ଜ୍ଞାନବ୍ୟାପୀ ପରେ ଜାମା ମସଜିଦରେ 'ଶିବ ମନ୍ଦିର' ଥିବା ଦାବି

ଲକ୍ଷ୍ନୌ: ଥମୁନି ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲା। ଏହି ମସଜିଦ ପରିସରରେ ଶିବ ଲିଙ୍ଗ ଥିବା ଦାବିକୁ ନେଇ ମାମଲା କୋର୍ଟରେ ଚାଲିଛି। ଏହି ମାମଲା ଥଣ୍ଡା ନ ପଡୁଣୁ ବଦାୟୁଁରେ ଥିବା ଜାମା ମସଜିଦକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହି ମସଜିଦ ଭିତରେ ବି ଶିବ ମନ୍ଦିର ଥିବା ଦାବି କରାଯାଇଛି। ଏନେଇ ସିଭିଲ କୋର୍ଟରେ ଏକ ଆବେଦନ ହୋଇଛି। ଜାମା ମସଜିଦ ଭିତରେ ମହାଦେବଙ୍କ ମନ୍ଦିର ଥିବା ଦାବି କରି ଭାରତୀୟ […]

Jama masjid

Madhupriya Mistry
  • Published: Saturday, 03 September 2022
  • , Updated: 03 September 2022, 02:14 PM IST

ଲକ୍ଷ୍ନୌ: ଥମୁନି ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲା। ଏହି ମସଜିଦ ପରିସରରେ ଶିବ ଲିଙ୍ଗ ଥିବା ଦାବିକୁ ନେଇ ମାମଲା କୋର୍ଟରେ ଚାଲିଛି। ଏହି ମାମଲା ଥଣ୍ଡା ନ ପଡୁଣୁ ବଦାୟୁଁରେ ଥିବା ଜାମା ମସଜିଦକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହି ମସଜିଦ ଭିତରେ ବି ଶିବ ମନ୍ଦିର ଥିବା ଦାବି କରାଯାଇଛି। ଏନେଇ ସିଭିଲ କୋର୍ଟରେ ଏକ ଆବେଦନ ହୋଇଛି।

ଜାମା ମସଜିଦ ଭିତରେ ମହାଦେବଙ୍କ ମନ୍ଦିର ଥିବା ଦାବି କରି ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଅଗଷ୍ଟ ୮ ତାରିଖରେ କୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି କରି କୋର୍ଟ ଶୁକ୍ରବାର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ରିପୋର୍ଟ ମୁତାବକ, ବଦାୟୁଁର ଜାମା ମସଜିଦ ପୂର୍ବରୁ ହିନ୍ଦୁ ରାଜାଙ୍କ ଦୁର୍ଗ ଥିଲା। ମହାଦେବଙ୍କ ମନ୍ଦିରକୁ ଭାଙ୍ଗି ଏହି ମସଜିଦକୁ ତିଆରି କରାଯାଇଥିବା ହିନ୍ଦୁ ମହାସଭା ପକ୍ଷରୁ ହୋଇଥିବା ଆବେଦନରେ ଦାବି କରାଯାଇଛି। ଏହି ମାମଲାର ଶୁଣାଣି କରି କୋର୍ଟ ଜାମା ମସଜିଦର ଇନ୍ତେଜାମିଆ କମିଟି, ଉତ୍ତରପ୍ରଦେଶର ସୁନ୍ନି ୱାକଫ ବୋର୍ଡ, ଉତ୍ତରପ୍ରଦେଶ ପ୍ରତ୍ନତତ୍ତ୍ୱ ବିଭାଗ, କେନ୍ଦ୍ର ସରକାର, ଉତ୍ତରପ୍ରଦେଶ ସରକାର, ବଦାୟୁଁ ଜିଲ୍ଲା ଜଜ୍‌ ଓ ରାଜ୍ୟର ପ୍ରମୁଖ ସଚିବଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମଜିଦ ଭିତରେ ଏକ ବନ୍ଦ ଗୃହ ରହିଛି। ସେହି ଗୃହ ଭିତରେ ମନ୍ଦିର ସହ ଜଡିତ ପ୍ରମାଣ ରହିଥିବା ହିନ୍ଦୁ ମହାସଭା ଜିଲ୍ଲାଧ୍ୟକ୍ଷ ମୁକେଶ ସିଂହ ପଟେଲ ଦାବି କରିଛନ୍ତି। ଦୀର୍ଘ ଦିନ ଧରି ଏହି ଗୃହ ବନ୍ଦ ରହିଛି। ତେଣୁ ଏଠାରେ ମଧ୍ୟ ସର୍ଭେ କରିବାକୁ କୋର୍ଟଙ୍କୁ ସେ ଅପିଲ କରିଛନ୍ତି।

ଜାମା ମସଜିଦ ବଦାୟୁଁର ମୌଲବୀ ଟୋଲା ଅଞ୍ଚଳରେ ଅବସ୍ଥିତ। ଏହା ଦେଶର ସବୁଠୁ ବଡ ଓ ପୁରାତନ ମସଜିଦ ମଧ୍ୟରୁ ଗୋଟିଏ। ଏହି ମସଜିଦରେ ଏକାଥରେ ୨୩ ହଜାରରୁ ଅଧିକ ଲୋକ ଏକାଠି ହୋଇ ପାରିବେ।

Related story