ନାରକୀୟ କାଣ୍ଡ: ମହିଳା ଭଲିବଲ୍‌ ଖେଳାଳିଙ୍କ ମୁଣ୍ଡ କାଟିଦେଲା ତାଲିବାନ

ନୂଆଦିଲ୍ଲୀ: ତାଲିବାନୀ ଆତଙ୍କବାଦୀଙ୍କ ନୃଶଂସକାଣ୍ଡ। ଜାରି ରହିଛି ମହିଳା ବିରୋଧୀ ହିଂସା।  ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ଜୁନିୟର ମହିଳା ଜାତୀୟ ଭଲିବଲ ଦଳର ଜଣେ ସଦସ୍ୟଙ୍କ ମୁଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି। ଏକ ସାକ୍ଷାତକାରରେ ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ ଦଳର କୋଚ ଏକଥା କହିଛନ୍ତି । ଚଳିତ ଅକ୍ଟୋବର ମାସରେ ମହଜାବିନ ହାକିମ୍ ନାମ୍ନୀ ଜଣେ ମହିଳା ଖେଳାଳିଙ୍କୁ ହତ୍ୟା କରିଛନ୍ତି ତାଲିବାନି ।  କିନ୍ତୁ ଏହି ଭୟଙ୍କର ହତ୍ୟାକାଣ୍ଡ ବିଷୟରେ ପରିବାର ଲୋକେ […]

girl

Tapas Behera
  • Published: Wednesday, 20 October 2021
  • , Updated: 20 October 2021, 05:58 PM IST

ନୂଆଦିଲ୍ଲୀ: ତାଲିବାନୀ ଆତଙ୍କବାଦୀଙ୍କ ନୃଶଂସକାଣ୍ଡ। ଜାରି ରହିଛି ମହିଳା ବିରୋଧୀ ହିଂସା।  ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ଜୁନିୟର ମହିଳା ଜାତୀୟ ଭଲିବଲ ଦଳର ଜଣେ ସଦସ୍ୟଙ୍କ ମୁଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି। ଏକ ସାକ୍ଷାତକାରରେ ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ ଦଳର କୋଚ ଏକଥା କହିଛନ୍ତି । ଚଳିତ ଅକ୍ଟୋବର ମାସରେ ମହଜାବିନ ହାକିମ୍ ନାମ୍ନୀ ଜଣେ ମହିଳା ଖେଳାଳିଙ୍କୁ ହତ୍ୟା କରିଛନ୍ତି ତାଲିବାନି ।  କିନ୍ତୁ ଏହି ଭୟଙ୍କର ହତ୍ୟାକାଣ୍ଡ ବିଷୟରେ ପରିବାର ଲୋକେ ଜାଣି ନଥିଲେ।

ଅଶ୍ରଫ ଘନି ସରକାରଙ୍କ ପତନ ପୂର୍ବରୁ ମହଜାବିନ କାବୁଲ ମ୍ୟୁନିସିପାଲିଟି ଭଲିବଲ କ୍ଲବ ପାଇଁ ଖେଳିଥିଲେ। ସମ୍ପୃକ୍ତ ମହିଳା ଖେଳାଳି ଜଣକ ଉକ୍ତ କ୍ଲବର ଜଣେ ଜଣାଶୁଣା ତାରକା ଥିଲେ। ତାଙ୍କ ଗଳାକଟାଇ ଯାଇଥିବା ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ ଦଳର କୋଚ କହିଛନ୍ତି ଯେ, ଅଗଷ୍ଟରେ ତାଲିବାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପୂର୍ବରୁ ଦଳର ଦୁଇଜଣ ଖେଳାଳି ଦେଶରୁ ପଳାୟନ କରିବାରେ ସକ୍ଷମ ହୋଇଥିଲେ।

ହେଲେ  ମହଜାବିନ ଦୁର୍ଭାଗ୍ୟବସତଃ ତାଲିବାନିଙ୍କ ହାବୁଡ଼ରେ ପଡ଼ିଯାଥିଲେ। ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ତାଲିବାନି ଆତଙ୍କବାଦୀମାନେ ମହିଳା ଆଥଲେଟଙ୍କୁ  ‌ଖୋଜି ଖୋଜି ହତ୍ୟା କରୁଛନ୍ତି। ଫଳରେ ପ୍ରାୟତଃ ସବୁ  ମହିଳା ଭଲିବଲ୍ ଖେଳାଳିମାନେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ତାଲିବାନ ଆଫଗାନିସ୍ତାନକୁ ଅଧିକାର କରିବା ପରେ ସେଠାରେ କ୍ରୀଡା, ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ସମସ୍ତ ମହିଳା କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ଆଫଗାନିସ୍ତାନର ଝିଅଙ୍କୁ  ସ୍କୁଲରେ ପାଠପଢ଼ିବାକୁ ବାରଣ କରାଯାଇଛି।

Related story