ଆର୍ଯ୍ୟନ୍‌ଙ୍କ ପରିସ୍ରା ପରୀକ୍ଷା ହୋଇ ନାହିଁ, କାଲି ମିଳିପାରେ ଜାମିନ୍‌

ମୁମ୍ବାଇ: ଡ୍ରଗ୍‌ସ୍‌ କାରବାରରେ ଫସିଥିବା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆର୍ଯ୍ୟନ ଖାନଙ୍କ ବିରୋଧରେ ପ୍ରାୟ ସମସ୍ତ ପ୍ରମାଣ ଯୋଗାଡ଼ କରିସାରିଲାଣି। ଏଥିସହ ଡ୍ରଗ୍‌ସ ଯୋଗାଉଥିବା ପେଡଲରଙ୍କ ନେଟୱର୍କକୁ ଧରିବାକୁ ଚେଷ୍ଟା କରୁଛି ଏନ୍‌ସିବି। ଆସନ୍ତାକାଲି ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟମାନଙ୍କର ରିମାଣ୍ଡ ଅବଧି ସରୁଥିବାରୁ ଆର୍ଯ୍ୟନ୍‌ ଖାନ୍‌ଙ୍କକୁ ଆଶ୍ୱସ୍ତି ମିଳିପାରେ। ଅର୍ଥାତ ଗୁରୁବାର ଆର୍ଯ୍ୟନ୍‌ଙ୍କୁ ଜାମିନ୍‌ ମିଳିପାରେ ବୋଲି କୁହାଯାଉଛି। ଡ୍ରଗ୍ସ […]

5bv

Tapas Behera
  • Published: Wednesday, 06 October 2021
  • , Updated: 06 October 2021, 04:21 PM IST

ମୁମ୍ବାଇ: ଡ୍ରଗ୍‌ସ୍‌ କାରବାରରେ ଫସିଥିବା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆର୍ଯ୍ୟନ ଖାନଙ୍କ ବିରୋଧରେ ପ୍ରାୟ ସମସ୍ତ ପ୍ରମାଣ ଯୋଗାଡ଼ କରିସାରିଲାଣି। ଏଥିସହ ଡ୍ରଗ୍‌ସ ଯୋଗାଉଥିବା ପେଡଲରଙ୍କ ନେଟୱର୍କକୁ ଧରିବାକୁ ଚେଷ୍ଟା କରୁଛି ଏନ୍‌ସିବି। ଆସନ୍ତାକାଲି ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟମାନଙ୍କର ରିମାଣ୍ଡ ଅବଧି ସରୁଥିବାରୁ ଆର୍ଯ୍ୟନ୍‌ ଖାନ୍‌ଙ୍କକୁ ଆଶ୍ୱସ୍ତି ମିଳିପାରେ। ଅର୍ଥାତ ଗୁରୁବାର ଆର୍ଯ୍ୟନ୍‌ଙ୍କୁ ଜାମିନ୍‌ ମିଳିପାରେ ବୋଲି କୁହାଯାଉଛି।

ଡ୍ରଗ୍ସ ମାମଲାକୁ ନେଇ ଏନ୍‌ସିବି ଆର୍ଯ୍ୟନ ଖାନଙ୍କ ବିରୋଧରେ ଦୁଇଟି ବଡ଼ ପ୍ରମାଣ ପାଇଛି। ଡ୍ରଗ୍ସ ବେପାରୀଙ୍କୁ ଧରିବା ପାଇଁ ଏହି ପ୍ରମାଣ ଯଥେଷ୍ଟ ବୋଲି ଏନ୍‌ସିବି ଦାବି କରିଛି। ପ୍ରଥମଟି ହେଉଛି ଡ୍ରଗସ୍‌  ସେବନ କରିଥିବା ଆର୍ଯ୍ୟନ ସ୍ୱୀକାର କରିଛନ୍ତି।  ହେଲେ ଆର୍ଯ୍ୟନ୍‌ ସେଦିନ ଡ୍ରଗସ୍‌ ନେଇଥିଲେ କି ନାହିଁ ତାହା ଜାଣିବା ପାଇଁ ତାଙ୍କ ପରିସ୍ରା ଟେଷ୍ଟ କରାଯାଇ ନାହିଁ ବୋଲି ବିଶେଷ ସୂତ୍ରରୁ ସୂଚନା ଆସିଛି। ଯଦି ପରିସ୍ରା ଟେଷ୍ଟରୁ କିଛି ସକାରାତ୍ମକ ରିପୋର୍ଟ ଆସେ ତେବେ ଆର୍ଯ୍ୟନ୍‌ ଟେନ୍‌ସନ୍‌ରୁ ମୁକ୍ତି ପାଇପାରନ୍ତି।

କେବଳ ନାମକୁ ମାତ୍ର ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା।  ଦ୍ୱିତୀୟ ପ୍ରମାଣଟି ହେଉଛି ଆର୍ଯ୍ୟନଙ୍କ ଚାର୍ଟ।  ଏନସିବି ଅଧିକାରୀମାନେ ଦାବି କରିଛନ୍ତି ଯେ, ସେ ପାର୍ଟିରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହେବା ଏବଂ ଡ୍ରଗ୍ସ ସେବନ ନେଇ ଯୋଜନା ଥିବା ଚାର୍ଟରୁ ମିଳିଛି। ତାଙ୍କ ବନ୍ଧୁ ତାଙ୍କୁ ଡ୍ରଗ୍‌ସ ଯୋଜନା ବିଷୟରେ ସୂଚନା ଦେଇଥିଲେ । ତାଙ୍କର ଚାର୍ଟରେ  ମଧ୍ୟ ଡ୍ରଗସ୍‌ ନେଇଥିବାର ପ୍ରମାଣ ଥିବା ଏନସିବି ଅଧିକାରୀ କହଇଛନ୍ତି।

ସେହିପରି ଡ୍ରଗସ୍‌ ସେବନ ଠିକଣଣା ବିଷୟରେ ଚାର୍ଟରେ ହିଁ ରହିଛି । ଯାହା ଏକ ପ୍ରମାଣ ବୋଲି କୁହାଯାଉଛି। ଆର୍ଯ୍ୟନଙ୍କୁ ତାଙ୍କ ବନ୍ଧୁମାନେ ନିମଣନ୍ତ୍ରଣ କରିଥିଲେ ଏବଂ ସେଥିରେ ଡ୍ରଗସ୍‌ ସେବନ ବିଷୟରେ ଉଲ୍ଲେଖ ଥିବା ବେଳେ ସେ ନିଜେ ରାଜି ହୋଇଥିବା ଚାର୍ଟରେ ରହିଛି। ସେହିପରି ପୁରୁଣା ଚାର୍ଟରେ ଆର୍ଯ୍ୟନ୍‌ ଡ୍ରଗ୍‌ସ୍‌ ନେଇଥିବା ପ୍ରାମାଣ ସାମ୍ନାକୁ ଆସିଛି। ଏନ୍‌ସିବି ଅଧିକାରୀମାନେ କହିଛନ୍ତି ଯେ, କ୍ରୁଜ୍‌ରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଥିବା ସେମାନେ କେବେ ଜାଣି ନଥିଲେ । କେବଳ କ୍ରୁଜ୍‌ରେ ରେଭ ପାର୍ଟ ଚାଲୁଥିବା ତାଙ୍କ ପାଖରେ ଖବର ଥିଲା। ତେବେ କ୍ରୁଜ୍‌ରେ ଚଢ଼ାଉ ପରେ ତାଙ୍କ ଉପସ୍ଥିତି ବିଷୟରେ ଜାଣିବାକୁ ପାଇଲୁ ବୋଲି ଏନ୍‌ସିବି ଅଧିକାରୀ କହିଛନ୍ତି। ଏନସିବି ସୂତ୍ରରୁ ଏହା ମଧ୍ୟ କୁହାଯାଇଛି ଯେ ଆର୍ଯ୍ୟନ୍ ଖାନ୍ ନିୟମିତ ଭାବେ ଡ୍ରଗସ୍‌ ନିଅନ୍ତି। ଏମିତିକି ସେ ଡ୍ରଗସ୍‌ ପେଡେଲରଙ୍କ ସହ ତାଙ୍କର ଯୋଗାଯୋଗ ରହିଛି।

Related story