ତିହାର ଜେଲ୍‌ରୁ ବାହାରିବେ ମହାଠକ ସୁକେଶ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଏବେ ତିହାର ଜେଲରୁ ବାହାରିବେ। କେବଳ ସେ ନୁହେଁ ତାଙ୍କ ପତ୍ନୀ ଲିନା ମାରିଆ ମଧ୍ୟ ତିହାର ଜେଲ୍‌ରୁ ବାହାରିବେ। ଉଭୟଙ୍କୁ ତିହାର ଜେଲ୍‌ରୁ ବହାର କରି ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯିବ। ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିହାର ଜେଲ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଅଭିଯୋଗ ଆଣିଥିଲେ ମହାଠକ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ। […]

Sukesh ChandraSekhar

Madhupriya Mistry
  • Published: Tuesday, 23 August 2022
  • , Updated: 23 August 2022, 02:08 PM IST

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଏବେ ତିହାର ଜେଲରୁ ବାହାରିବେ। କେବଳ ସେ ନୁହେଁ ତାଙ୍କ ପତ୍ନୀ ଲିନା ମାରିଆ ମଧ୍ୟ ତିହାର ଜେଲ୍‌ରୁ ବାହାରିବେ। ଉଭୟଙ୍କୁ ତିହାର ଜେଲ୍‌ରୁ ବହାର କରି ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯିବ। ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତିହାର ଜେଲ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଅଭିଯୋଗ ଆଣିଥିଲେ ମହାଠକ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ। ଏଥିପାଇଁ ଦିଲ୍ଲୀ ବହାରେ ଅନ୍ୟ କୌଣସି ଜେଲ୍‌କୁ ସ୍ଥାନାନ୍ତର କରିବା ପାଇଁ ସେ ଆବେଦନ କରିଥିଲେ। ଏହି ମାମଲାରେ ଆଜି ଜଷ୍ଟିସ୍‌ ସୁଧାଂଶୁ ଧୂଲିଆଙ୍କ ଏକ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଅଭିଯୋଗକୁ ଆଧାର କରି ଅଭିଯୁକ୍ତଙ୍କୁ ଏକ ସପ୍ତାହ ଭିତରେ ମଣ୍ଡୋଲି ଜେଲ୍‌କୁ ସ୍ଥାନାନ୍ତର କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସୁକେଶ ଚନ୍ଦ୍ରଶେଖର କହିଥିଲେ ଯେ ସେ ତିହାର ଜେଲର ଅଧିକାରୀମାନଙ୍କୁ ୧୨ କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହା ସ୍ପଷ୍ଟ କରିସାରିଛି। ତଦନ୍ତକାରୀ ସଂସ୍ଥା କହିଛି ଯେ ନିର୍ଯାତନାରୁ ନିଜକୁ ରକ୍ଷା କରିବା ଏବଂ ଜେଲ ଭିତରୁ ନିଜର ସିଣ୍ଡିକେଟ୍ ଚଳାଇବା ପାଇଁ ଏହି ଟଙ୍କା ଦିଆଯାଇଥିଲା। ଏହି ମାମଲାର ମଧ୍ୟ ତଦନ୍ତ ଚାଲିଛି।

କେଉଁ କେଉଁ ଜେଲ୍‌ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଛି ସେମାନଙ୍କ ନାଁ କହିବା ପାଇଁ ସୁକେଶକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଜେଲ ଭିତରେ ରହି ଏତେ ଟଙ୍କା କେଉଁଠୁ ଯୋଗାଡ କଲ ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମନିଲଣ୍ଡରିଂ ଓ କୋଟି କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ଅଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Related story