ନୂଆଦିଲ୍ଲୀ: ଆଜି ପୁଅକୁ ସାଥ ଦେବେ ମା’। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସେ ଏହି ଯାତ୍ରାରେ ସାମିଲ ହୋଇ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବେ। ଆଜି ସୋନିଆ ଗାନ୍ଧି କର୍ଣ୍ଣାଟକର ମାଡିକେରିରେ କର୍ଗର ଏକ ପ୍ରାଇଭେଟ ରିସର୍ଟରେ ରହିବେ। ଏହା ପରେ ସେ ରାହୁଲ ଗାନ୍ଧିଙ୍କ ଯାତ୍ରାରେ ଯୋଗ ଦେବେ। ଏବେ ଭାରତ ଯୋଡ଼ୋ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଥିବା ବେଳେ ସୋନିଆ ଗାନ୍ଧି ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି । କଂଗ୍ରେସର ଏହି କର୍ଣ୍ଣାଟକ ଯାତ୍ରା ୨୧ଦିନ ଧରି ଚାଲିବା ସହ ରାଜ୍ୟରେ ୫୧୧ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ। ଏହି ଯାତ୍ରା ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ତାମିଲନାଡୁ ଏବଂ କେରଳ ଦେଇ ଯିବା ପରେ ଶୁକ୍ରବାର କର୍ଣ୍ଣାଟକରେ ପ୍ରବେଶ କରିଥିଲା।
https://twitter.com/RahulGandhi/status/1576580264440254465?s=20&t=YDqItA6GB4_WMfxYDQGT2w
ଏହି ଯାତ୍ରାରେ ପ୍ରଥମ କରି ସୋନିଆ ଗାନ୍ଧି ଅଂଶଗ୍ରହଣ କରିବେ ଏବଂ ରାହୁଲଙ୍କ ସହ ଚାଲି ଚାଲି ଲୋକଙ୍କୁ ଭେଟିବେ। ରାହୁଲ ଗାନ୍ଧି ଏବେ ଚାଲି ଚାଲି ଲୋକଙ୍କୁ ଭେଟୁଛନ୍ତି । ଏହି ଯାତ୍ରା ଦ୍ୱାରା କଂଗ୍ରେସ ହଜାଇ ସାରିଥିବା ଭାବମୂର୍ତ୍ତିକୁ ପୁଣି ଥରେ ଫେରି ପାଇବାକୁ ଚେଷ୍ଟା କରୁଛି। ପୁଣି ଥରେ କ୍ଷମତାକୁ ଆସିବା ପାଇଁ ରାହୁଲ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଗତକାଲି ପ୍ରବଳ ବର୍ଷା ସତ୍ତ୍ୱେ କର୍ଣ୍ଣାଟକର ମୈଶୂରରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଭାଷଣ ଦେଇଥିଲେ।
ପ୍ରତିକୂଳ ପାଗ ସତ୍ତ୍ୱେ ରାହୁଲଙ୍କ ଭାଷଣ ଶୁଣିବା ପାଇଁ ପ୍ରବଳ ଗହଳି ହୋଇଥିଲା। ମୈଶୂରରେ ହେଉଥିବା ବର୍ଷା, ବିଜୁଳିକୁ ଖାତରି ନକରି ନିଜ ନେତାଙ୍କୁ ଦେଖିବାକୁ କଂଗ୍ରେସ କର୍ମୀଙ୍କ ମଧ୍ୟ ବେଶ ଗହଳି ହୋଇଥିଲା। ଏହି ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଳ ହୋଇଥିଲା।