ଭୀଷଣ ବର୍ଷାକୁ ଖାତିର ନକରି ଓଦା ହୋଇ ଭାଷଣ ଦେଲେ ରାହୁଲ

ମୈଶୂର: ଭୀଷଣ ବର୍ଷା, ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ସତ୍ତ୍ୱେ ଆଜି ଗାନ୍ଧି ଜୟନ୍ତୀରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। କର୍ଣ୍ଣାଟକର  ମୈଶୁରରେ  ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଭାଷଣ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ରାହୁଲଙ୍କ ଭାଷଣ ଶୁଣିବା ପାଇଁ ପ୍ରବଳ ଗହଳି ହୋଇଥିଲା। ମୈଶୂରରେ ହେଉଥିବା ବର୍ଷା, ବିଜୁଳିକୁ ଖାତରି ନକରି ନିଜ ନେତାଙ୍କୁ ଦେଖିବାକୁ କଂଗ୍ରେସ କର୍ମୀଙ୍କ ମଧ୍ୟ ବେଶ ଗହଳି ହୋଇଥିଲା। […]

rahul

  • Published: Sunday, 02 October 2022
  • , Updated: 02 October 2022, 09:53 PM IST

ମୈଶୂର: ଭୀଷଣ ବର୍ଷା, ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ସତ୍ତ୍ୱେ ଆଜି ଗାନ୍ଧି ଜୟନ୍ତୀରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। କର୍ଣ୍ଣାଟକର  ମୈଶୁରରେ  ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଭାଷଣ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ରାହୁଲଙ୍କ ଭାଷଣ ଶୁଣିବା ପାଇଁ ପ୍ରବଳ ଗହଳି ହୋଇଥିଲା। ମୈଶୂରରେ ହେଉଥିବା ବର୍ଷା, ବିଜୁଳିକୁ ଖାତରି ନକରି ନିଜ ନେତାଙ୍କୁ ଦେଖିବାକୁ କଂଗ୍ରେସ କର୍ମୀଙ୍କ ମଧ୍ୟ ବେଶ ଗହଳି ହୋଇଥିଲା।

https://twitter.com/Jairam_Ramesh/status/1576572793109778435?s=20&t=79D6cLXYruUOV9LDI2_jkg

ବର୍ଷାରେ ଭିଜି ରାହୁଲ ଭାଷଣ ଦେଉଥିବା ଭିଡିଓକୁ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, କୌଣସି ଶକ୍ତି ଭାରତ ଯୋଡ଼ୋ ଯାତ୍ରାକୁ ଅଟକାଇ ପାରିବ ନାହିଁ। ମୈଶୁରରରେ ପ୍ରବଳ ବର୍ଷା ସତ୍ତ୍ୱେ ରାହୁଲଙ୍କୁ ଶୁଣିବାକୁ ଆସିଥିବା ଶତାଧିକ ଲୋକଙ୍କ ମଧ୍ୟରେ ବିଜୁଳି ତରଙ୍ଗ ଭରିଥିଲେ ରାହୁଲ।  ଘୃଣା, ବିଦ୍ୱେଷ, ବେକାରୀ ଉପରେ କହି ଦେଶକୁ ଏକାଠି କରିବାକୁ କୌଣସି ଶକ୍ତି ଅଟକାଇପାରିବ ନାହିଁ। ସୂଚନା ଅନୁଯାୟୀ କଂଗ୍ରେସ ପକ୍ଷରୁ ଗତ ସେପ୍ଟମ୍ବର୭ରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି।

କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୫ ଦିନରେ ୩୫୦୦ କିମି ଅତିକ୍ରମ କରିବ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ପଦଯାତ୍ରା  କନ୍ୟାକୁମାରୀରେ ଏକ ମେଗା ରାଲିରୁ ଆରମ୍ଭ ହୋଇଛି। ଏହି ଯାତ୍ରାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି ପଦଯାତ୍ରା ସମୟରେ ଲୋକଙ୍କ ସହିତ ଦରବୃଦ୍ଧି, ବେକାରୀ ଏବଂ ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂପର୍କ ସ୍ଥାପନ କରାଯାଉଛି।

କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ସମୟରେ ରାହୁଲ ଏକ ସିପିଂ କଣ୍ଟେନର କ୍ୟାବିନ୍‌ରେ ରହିବେ। ଯେଉଁଥିରେ ଶଯ୍ୟା, ଶୌଚାଳୟ ଏବଂ ଏୟାର କଣ୍ଡିସନର ବ୍ୟବସ୍ଥା ରହିଛି। ପୂରା ଯାତ୍ରାରେ ସାମିଲ ହେବାକୁ ଥିବା ଅନ୍ୟ ନେତାଙ୍କ ପାଇଁ ମଧ୍ୟ ଏଭଳି କଣ୍ଟେନର୍‌ କ୍ୟାବିନ୍‌ ବ୍ୟବସ୍ଥା କରାଯାଇଛି। ରାହୁଲଙ୍କ କଣ୍ଟେନର ସମେତ ପ୍ରାୟ ୬୦ଟି କଣ୍ଟେନର କ୍ୟାବିନ୍‌ ଏହି ଯାତ୍ରା ପାଇଁ ବ୍ୟବହାର ହେଉଛି।

Related story