ନିର୍ଦ୍ଦାରିତ ସମୟ ପୂର୍ବରୁ ସ୍ଥଳ ଭାଗ ଛୁଇଁବ ମୌସୁମୀ: ଆଇଏମଡି

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଯାଇଛି। ଶୁକ୍ରବାର ଆଇଏମଡି ଏହା କହିଛି। ଆଉ ଏବେର ପାଣିପାଗ ରିପୋର୍ଟ ଅନୁଯାୟୀ ମୌସୁମୀ ବାୟୁ ଗୋଟିଏ ଦିନ ପୂର୍ବରୁ ସ୍ଥଳ ଭାଗ ଛୁଇଁବ। ଆଉ ଏହି ତାରିଖରୁ ଲଗାତର ଚାରି ମାସ ଯାଏ ବର୍ଷା ଋତୁ ରହିଛି। ମେ ’୨୧ରୁ ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରକୁ ୨୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ନଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।ଆଇଏମଡି କହିଛି ଯେ ମେ ୨୨ରେ […]

monsoon

Subhransu Sekhar
  • Published: Friday, 21 May 2021
  • , Updated: 21 May 2021, 10:37 PM IST

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଯାଇଛି। ଶୁକ୍ରବାର ଆଇଏମଡି ଏହା କହିଛି। ଆଉ ଏବେର ପାଣିପାଗ ରିପୋର୍ଟ ଅନୁଯାୟୀ ମୌସୁମୀ ବାୟୁ ଗୋଟିଏ ଦିନ ପୂର୍ବରୁ ସ୍ଥଳ ଭାଗ ଛୁଇଁବ। ଆଉ ଏହି ତାରିଖରୁ ଲଗାତର ଚାରି ମାସ ଯାଏ ବର୍ଷା ଋତୁ ରହିଛି।

ମେ ’୨୧ରୁ ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରକୁ ୨୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ନଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।ଆଇଏମଡି କହିଛି ଯେ ମେ ୨୨ରେ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଭାଗରେ ଲଘୁଚାପ ସୃଷ୍ଟି ହେବ। ଯାହାକି ଘୁର୍ଣ୍ଣିଝଡରେ ପରିଣତ ହେବ। ଆଉ ଏହାର ପ୍ରଭାବ ମେ ୨୬ରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଦେଖିବାକୁ ମିଳିବ। ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଏହା ଅମ୍ଫାନଠୁ ଅଧିକ ଶକ୍ତିଶାଳୀ ହେବ। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ  ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦କିମି ଓ ପରେ ୬୦କିମି ବେଗରେ ବୋହିବାର ସମ୍ଭାବନା ରହିଛି।

ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇଁ ୨୫ତାରିଖ ସନ୍ଧ୍ୟାବେଳକୁ ଘଣ୍ଟାପ୍ରତି ୭୦କିମି ଓ ୨୬ତାରିଖ ଅପରାହ୍ନରେ ଏହା ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ଜଣାପଡ଼ିଛି। ୨୪ରୁ ୨୬ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ଅଂଚଳ, ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି।

Related story