୨୪ ବର୍ଷ ପରେ ଖୋଲିଲା ହସ୍ପିଟାଲର ଲିଫ୍ଟ, ମିଳିଲା ମଣିଷ କଙ୍କାଳ

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାଙ୍କୁ ଆସିଛି। ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ କାଇଲିରେ ଥିବା ଓପିଇସି ହସ୍ପିଟାଲର ଅଚଳ ହୋଇଥିବା ଗୋଟିଏ ଲିଫ୍ଟ ଦୀର୍ଘ ୨୪ ବର୍ଷ ପରେ ଖୋଲିଛି। ତେବେ ଲିଫ୍ଟ ଖୋଲିବା ପରେ ଏହା ମଧ୍ୟରୁ ଗୋଟିଏ ମଣିଷ କଙ୍କଳା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମ୍ଭବତଃ ୨୪ ବର୍ଷ ତଳେ କେହି ଏହି ଲିଫ୍ଟ ମଧ୍ୟରେ ଥିବା ବେଳେ ଏହା ଅକାମୀ ହୋଇଯାଇଥିଲା। ଫଳରେ ସେହିଠାରେ ତାଙ୍କର […]

Lift

Hemant Lenka
  • Published: Monday, 06 September 2021
  • , Updated: 06 September 2021, 03:24 PM IST

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାଙ୍କୁ ଆସିଛି। ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ କାଇଲିରେ ଥିବା ଓପିଇସି ହସ୍ପିଟାଲର ଅଚଳ ହୋଇଥିବା ଗୋଟିଏ ଲିଫ୍ଟ ଦୀର୍ଘ ୨୪ ବର୍ଷ ପରେ ଖୋଲିଛି। ତେବେ ଲିଫ୍ଟ ଖୋଲିବା ପରେ ଏହା ମଧ୍ୟରୁ ଗୋଟିଏ ମଣିଷ କଙ୍କଳା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ଭବତଃ ୨୪ ବର୍ଷ ତଳେ କେହି ଏହି ଲିଫ୍ଟ ମଧ୍ୟରେ ଥିବା ବେଳେ ଏହା ଅକାମୀ ହୋଇଯାଇଥିଲା। ଫଳରେ ସେହିଠାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି। ଏବେ କେବଳ କଙ୍କାଳ ଲିଫ୍ଟ ମଧ୍ୟରୁ ମିଳିଥିବା କୁହାଯାଉଛି।

ମରାମତ କାମ ପାଇଁ ସେପ୍ଟେମ୍ବର ୧ରେ ଲିଫ୍ଟକୁ ଖୋଲା ଯାଇଥିଲା। ଏହି ସମୟରେ ଶ୍ରମିକମାନେ ଗୋଟିଏ ବ୍ୟକ୍ତିଙ୍କ କଙ୍କାଳ ଏହା ମଧ୍ୟରୁ ଠାବ କରିଛନ୍ତି। ପୁଲିସ୍‌ ଓ ଫରେନ୍ସିକ ଟିମ୍‌ ଏବେ ଉକ୍ତ କଙ୍କାଳ ରହସ୍ୟରୁ ପରାଦ ହଟାଇବାକୁ ଚେଷ୍ଟା କରୁଛନ୍ତି। ଡିଏନଏ ଟେଷ୍ଟ ବର୍ତ୍ତମାନ ନମୁନା ପଠାଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ୧୯୯୧ ମସିହାରେ ୫୦୦ ବେଡ୍ ବିଶିଷ୍ଟ ଓପିଇସି ହସ୍ପିଟାଲର ମରାମତି କାମ ଆରମ୍ଭ ହୋଇଥିଲା। ୧୯୯୭ ଯାଏ ଲିଫ୍ଟ କାମ କରୁଥିଲା। ଏହାପରେ ଏହା ବନ୍ଦ ହୋଇ ପଡ଼ିଥିଲା। ଏବେ ମରାମତି ପାଇଁ ଖୋଲାଯିବାରୁ ଲିଫ୍ଟ ଭିତରକୁ କଙ୍କାଳ ମିଳିଛି। ପୁଲିସ୍‌ ଏବେ ୨୪ ତଳେ ଉକ୍ତ ଅଞ୍ଚଳରେ ରୁଜୁ ନିଖୋଜ ମାମଲାର ଯାଞ୍ଚ ଆରମ୍ଭ କରିଛି। ଏହାକୁ ଆଧାର କରି ପୁଲିସ୍ କଙ୍କାଳ କାହାର, ସେକଥା ଜାଣିବାକୁ ପ୍ରୟାସ କରୁଛି।

ବର୍ତ୍ତମାନ ଏହି ଅଜଣା ବ୍ୟକ୍ତିଙ୍କ କଙ୍କାଳ କେମିତି ଲିଫ୍ଟ ମଧ୍ୟକୁ ଆସିଲା, ତାହା ପୁଲିସ୍‌ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବ୍ୟକ୍ତି ଜଣଙ୍କ ଅଣନିଃଶ୍ୱାସ ହୋଇ ଲିଫ୍ଟରେ ପ୍ରାଣ ହରାଇଛନ୍ତି ନା କେହି ତାଙ୍କୁ ହତ୍ୟା କରି, ଏଠାରେ ଲୁଚାଇଛି? କେବଳ ଡିଏନଏ ଟେଷ୍ଟ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।


ବସ୍ତି ଜିଲ୍ଲାର ଏଏସ୍‌ପି ଦୀପନ୍ଦର ନାଥ ଚୌଧୁରୀ କହିଛନ୍ତି, ଯଦି କେହି ଘଟଣାକୁ ନେଇ ଲିଖିତ ଅଭିଯୋଗ କରବେ, ତା’ହେଲେ ଆମେ ମାମଲା ରୁଜୁ କରିବୁ। ବର୍ତ୍ତମାନ ପୁଲିସ୍‌ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି। ରହସ୍ୟ ମଣିଷ କଙ୍କାଳ ଉପରକୁ ପରଦା ହଟାଇବାକୁ ଜିଲ୍ଲାରେ ଥିବା ସବୁ ପୁଲିସ୍‌ ଷ୍ଟେସନକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।

Related story