ସୀମାରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ନିୟୋଜିତ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାରେ ନିୟୋଜିତ ହେବେ ଆତ୍ମଘାତୀ ବିସ୍ଫୋରଣକାରୀ। ତାଲିବାନ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଏକ ସ୍ୱତନ୍ତ୍ର ବାଟାଲିୟନ ତିଆରି କରିଛି।  ଯେଉଁମାନେ ଆଫଗାନିସ୍ତାନର ସୀମାରେ ନିୟୋଜିତ ହେବେ ବୋଲି ଜଣାଯାଇଛି। ଆଫାଗାନର ଡେପୁଟି ଗଭର୍ଣ୍ଣର ମଲ୍ଲିକ ନିସାର ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ, ତାଜିକିସ୍ତାନ ଏବଂ ଚୀନ୍ ସୀମାବର୍ତ୍ତୀ ଉତ୍ତର-ପୂର୍ବ ବାଦାଖଶାନ ପ୍ରଦେଶର ସୀମାରେ ଆତ୍ମଘାତୀ ବିସ୍ଫୋରଣକାରୀ ବାଟାଲିୟନ ସୃଷ୍ଟି କରାଯାଇଛି। ଅହମ୍ମଦ କହିଛନ୍ତି ଯେ ଏହି ବାଟାଲିୟନର ନାମ ଲଶ୍କର-ଏ-ମନସୁରୀ ରଖାଯାଇଛି। ସେ ଆହୁରି କହିଛନ୍ତି […]

Taliban

Tapas Behera
  • Published: Saturday, 02 October 2021
  • , Updated: 02 October 2021, 09:08 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାରେ ନିୟୋଜିତ ହେବେ ଆତ୍ମଘାତୀ ବିସ୍ଫୋରଣକାରୀ। ତାଲିବାନ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଏକ ସ୍ୱତନ୍ତ୍ର ବାଟାଲିୟନ ତିଆରି କରିଛି।  ଯେଉଁମାନେ ଆଫଗାନିସ୍ତାନର ସୀମାରେ ନିୟୋଜିତ ହେବେ ବୋଲି ଜଣାଯାଇଛି। ଆଫାଗାନର ଡେପୁଟି ଗଭର୍ଣ୍ଣର ମଲ୍ଲିକ ନିସାର ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ, ତାଜିକିସ୍ତାନ ଏବଂ ଚୀନ୍ ସୀମାବର୍ତ୍ତୀ ଉତ୍ତର-ପୂର୍ବ ବାଦାଖଶାନ ପ୍ରଦେଶର ସୀମାରେ ଆତ୍ମଘାତୀ ବିସ୍ଫୋରଣକାରୀ ବାଟାଲିୟନ ସୃଷ୍ଟି କରାଯାଇଛି। ଅହମ୍ମଦ କହିଛନ୍ତି ଯେ ଏହି ବାଟାଲିୟନର ନାମ ଲଶ୍କର-ଏ-ମନସୁରୀ ରଖାଯାଇଛି।

ସେ ଆହୁରି କହିଛନ୍ତି ଯେ, ଏହି ବାଟାଲିୟନ ପୂର୍ବରୁ ଆଫଗାନିସ୍ତାନ ସରକାରଙ୍କ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତ୍ମଘାତୀ ଆକ୍ରମଣ କରିବ। ଏହି ବାଟାଲିୟନ ନହେଲେ ଆମେରିକାର ପରାଜୟ ସମ୍ଭବ ନୁହେଁ। ଏମାନେ ଆଫଗାନିସ୍ତାନରେ ଆମେରିକାର ବେସକୁ ବିସ୍ଫୋରଣ ପାଇଁ ଅଣ୍ଟା ଭିଡ଼ିଥିଲେ ବୋଲି ସେ କହିଛନ୍ତି। ଏମାନେ ଭୟଭୀତ ନୁହଁନ୍ତି ।

ଯେଉଁମାନେ ଆଲ୍ଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରନ୍ତି। ଲଶ୍କର-ଇ-ମନସୁରୀ ସହିତ ବଦ୍ରି ୩୧୩ ହେଉଛି ଅନ୍ୟ ଏକ ବାଟାଲିୟନ ଯାହା କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିୟୋଜିତ ଥିଲା। ଏମାନେ ଆଧୁନିକ ସାମରିକ ଗୋଷ୍ଠୀ ଭାବରେ ବେଶ ଜଣାଶୁଣା।

Related story