ବିଧାନସଭା ନିର୍ବାଚନ ଭିତରେ ମଦ ନେଲା ୭ ଜୀବନ

ଲକ୍ଷ୍ନୌ: ଗୋଟିଏ ପଟେ ଚାଲିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଅନ୍ୟପଟେ ରାଜ୍ୟର ଆଜମଗଡ଼ରେ ବଡ଼ ଅଘଟଣ ଘଟିଛି। ଏକ ସରକାରୀ ଦୋକାନରୁ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦ରୁ ଅଧିକ ଲୋକେ ଗୁରୁତର ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଦ ଯୋଗୁ ମୃତ୍ୟୁର ସୂଚନା ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

alcohol

Ranjit Kumar Jena
  • Published: Monday, 21 February 2022
  • , Updated: 21 February 2022, 08:43 PM IST

ଲକ୍ଷ୍ନୌ: ଗୋଟିଏ ପଟେ ଚାଲିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଅନ୍ୟପଟେ ରାଜ୍ୟର ଆଜମଗଡ଼ରେ ବଡ଼ ଅଘଟଣ ଘଟିଛି। ଏକ ସରକାରୀ ଦୋକାନରୁ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦ରୁ ଅଧିକ ଲୋକେ ଗୁରୁତର ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଦ ଯୋଗୁ ମୃତ୍ୟୁର ସୂଚନା ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅହରୌଲା ଥାନା ଅନ୍ତର୍ଗତ ମହୁଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ମୁତାବକ, ମଦ ପିଇବା ପରେ ହଠାତ୍ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା।

ମିଳିଥିବା ସୂଚନା ଅନୁଯାୟୀ, ଏକ ସରକାରୀ ମଦ ଦୋକାନରୁ ଏହି ବିଷାକ୍ତ ମଦ କିଣାଯାଇଥିଲା। ମଦ ପିଇବା ପରେ ଲୋକେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ଏଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକେ ଗୁରୁତର ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଗାଁ ଲୋକେ ରାସ୍ତା ରୋକ୍ କରି ଦୃଢ଼ ପ୍ରତିବାଦ କରିଛନ୍ତି। ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Related story