ରାଜଧାନୀ ଦିଲ୍ଲୀକୁ ଅଟକାଇ ଦେଇଛି ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲିଠୁ ଲାଗି ରହିଥିବା ବର୍ଷାକୁ  ଯୋଗୁଁ ଦିଲ୍ଳୀର ବିଭିନ୍ନ ଅଞ୍ଚଳରେ ପାଣି ଜମିଛି । ତୋଗଲୋକାବାଦ୍,  ଚାଣକ୍ୟପୁରୀ, ଜନକପୁରୀ, ପୁରୁଣା ଦିଲ୍ଲୀ ଭଳି ବିଭିନ୍ନ ଅଞ୍ଚଳରେ ରାସ୍ତା  ଉପରେ ପାଣି ସୁଅ କାଟୁଛି । ଫଳରେ ଏହାର ସିଧା ପ୍ରଭାବ ଟ୍ରାଫିକ୍ ଚଳାଚଳ  ଉପରେ ପଡ଼ିଛି । ଦିଲ୍ଲୀରୁ ଗୁରୁଗ୍ରାମ ଜାତୀୟ ରାଜପଥରେ ବି ପାଣି ଜମିଛି । ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିବି ଯୋଗୁଁ […]

rain

  • Published: Sunday, 09 October 2022
  • , Updated: 09 October 2022, 08:22 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲିଠୁ ଲାଗି ରହିଥିବା ବର୍ଷାକୁ  ଯୋଗୁଁ ଦିଲ୍ଳୀର ବିଭିନ୍ନ ଅଞ୍ଚଳରେ ପାଣି ଜମିଛି । ତୋଗଲୋକାବାଦ୍,  ଚାଣକ୍ୟପୁରୀ, ଜନକପୁରୀ, ପୁରୁଣା ଦିଲ୍ଲୀ ଭଳି ବିଭିନ୍ନ ଅଞ୍ଚଳରେ ରାସ୍ତା  ଉପରେ ପାଣି ସୁଅ କାଟୁଛି । ଫଳରେ ଏହାର ସିଧା ପ୍ରଭାବ ଟ୍ରାଫିକ୍ ଚଳାଚଳ  ଉପରେ ପଡ଼ିଛି । ଦିଲ୍ଲୀରୁ ଗୁରୁଗ୍ରାମ ଜାତୀୟ ରାଜପଥରେ ବି ପାଣି ଜମିଛି । ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିବି ଯୋଗୁଁ ଟ୍ରାଫିକ୍ ଜାମ ପରିସ୍ଥିତି ସୃଷ୍ଟି  ହୋଇଛି।

ସେହିପରି ହରିୟାଣାରେ ପ୍ରବଳ ବର୍ଷା ଲାଗି ରହିଛି।  ହରିୟାଣାର ବିଭିନ୍ନ ସ୍ଥାନରେ ମୁଶଳଧାରାରେ  ବର୍ଷା ହୋଇଛି । ବିଶେଷ କରି ଗୁରୁଗ୍ରାମରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।   ଏପରିକି ରାଜପଥ ଗୁଡ଼ିକରେ ପ୍ରବଳ ପାଣି ଜମି ରହିଥିବାରୁ ଲୋକେ ନାହିଁ  ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଯେଉଁଠି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି , ସେଠାରେ ସ୍ଥିତି ସଂଗୀନ ହୋଇଛି  ଘଣ୍ଟା ଘଣ୍ଟା ଧରି ଲୋକେ ଯାତାୟତରେ  ସମସ୍ୟା ଭୋଗୁଛନ୍ତି।

Related story