଶୀ ପର୍ବତରେ ହିମସ୍ଖଳନ, ଆଜି ୧୦ ମୃତ ଦେହ ଉଦ୍ଧାର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଦ୍ରୌପଦୀ ପର୍ବତରେ ହିମସ୍ଖଳନ ଘଟଣାରେ  ଆଜି ଆଉ ୧୦ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ସେନା। ସମସ୍ତ ମୃତଦେହକୁ  ହେଲିକପ୍ଟର ଯୋଗେ ଆଣାଯାଇ ସେମାନଙ୍କ ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଇଛି। । ପୂର୍ବରୁ ଉଦ୍ଧାରକାରୀ ଦଳ ୧୬ ଜଣଙ୍କ ମୃତଦହ ଉଦ୍ଧାର କରିଥିଲା । ଏହାକୁ  ମିଶାଇ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି । ଏବେ ବି ସେଠାରେ ମୌସୁମୀର ମିଜାଜ  ଭଲ ନାହିଁ । ପାଗ ଭଲ ହେଲେ ପୁଣି ଉଦ୍ଧାରକାମ […]

980

  • Published: Sunday, 09 October 2022
  • , Updated: 09 October 2022, 08:16 PM IST

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଦ୍ରୌପଦୀ ପର୍ବତରେ ହିମସ୍ଖଳନ ଘଟଣାରେ  ଆଜି ଆଉ ୧୦ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ସେନା। ସମସ୍ତ ମୃତଦେହକୁ  ହେଲିକପ୍ଟର ଯୋଗେ ଆଣାଯାଇ ସେମାନଙ୍କ ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଇଛି। । ପୂର୍ବରୁ ଉଦ୍ଧାରକାରୀ ଦଳ ୧୬ ଜଣଙ୍କ ମୃତଦହ ଉଦ୍ଧାର କରିଥିଲା । ଏହାକୁ  ମିଶାଇ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି । ଏବେ ବି ସେଠାରେ ମୌସୁମୀର ମିଜାଜ  ଭଲ ନାହିଁ । ପାଗ ଭଲ ହେଲେ ପୁଣି ଉଦ୍ଧାରକାମ ଆରମ୍ଭ ହେବ ବୋଲି  ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଦେଇଛି।

ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍‌ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ସୂଚନା ଥାଉ କି ଗତ ମଙ୍ଗଳବାର ସକାଳେ ଦଣ୍ଡା ୨ ଶିଖରରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଏହା ତଳେ  ୪୧ ଜଣ ଚାପି ହୋଇ ଯାଇଥିଲେ ପର୍ବତାରୋହୀ। ସେମାନଙ୍କ ମଧ୍ୟରେ ୩୪ ପ୍ରଶିକ୍ଷଣପ୍ରାପ୍ତ ଏବଂ ୭ ଜଣ ପ୍ରଶିକ୍ଷକ ସାମିଲ୍ ଥିଲେ। ରିପୋର୍ଟ ଅନୁସାରେ ଦ୍ରୌପଦୀ କା ଡଣ୍ଡା  ୫ ହଜାର ୬୦୦ ମିଟର ଉଚ୍ଚତାରେ ଅବସ୍ଥିତ।

Related story