ଗିରଫ ପରେ ବଦଳିଲା ବିଜେପି ନେତାଙ୍କ ସ୍ୱର

ନୋଏଡା: ଗିରଫ ପରେ ବଦଳିଲା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ସ୍ୱର। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗି ଏବେ ନରମି ଯାଇଛନ୍ତି। ସେ ପୀଡିତା ମହିଳାଙ୍କୁ ତାଙ୍କ ଭଉଣୀ ବୋଲି କହିଛନ୍ତି। ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସେ ଅଭିଯୋଗ ଉଠାଇଛନ୍ତି। ୪ ଦିନ ଧରି ଫେରାର ଥିବା ଶ୍ରୀକାନ୍ତ ତ୍ୟାଗିଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କୁ ଗାଳିଗୁଲଜ ତଥା ଅସଦାଚରଣ ମାମଲାରେ […]

Srikant tyagi

Madhupriya Mistry
  • Published: Wednesday, 10 August 2022
  • , Updated: 10 August 2022, 10:00 AM IST

ନୋଏଡା: ଗିରଫ ପରେ ବଦଳିଲା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ସ୍ୱର। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗି ଏବେ ନରମି ଯାଇଛନ୍ତି। ସେ ପୀଡିତା ମହିଳାଙ୍କୁ ତାଙ୍କ ଭଉଣୀ ବୋଲି କହିଛନ୍ତି। ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସେ ଅଭିଯୋଗ ଉଠାଇଛନ୍ତି।

୪ ଦିନ ଧରି ଫେରାର ଥିବା ଶ୍ରୀକାନ୍ତ ତ୍ୟାଗିଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କୁ ଗାଳିଗୁଲଜ ତଥା ଅସଦାଚରଣ ମାମଲାରେ ସୁରଜପୁର କୋର୍ଟ ତ୍ୟାଗୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ତେବେ କୋର୍ଟରୁ ଯିବା ବାଟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ତ୍ୟାଗୀ କହିଛନ୍ତି ଯେ ସେ ଯେଉଁ ମହିଳାଙ୍କ ସହ ଅସଦାଚରଣ କରିଥିଲେ ସେ ତାଙ୍କ ଭଉଣୀ ପରି। ଏହା ମଧ୍ୟ ଦାବି କରିଛି ଯେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ଏବଂ ତାଙ୍କୁ ରାଜନୈତିକ ରୂପେ ହଟାଇବା ପାଇଁ ଚେଷ୍ଟା କରାଯାଇଛି।

ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜବର ଦଖଲ କରିବା ସହ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଓ ଧକ୍କା ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ତେବେ ମାମଲାର ରୁଜୁ ହେବା ଦିନ ଠାରୁ ଅର୍ଥାତ ଶୁକ୍ରବାର ରାତିରୁ ସେ ଅଣ୍ଡରଗ୍ରାଉଣ୍ତ ହୋଇ ଯାଇଥିଲେ।

ଶ୍ରୀକାନ୍ତ ଫେରାର ଥିବାରୁ ଉତ୍ତରପ୍ରଦେଶ ପୁଲିସ ତାଙ୍କ ସଂପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଶ୍ରୀକାନ୍ତଙ୍କୁ ଖୋଜିବା ପାଇଁ ନୋଏଡା ପୁଲିସ ୮ଟି ଟିମ୍‌ ୩ଟି ରାଜ୍ୟକୁ ଯାଇଥିଲେ। ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ଧାରା ୩୦୭ ସମେତ ଅନେକ ଗୁରୁତର ଦଫାରେ ମୋଟ ୯ଟି ମାମଲା ରୁଜୁ ହୋଇଛି।

ତ୍ୟାଗୀ ନିଜକୁ ବିଜେପି କୃଷକ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକର୍ତ୍ତା ଓ ଯୁବ ସମିତିର ଜାତୀୟ ସଂଯୋଗକ ଭାବେ ପରିଚୟ ଦେଉଥିଲେ। ଏଥିସହ ଭିଭିଆଇପି ଷ୍ଟିକର ଥିବା ଗାଡ଼ି ମଧ୍ୟ ଚଳାଉଥିଲେ। ହେଲେ ଶାସକ ଦଳ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ କୌଣସି ସମ୍ପର୍କ ନଥିବା କହିଛି। ସେହିପରି ନୋଏଡା ପୁଲିସ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ତ୍ୟାଗୀଙ୍କ ଲିଙ୍କ ବିଜେପି ଛାଡ଼ି ସପାରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ ରହିଥିବା କହିଛି।

Related story