ଗ୍ରେଟା ଟୁଲକିଟ୍‌ ମାମଲା: ଶାନ୍ତନୁଙ୍କୁ ୧୦ ଦିନର ଜାମିନ୍‌‌, ନିକିତାଙ୍କ ଶୁଣାଣି କାଲି

ନୂଆଦିଲ୍ଲୀ: ଗ୍ରେଟା ଥର୍ଣ୍ଣବର୍ଗ ଟୁଲକିଟ୍‌ ଘଟଣାରେ ଇଞ୍ଜିନିୟର ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟ ୧୦ ଦିନର ଟ୍ରାନ୍ସିଟ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ପୁଲିସ୍‌ ଟୁଲକିଟ୍‌ ଘଟଣାରେ ତଦନ୍ତ କରୁଥିବା ବେଳେ ଶାନ୍ତନୁଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ହେଲେ ଆଜି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଶାନ୍ତନୁଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ତାଙ୍କୁ ୧୦ ଦିନର ଟ୍ରାନ୍ସିଟ ବେଲ୍‌ ଦେଇଛନ୍ତି। ଦିଲ୍ଲୀ ପୁଲିସ୍‌ କହିଛି ଯେ ଶାନ୍ତନୁ ଗଣତନ୍ତ୍ର ଦିବସରେ […]

Toolkit

Hemant Lenka
  • Published: Tuesday, 16 February 2021
  • , Updated: 16 February 2021, 09:51 PM IST

ନୂଆଦିଲ୍ଲୀ: ଗ୍ରେଟା ଥର୍ଣ୍ଣବର୍ଗ ଟୁଲକିଟ୍‌ ଘଟଣାରେ ଇଞ୍ଜିନିୟର ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟ ୧୦ ଦିନର ଟ୍ରାନ୍ସିଟ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ପୁଲିସ୍‌ ଟୁଲକିଟ୍‌ ଘଟଣାରେ ତଦନ୍ତ କରୁଥିବା ବେଳେ ଶାନ୍ତନୁଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ହେଲେ ଆଜି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଶାନ୍ତନୁଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ତାଙ୍କୁ ୧୦ ଦିନର ଟ୍ରାନ୍ସିଟ ବେଲ୍‌ ଦେଇଛନ୍ତି।

ଦିଲ୍ଲୀ ପୁଲିସ୍‌ କହିଛି ଯେ ଶାନ୍ତନୁ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଟିକରି ସୀମାରୁ ବାହାରିବା ବେଳେ ସେଠାରେ ଉପସ୍ଥିତ ଥିଲେ। ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସକାଣ୍ଡରେ ସେ ସଂପୃକ୍ତ ଥିବାରୁ ଏହା ପରଠାରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ଟୁଲକିଟ ଘଟଣାର ଅନ୍ୟତମ ଅଭିଯୁକ୍ତ ନିକିତା ଜ୍ୟାକବଙ୍କ ଯୁକ୍ତି ମଧ୍ୟ ଆଜି କୋର୍ଟ ଶୁଣିଛନ୍ତି।

ତେବେ ତାଙ୍କ ସମ୍ପର୍କିତ ରାୟକୁ ବୁଧବାର ଯାଏ ସଂରକ୍ଷିତ କରି ଦେଇଛନ୍ତି। ନିକିତା ମୁମ୍ବାଇ ବେଞ୍ଚ ନିକଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ବେଳେ ଶାନ୍ତନୁ ଔରଙ୍ଗାବାଦ ବେଞ୍ଚ ନିକଟରେ ସମାନ ଆବେଦନ କରିଥିଲେ। ଟୁଲକିଟ୍‌ କେସ୍‌ରେ ଦିଲ୍ଲୀ ପୁଲିସ୍‌ ଉଭୟଙ୍କୁ ଫେରାର ଦର୍ଶାଇବା ପରେ ସେମାନେ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ଘଟଣାରେ ପୂର୍ବରୁ ପୁଲିସ୍‌ ବେଙ୍ଗାଲୁରୁରୁ ୨୨ ବର୍ଷୀୟ ଦିଶା ଏ ରବିଙ୍କୁ ଗିରଫ କରିଥିଲା। ତାଙ୍କୁ ଜେରା ବେଳେ ଶାନ୍ତନୁ ଓ ନିକିତାଙ୍କ ନାଁ ସାମ୍ନାକୁ ଆସିଥିଲା। ଦିଲ୍ଲୀ ପୁଲିସ୍‌ର ସାଇବର ସେଲ କହିଛି ଯେ ଦିଶା ରବି, ଶାନ୍ତନୁ ଓ ନିକିତା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଉସକାଇବା ପାଇଁ ଟୁଲକିଟ୍‌ ତିଆରି କରିଥିଲେ।

ପବ୍ଲିକ ଡୋମେନରେ ଉପଲବ୍ଧ ଥିବା ଏହି ଟୁଲକିଟ୍‌ ଜରିଆରେ ଭାରତର ଛବିକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏଥିରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହାତ ମଧ୍ୟ ରହିଥିଲା ବୋଲି ପୁଲିସ୍‌ କହିଛି।

ଦିଲ୍ଲୀ ପୁଲିସ୍‌ ଦିଶା ଓ ଗ୍ରେଟାଙ୍କ ମଧ୍ୟରେ ହୋଇଥିବା ଚ୍ୟାଟକୁ ମଧ୍ୟ ଠାବ କରିଛି। ଏଥିରେ ରବି ଟୁଲକିଟ୍‌ରେ ସାମାଜିକ କର୍ମୀଙ୍କ ନାଁ ଥିବା ଯାଏ ଏହାକୁ ଟ୍ୱିଟର୍‌ରେ ପୋଷ୍ଟ ନ କରିବା ପାଇଁ ପରାମର୍ଶ ଦେଇଥିଲେ।

Related story