ହିଜାବ ବିବାଦ: କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ହିଜାବକୁ ନେଇ ଥମୁନି ବିବାଦ। ହିଜାବ ବ୍ୟାନ୍‌ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ ତାରିଖରେ ହେବ। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ଶ୍ରେଣୀ ଗୃହରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ ଉଡ୍ଡୁପିର ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହିଜାବ […]

SC on Hijab Row

Madhupriya Mistry
  • Published: Monday, 29 August 2022
  • , Updated: 29 August 2022, 01:19 PM IST

ନୂଆଦିଲ୍ଲୀ: ହିଜାବକୁ ନେଇ ଥମୁନି ବିବାଦ। ହିଜାବ ବ୍ୟାନ୍‌ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ଶ୍ରେଣୀ ଗୃହରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ ଉଡ୍ଡୁପିର ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହିଜାବ ପିନ୍ଧିବା ଇସଲାମର ଧର୍ମ କିନ୍ତୁ ଜରୁରୀ ଧାର୍ମିକ ପ୍ରଥାର ଅଂଶ ନୁହେଁ। ସ୍କୁଲ ଓ କଲେଜ ୟୁନିଫର୍ମକୁ ପିନ୍ଧିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ହାଇକୋର୍ଟ ସ୍କୁଲ ଓ କଲେଜ ଭିତରେ  ସମାନତା, ଅଖଣ୍ଡତା ଏବଂ ସାଧାରଣ ଶୃଙ୍ଖଳାକୁ ବାଧା ଦେଉଥିବା ପୋଷାକ ପିନ୍ଧିବା ଉପରେ ରୋକ ଲଗାଇଥିଲେ।

ଶିକ୍ଷାନୁଷ୍ଠାନଗୁଡିକ ନିର୍ଦ୍ଧାରିତ କରିଥିବା ୟୁନିଫର୍ମକୁ ଛାତ୍ରଛାତ୍ରୀମାନେ ପାଳନ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଏହି କୋର୍ଟ ଏହି ରାୟ ଶୁଣାଇଥିଲେ। ତେବେ ହାଇକୋର୍ଟଙ୍କ ଏହି ରାୟକୁ ବିରୋଧ କରି ନିବା ନାଜ ନାମକ ଜଣେ ଛାତ୍ରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କର୍ଣ୍ଣାଟକ ହାଇକୋର୍ଟ 'ଧର୍ମର ସ୍ୱାଧୀନତା' ଏବଂ 'ବ୍ୟକ୍ତିର ସ୍ୱାଧୀନତା'କୁ ନେଇ ତ୍ରୁଟି ରାୟ ଦେଇଥିବା ସେ ନିଜ ଆବେଦନରେ କହିଥିଲେ। ଏହି ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।

Related story