କରୋନାରେ ଗୁରୁତର ନହେଲେ ଷ୍ଟିରଏଡ ଖାଇବା ଠିକ୍ ନୁହେଁ: ଗୁଲେରିଆ

ନୂଆଦିଲ୍ଲୀ: ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେଉଁମାନେ କରୋନାରେ ଗୁରୁତର ହୋଇ ନାହାନ୍ତି ସେମାନଙ୍କୁ ଷ୍ଟିରଏଡ ଯୁକ୍ତ ମେଡିସିନ ଦେବା ଠିକ୍ ହେବନି। ପୋଷ୍ଟ-କୋଭିଡ୍ ଲୋକଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ୍ ଆଶଙ୍କା ଅଧିକ ରହିଛି। ମୁଖ୍ୟତଃ ଡାଇବେଟିସ ରୋଗୀଙ୍କ ପାଇଁ ଏହି ବ୍ଲାକ ଫଙ୍ଗସ ଅଧିକ ବିପଦ ଥିବାରୁ ବିନା ପରାମର୍ଶରେ ଷ୍ଟିରଏଡ୍ ନ ନେବାକୁ ପରାମର୍ଶ ଦେଇଛନ୍ତି ଗୁଲେରିଆ। ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦେଖାଯାଉଛି। […]

aiims_randeep guleria

Subhransu Sekhar
  • Published: Friday, 21 May 2021
  • , Updated: 21 May 2021, 08:46 PM IST

ନୂଆଦିଲ୍ଲୀ: ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେଉଁମାନେ କରୋନାରେ ଗୁରୁତର ହୋଇ ନାହାନ୍ତି ସେମାନଙ୍କୁ ଷ୍ଟିରଏଡ ଯୁକ୍ତ ମେଡିସିନ ଦେବା ଠିକ୍ ହେବନି। ପୋଷ୍ଟ-କୋଭିଡ୍ ଲୋକଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ୍ ଆଶଙ୍କା ଅଧିକ ରହିଛି। ମୁଖ୍ୟତଃ ଡାଇବେଟିସ ରୋଗୀଙ୍କ ପାଇଁ ଏହି ବ୍ଲାକ ଫଙ୍ଗସ ଅଧିକ ବିପଦ ଥିବାରୁ ବିନା ପରାମର୍ଶରେ ଷ୍ଟିରଏଡ୍ ନ ନେବାକୁ ପରାମର୍ଶ ଦେଇଛନ୍ତି ଗୁଲେରିଆ।

ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦେଖାଯାଉଛି। କରୋନା ସହିତ ଅନିୟନ୍ତ୍ରିତ ଡାଇବେଟିସ ପାଇଁ ଏହି ବ୍ଲାକ ଫଙ୍ଗସ ମାରାତ୍ମକ ହେଉଛି। ଦ୍ୱିତୀୟ ଲହର ବେଳେ କରୋନାକୁ ମୁକାବିଲା କରିବାକୁ ଯାଇ ଅଧିକାଂଶ ଷ୍ଟିରଏଡ ଯୁକ୍ତ ଔଷଧ ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯେଉଁମାନେ ଗୁରୁତର ରହୁଛନ୍ତି ସେମାନେ ଷ୍ଟିରଏଡ ବ୍ୟବହାର କରିବା ଠିକ୍ ହେବ। ଯେଉଁମାନେ କରୋନାରେ ସାମାନ୍ୟ ଭାବରେ ସଂକ୍ରମିତ ହୋଇଛନ୍ତି କିମ୍ୱା ମାଇଲଡ (ମଧ୍ୟମ ଧରଣର) ଭାବରେ ସଂକ୍ରମିତ ହୋଇଛନ୍ତି ସେମାମେ ଷ୍ଟିରଏଡ ନନେବା ଠିକ୍ ହେବ।

ଅଧିକ ଷ୍ଟିରଏଡ ଖାଇବା ଦ୍ୱାରା ବ୍ଲଡ ସୁଗାର ଅଧିକ ରହୁଛି। ଆଉ ଏହା ବ୍ଲାକ ଫଙ୍ଗସକୁ ଆଡକୁ ଟାଣି ନେଇ ଯାଉଛି। ମୁଖ୍ୟତଃ ଆକ୍ରାନ୍ତଙ୍କ ଶରୀରରେ ଅକ୍ସିଜେନ ଲେବୁଲ କିଭଳି ନକମିବ ସେଥିପାଇଁ ଅଧିକ ଷ୍ଟିରଏଡ ଔଷଧ ବ୍ୟବହାର ହେଉଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଆକ୍ରାନ୍ତ ଷ୍ଟିରଏଡ ଖାଇବା ଠିକ୍ ନୁହେଁ। ସେ କହିଛନ୍ତି ଯେ ଏବେ ଷ୍ଟିରଏଡର ଅତ୍ୟଧିକ ବ୍ୟବହାର ହେଉଥିବାରୁ ବ୍ଲାକ ଫଙ୍ଗସରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଯାହାକି ବିଭିନ୍ନ ରାଜ୍ୟ ତଥା ଦେଶ ପାଇଁ ଚିନ୍ତାଜନକ ବୋଲି ଗୁଲେରିଆ କହିଛନ୍ତି।

ତେଣୁ ଜଣେ ଆକ୍ରାନ୍ତ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବା ଉଚିତ ଏଥିପାଇଁ ଆକ୍ରାନ୍ତ ମାନେ ନିୟମିତ ବ୍ୟବଧାନରେ ବ୍ଲଡ ସୁଗାର ଚେକ୍ ଅପ୍ କରିବା ଦରକାର ଏବଂ ଷ୍ଟିରଏଡର ମାତ୍ରା ଉପରେ ନଜର ରଖିବା ଦରକାର ବୋଲି ସେ କହିଛନ୍ତି।

ତେବେ ବ୍ଲାକ ଫଙ୍ଗସ ହେବା ପଛର କାରଣ ନେଇ ଅନେକ ମତ ଆସୁଛି, ଯେମିତିକି ବାସି ଖାଦ୍ୟ, ଅକ୍ସିଜେନର ବିଭିନ୍ନ ପ୍ରକାର ଭେଦ ପାଇଁ ହେଉଛି ବୋଲି ଦାବି ହେଉଛି। ହେଲେ ଏହାକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ ବୋଲି ଗୁଲେରିଆ ସ୍ପଷ୍ଟ କରିଛନ୍ତି।

Related story