ବିଜେପି ବିଧାୟକଙ୍କ ନିର୍ଯାତନା ଅସହ୍ୟ ହେଲା, ବିଷ ପିଇଦେଲେ ଗୋଟିଏ ପରିବାରର  ୪ ଚାଷୀ

ବେଙ୍ଗାଲୁରୁ: ଜଣେ ବିଜେପି ବିଧାୟକଙ୍କ ଦ୍ୱାରା ଲାଞ୍ଝିତ ଓ ଅପମାନିତ ହେବା ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମତି ଏକ ଅବାବନୀୟ ଘଟଣା କର୍ଣ୍ଣାଟକର ହାଭେରି ଜିଲ୍ଲାରେ ଘଟିଛି।  ଆତ୍ମହତ୍ୟା ଉଦ୍ୟମ କରିଥିବା ସଦସ୍ୟ ମାନେ ହେଲେ  ପାଣ୍ଡାପା ଲାମାଣି(୭୦), ଗୁରୁଚପା ଲାମାଣି(୭୨), ଗଙ୍ଗାଭା କବ୍ବୁର(୬୫) ଏବଂ ହନୁମାନ ଥାପ୍ପା(୪୧)। ହାଭେରି ଜିଲ୍ଲାର ସ୍ଥାନୀୟ ବିଜେପି ବିଧାୟକ ନେହରୁ ଓଲେକାର ଓ ତାଙ୍କ ପିଲାମାନଙ୍କ […]

poison

Tapas Behera
  • Published: Wednesday, 15 June 2022
  • , Updated: 15 June 2022, 11:59 AM IST

ବେଙ୍ଗାଲୁରୁ: ଜଣେ ବିଜେପି ବିଧାୟକଙ୍କ ଦ୍ୱାରା ଲାଞ୍ଝିତ ଓ ଅପମାନିତ ହେବା ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମତି ଏକ ଅବାବନୀୟ ଘଟଣା କର୍ଣ୍ଣାଟକର ହାଭେରି ଜିଲ୍ଲାରେ ଘଟିଛି।  ଆତ୍ମହତ୍ୟା ଉଦ୍ୟମ କରିଥିବା ସଦସ୍ୟ ମାନେ ହେଲେ  ପାଣ୍ଡାପା ଲାମାଣି(୭୦), ଗୁରୁଚପା ଲାମାଣି(୭୨), ଗଙ୍ଗାଭା କବ୍ବୁର(୬୫) ଏବଂ ହନୁମାନ ଥାପ୍ପା(୪୧)। ହାଭେରି ଜିଲ୍ଲାର ସ୍ଥାନୀୟ ବିଜେପି ବିଧାୟକ ନେହରୁ ଓଲେକାର ଓ ତାଙ୍କ ପିଲାମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏମାନେ । ସମସ୍ତ ପୀଡ଼ିତଙ୍କୁ ଦେବଙ୍ଗିରି ହସପିଟାଲକୁ ପଠାଯାଇଥିଲା।

ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକ ନେହରୁ ଓଲେକାର ଜମିଜମା ବିବାଦକୁ ନେଇ ସେମାନଙ୍କୁ ହଇରାରଣ କରିଥିଲେ। ବିଧାୟକ ଏହି ୪ ଜଣଙ୍କୁ ଜଣକା ୫ଗୁଣ୍ଠ ଜମି ଦେବାକୁ ଦାବି କରିଥିଲେ। ଏଥିପାଇଁ ସେ ଟଙ୍କା ଦେବାକୁ କହିଥିଲେ। ସ୍ଥାନୀୟ ସରକାର କୃଷକମାନଙ୍କୁ ଅକର୍ମା-ଶକର୍ମା ସ୍କିମରେ ଜମି ଆବଣ୍ଟନ କରିଥିଲେ। ସ୍ଥାନୀୟ ଗାଁର ୨୯ ଜଣ ଚାଷୀ ଏହି ଯୋଜନାରେ ଲାଭବାନ ହୋଇଥିଲେ।

ପ୍ରତ୍ୟେକଙ୍କୁ ଗୋଟିଏ ଏକର ୧୫ ଗୁଣ୍ଠ ଜମି ପ୍ରଦାନ କରାଯାଇଥିଲା। କିନ୍ତୁ ସ୍ଥାନୀୟ ବିଧାୟକ ସମସ୍ତ ହିତାଧିକାର ଚାଷୀଙ୍କୁ ୫ ଗୁଣ୍ଠ ଲେଖାଁଏ ଜମି ଦେବାକୁ ଦାବି କରିଥିଲେ। ଏହାକୁ ନେଇ ଚାଷୀମାନେ ବିରୋଧ କରିଥିଲେ। ସେମାନେ ଇଞ୍ଚେ ଜମି ଦେବେ ନାହିଁ ବୋଲି କହିଥିଲେ।

Related story