ମିଳିଲାନି 'ଆଇ ଲଭ୍‌ ୟୁ'ର ଜବାବ, ୮ ମହଲାରୁ ଡେଇଁ ପଡ଼ିଲେ କମିଶନରଙ୍କ ପୁଅ

ଲକ୍ଷ୍ନୌ: ପୁଣି ଥରେ ସାମ୍ନାକୁ ଆସିଛି ଏକ ତରଫା ପ୍ରେମର କରୁଣ ପରିଣତି। ମିଳିଲାନି ପ୍ରେମ ନିବେଦନର ଜବାବ। ଆଇ ଲଭ୍‌ ୟୁ କହିଥିଲେ ହେଲେ ସାମ୍ନା ପଟୁ ଆସିଲାନି କିଛି ଉତ୍ତର। ଏଥିରେ ବିବ୍ରତ ହୋଇ ୮ ମହଲାରୁ ଡେଇଁ ପଡିଲେ କମିଶନରଙ୍କ ପୁଅ। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶର ଝାନ୍ସିରେ। ଉତ୍ତରପ୍ରଦେଶ ଝାନ୍ସିର ବାଣିଜ୍ୟକର ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ପୁଅ କୌସ୍ତଭ ଶାକ୍ୟ। ୧୭ ବର୍ଷିୟ କୌସ୍ତଭ ଯୁକ୍ତ ଦୁଇରେ ପଢ଼ୁଥିଲେ। […]

student-suicide

Madhupriya Mistry
  • Published: Saturday, 10 September 2022
  • , Updated: 10 September 2022, 04:14 PM IST

ଲକ୍ଷ୍ନୌ: ପୁଣି ଥରେ ସାମ୍ନାକୁ ଆସିଛି ଏକ ତରଫା ପ୍ରେମର କରୁଣ ପରିଣତି। ମିଳିଲାନି ପ୍ରେମ ନିବେଦନର ଜବାବ। ଆଇ ଲଭ୍‌ ୟୁ କହିଥିଲେ ହେଲେ ସାମ୍ନା ପଟୁ ଆସିଲାନି କିଛି ଉତ୍ତର। ଏଥିରେ ବିବ୍ରତ ହୋଇ ୮ ମହଲାରୁ ଡେଇଁ ପଡିଲେ କମିଶନରଙ୍କ ପୁଅ। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶର ଝାନ୍ସିରେ।

ଉତ୍ତରପ୍ରଦେଶ ଝାନ୍ସିର ବାଣିଜ୍ୟକର ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ପୁଅ କୌସ୍ତଭ ଶାକ୍ୟ। ୧୭ ବର୍ଷିୟ କୌସ୍ତଭ ଯୁକ୍ତ ଦୁଇରେ ପଢ଼ୁଥିଲେ। କୌସ୍ତଭ ନିଜ ପରିବାର ସହ ୟୁପିର 'ରୟାଲ ସିଟି' ରହୁଥିଲେ। ତେବେ ଗତକାଲି ଆସିଷ୍ଟାଣ୍ଟ କମିଶନର ରାଜୀବ କୁମାର ଓ ତାଙ୍କ ପତ୍ନୀ କୌଣସି କାମରେ ନଏଡା ଯାଇଥିଲେ। କୌସ୍ତଭ ନିଜ ଭଉଣୀ ସହ ଘରେ ଏକୁଟିଆ ଥିଲେ। ତେବେ ରାତିରେ ଖାଇବା ପରେ ବିଲ୍ଡିଂର ଲବିରେ ସେ ମୋବାଇଲରେ କଥା ହୋଇ ଏପଟ ସେପଟ ବୁଲୁଥିଲେ। ସେ ବାରମ୍ବାର ଗୋଟିଏ ମହଲାରୁ ଅନ୍ୟ ମହଲାକୁ ମଧ୍ୟ ଯାଉଥିଲେ। ହେଲେ ହଠାତ୍‌ ଆଜି ସକାଳୁ କୌସ୍ତଭଙ୍କ ବିଲ୍ଡିଂ ତଳୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ, କୌସ୍ତଭ ନିଜ ବିଲ୍ଡିଂ ଦ୍ୱିତୀୟ ମହଲରେ ରହୁଥିବା ଜଣେ ସାଙ୍ଗକୁ ଭୋର ସାଢ଼େ ୩ଟାରେ ପ୍ରେମ ନିବେଦନ କରିଥିଲେ। ସେ ତାଙ୍କୁ 'ଆଇ ଲଭ୍‌ ୟୁ' ମେସେଜ ପଠାଇଥିଲେ। ତେବେ ବହୁ ସମୟ ଅପେକ୍ଷା କରିବା ପରେ ସେପଟୁ ଏହି ମେସେଜର କିଛି ଉତ୍ତର ଆସିନଥିଲା। ଏହାପରେ କୌସ୍ତଭ ବିଲ୍ଡିଂର ୮ମ ମହଲକୁ ଚାଲି ଯାଇଥିଲେ। ସେଠାରେ ରେଲିଂ ଉପରେ ନିଜ ଫୋନ୍‌ ରଖି 'ସରି' ଲେଖି ତଳକୁ ଡେଇଁପଡିଥିଲେ।

କୌସ୍ତଭ ଆତ୍ମହତ୍ୟା ପୂର୍ବରୁ ନିଜର ପାଞ୍ଚ ଜଣ ସାଙ୍ଗଙ୍କ ସହ ଇନଷ୍ଟାଗ୍ରମରେ ଚାଟିଂ କରିଥିଲେ। ପୁଲିସ କୌସ୍ତଭଙ୍କ ମୋବାଇଲ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପ୍ରେମରେ ବିଫଳ ହେବା ପରେ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

Related story