କେଜ୍ରିୱାଲଙ୍କ ଟ୍ୱିଟକୁ ନେଇ ସିଙ୍ଗାପୁର ଖପ୍ପା, ବୈଦେଶିକ ମନ୍ତ୍ରଣାଳୟ ଦେଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଟ୍ୱିଟକୁ ନେଇ ବିବାଦ। କେଜ୍ରିୱାଲ ସିଙ୍ଗାପୁରର କରୋନା ଷ୍ଟ୍ରେନ ମାରାତ୍ମକ ଓ ଭାରତ ସରକାର ସିଙ୍ଗାପୁର ସହ ବିମାନ ସମ୍ପର୍କଚ୍ଛିନ୍ନ କରନ୍ତୁ ବୋଲି କେଜ୍ରିୱାଲ ଦାବି କରିଥିଲେ। ହେଲେ ଏହାକୁ ଜୋରଦାର ବିରୋଧ କରିଛି ସିଙ୍ଗାପୁର। ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ସିଙ୍ଗାପୁର ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି। ବିବାଦ ବଢ଼ୁଥିବାରୁ ବୈଦେଶିକ ମନ୍ତ୍ରଣାଳୟ କେଜ୍ରିୱାଲଙ୍କ ବଦଳରେ ସିଙ୍ଗାପୁରକୁ ସମର୍ଥନ କରିଛି। ଏଥିସହ କେଜ୍ରିୱାଲ […]

Delhi

Hemant Lenka
  • Published: Wednesday, 19 May 2021
  • , Updated: 19 May 2021, 12:18 PM IST

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଟ୍ୱିଟକୁ ନେଇ ବିବାଦ। କେଜ୍ରିୱାଲ ସିଙ୍ଗାପୁରର କରୋନା ଷ୍ଟ୍ରେନ ମାରାତ୍ମକ ଓ ଭାରତ ସରକାର ସିଙ୍ଗାପୁର ସହ ବିମାନ ସମ୍ପର୍କଚ୍ଛିନ୍ନ କରନ୍ତୁ ବୋଲି କେଜ୍ରିୱାଲ ଦାବି କରିଥିଲେ। ହେଲେ ଏହାକୁ ଜୋରଦାର ବିରୋଧ କରିଛି ସିଙ୍ଗାପୁର। ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ସିଙ୍ଗାପୁର ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି।

ବିବାଦ ବଢ଼ୁଥିବାରୁ ବୈଦେଶିକ ମନ୍ତ୍ରଣାଳୟ କେଜ୍ରିୱାଲଙ୍କ ବଦଳରେ ସିଙ୍ଗାପୁରକୁ ସମର୍ଥନ କରିଛି। ଏଥିସହ କେଜ୍ରିୱାଲ ଭାରତର ପ୍ରତିନଧିତ୍ୱ କରନ୍ତି ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଡା ଏସ ଜୟଶଙ୍କର କହିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, କୋଭିଡ-୧୯ ବିରୋଧରେ ସିଙ୍ଗାପୁର ଓ ଭାରତ ଏକାଠି ହୋଇ ଲଢ଼େଇ କରିଛନ୍ତି। ସିଙ୍ଗପୁରର ଲଜିଷ୍ଟିକ ହବ ଓ ଅକ୍ସିଜେନ ସପ୍ଲାଏକୁ ଭାରତ ହୃଦୟରୁ ଧନ୍ୟବାଦ ଜଣାଉଛି। ମିଲିଟାରୀ ଯୁଦ୍ଧ ବିମାନ ସହଯୋଗ ପାଇଁ ମୁତୟନ କରିବା ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଦର୍ଶାଉଛି।

ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଲୋକମାନେ ଭଲ ଭାବେ ବୁଝିବା ଦରକାର ଯେ ସେମାନଙ୍କର ମନ୍ତବ୍ୟ ଦୀର୍ଘ ଦିନର ବନ୍ଧୁତାରେ ଫାଟ ସୃଷ୍ଟି କରିପାରେ। ମୁଁ ଏଠାରେ ସ୍ପଷ୍ଟୀକରଣ ରଖିବାକୁ ଚାହେଁ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ କଥା କୁହନ୍ତି ନାହିଁ ବୋଲି ଜୟଶଙ୍କର ଟ୍ୱିଟ କରିଛନ୍ତି।


କେଜ୍ରିୱାଲ ଟ୍ୱିଟ କରି କହିଥିଲେ ଯେ ସିଙ୍ଗାପୁରରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ଛୋଟ ପିଲାମାନଙ୍କ ପାଇଁ ବହୁତ ମାରାତ୍ମକ ବୋଲି କୁହାଯାଉଛି। ଏହା ଭାରତକୁ ତୃତୀୟ ଲହରର ରୂପ ନେଇ ଆସିପାରେ। ତେଣୁ କେନ୍ଦ୍ର ସରକାରଙ୍କୁ ମୁଁ ନିବେଦନ କରୁଛି ଯେ ସିଙ୍ଗାପୁର ସହ ସମସ୍ତ ପ୍ରକାରର ବିମାନ ସେବାକୁ ତତ୍କାଳ ଭାବେ ବନ୍ଦ କରାଯାଉ। ସେହିପରି ଛୋଟ ପିଲାଙ୍କ ଟିକାକରଣ ପାଇଁ ଜରୁରୀ କାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉ ବୋଲି ଟ୍ୱିଟ କରିଥିଲେ।

ଏହାର ଜାବବ ସିଙ୍ଗାପୁର କମିଶନ ଦେଇଥିଲା। କମିଶନ କହିଥିଲା ଯେ “ସିଙ୍ଗାପୁରରେ ନୂଆ ଷ୍ଟ୍ରେନ ସୃଷ୍ଟି ହୋଇଥିବା ନେଇ ଯେଉଁ ଆକଳନ କରାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ। ଦେଶରେ ସଂକ୍ରମଣ ବଢ଼ିବା ପଛରେ B.1.617.2 ଭ୍ୟାରିଏଣ୍ଟ ହିଁ ଦାୟୀ। ବିଭିନ୍ନ ପରୀକ୍ଷାରୁ ଏହି ଷ୍ଟ୍ରେନ ଠାବ ହୋଇଛି। B.1.617.2 ଷ୍ଟ୍ରେନ ଦ୍ୱାରା ଛୋଟ ପିଲାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।”

ଏଠାରେ ସିଙ୍ଗାପୁର କମିଶନ ଯେଉଁ B.1.617.2 ଷ୍ଟ୍ରେନ କଥା କହୁଛନ୍ତି, ଏହା ପ୍ରଥମେ ଭାରତରେ ହିଁ ଠାବ ହୋଇଥିଲା। ଏହାପରେ ଏବେ ବିଭିନ୍ନ ଦେଶରେ କରୋନାର ଏହି ଷ୍ଟ୍ରେନ ଠାବ ହେଉଥିବା ଖୋଦ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି।


ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅରିନ୍ଦମ ବାଗଚୀ କହିଛନ୍ତି, “ସିଙ୍ଗାପୁର ସରକାର ଆମ ହାଇକମିଶନରଙ୍କୁ ଡାକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ‘ସିଙ୍ଗାପୁର ଷ୍ଟ୍ରେନ’ ମନ୍ତବ୍ୟକୁ ବିରୋଧ କରିଛନ୍ତି। ହାଇ କମିଶନର ସ୍ପଷ୍ଟ ଭାବେ ସିଙ୍ଗାପୁର ସରକାରଙ୍କୁ କହିଛନ୍ତି ଯେ କରୋନା ଭ୍ୟାରିଏଣ୍ଟ କିମ୍ବା ବେସାମରିକ ବିମାନ ଚଳାଚଳ ପଲିସି ଉପରେ ମତ ଦେବାର ଅଧିକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ନାହିଁ।”

Related story