ପତ୍ନୀଙ୍କୁ ମାରି ହ୍ରଦରେ ଭସାଇ ଦେଇଥିଲା ସ୍ୱାମୀ, ୫ ମାସ ପରେ ଉଦ୍ଧାର ହେଲା ଶବ

ତିରୁପତି: ଦୀର୍ଘ ୫ ମାସ ପରେ ହ୍ରଦ ମଧ୍ୟରୁ ପୁଲିସ୍‌ ଜଣେ ମହିଳାଙ୍କ ଶବ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି ମହିଳାଙ୍କୁ ତାଙ୍କ ସ୍ୱାମୀ ୫ ମାସ ତଳେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଗୋଟିଏ ସୁଟକେସରେ ଭର୍ତ୍ତି କରି ତିରୁପତିରେ ଥିବା ହ୍ରଦରେ ଭସାଇ ଦେଇଥିଲେ। ମୃତ ମହିଳା ଜଣଙ୍କ ହେଲେ ପଦ୍ମା। ମଙ୍ଗଳବାର ଅର୍ଥାତ ଆଜି ପୁଲିସ ଘଟଣାର ୫ ମାସ ପରେ ପଦ୍ମାଙ୍କ ମୃତଦେହ ଭେଙ୍କଟପୁରମରେ […]

padma

Hemant Lenka
  • Published: Tuesday, 31 May 2022
  • , Updated: 31 May 2022, 08:10 PM IST

ତିରୁପତି: ଦୀର୍ଘ ୫ ମାସ ପରେ ହ୍ରଦ ମଧ୍ୟରୁ ପୁଲିସ୍‌ ଜଣେ ମହିଳାଙ୍କ ଶବ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି ମହିଳାଙ୍କୁ ତାଙ୍କ ସ୍ୱାମୀ ୫ ମାସ ତଳେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଗୋଟିଏ ସୁଟକେସରେ ଭର୍ତ୍ତି କରି ତିରୁପତିରେ ଥିବା ହ୍ରଦରେ ଭସାଇ ଦେଇଥିଲେ।

ମୃତ ମହିଳା ଜଣଙ୍କ ହେଲେ ପଦ୍ମା। ମଙ୍ଗଳବାର ଅର୍ଥାତ ଆଜି ପୁଲିସ ଘଟଣାର ୫ ମାସ ପରେ ପଦ୍ମାଙ୍କ ମୃତଦେହ ଭେଙ୍କଟପୁରମରେ ଥିବା ଗୋଟିଏ ହ୍ରଦରୁ ଉଦ୍ଧାର କରିଛି। ପୁଲିସ ଏହି ଘଟଣାରେ ପଦ୍ମାଙ୍କ ସ୍ୱାମୀ ବେନୁଗୋପାଲଙ୍କୁ ଗିରଫ କରିଛି। ସେ ପେଶାରେ ଜଣେ ସଫ୍ଟୱେର ଇଞ୍ଜିନିୟର। ଓ ହାଇଦ୍ରାବାଦର ଗୋଟିଏ ବଡ଼ କମ୍ପାନୀରେ କାମ କରୁଥିଲେ।

ପୁଲିସ୍‌ କହିଛି ଯେ ବେନୁଗୋପାଲ ପ୍ରଥମେ ପଦ୍ମା ତାଙ୍କ ସହ ହାଇଦ୍ରାବାଦରେ ରହିଛନ୍ତି ବୋଲି ଶ୍ୱଶୁର ଘର ଲୋକଙ୍କୁ କହି ଚାଲିଥିଲେ। କିନ୍ତୁ ୫ ମାସ ହେଲା ପଦ୍ମାଙ୍କ ଫୋନ ଆସୁ ନଥିବାରୁ ତାଙ୍କ ବାପା ମା’ ସନ୍ଦେହ କରିଥିଲେ ଓ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବା ସହ ବେନୁଗୋପାଲଙ୍କୁ ଜେରା କରିଥିଲା। ଏହି ସମୟରେ ସେ ଜାନୁଆରୀ ୫ରେ ପଦ୍ମାଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ।

ପଦ୍ମା ଓ ବେନୁଗୋପାଲଙ୍କ ମଧ୍ୟରେ ବହୁ ଦିନ ଆଗରୁ ବିବାଦ ଲାଗି ରହିଥିଲା। ଏପରି କି ପଦ୍ମା ବିବାଦ କାରଣରୁ ୨ ବର୍ଷ ହେଲା ତାଙ୍କ ବାପା ମା’ଙ୍କ ପାଖରେ ରହୁଥିଲେ। କିନ୍ତୁ ଜାନୁଆରୀ ୫ରେ ହିଁ ବେନୁଗୋପାଲ ବିବାଦର ସମାଧାନ କରି ପଦ୍ମାଙ୍କୁ ସାଙ୍ଗରେ ଧରି ହାଇଦ୍ରାବାଦ ଆସିଥିଲେ।

କୋର୍ଟରେ ଉଭୟଙ୍କ ଛାଡ଼ପତ୍ର ମାମଲା ମଧ୍ୟ ଚାଲିଥିଲା। ମାମଲା ଚାଲିଥିବା ବେଳେ ବେନୁଗୋପାଲ ବାରମ୍ବାର ପଦ୍ମାଙ୍କ ବାପା ମା’ଙ୍କୁ ବୁଝାଇ ସବୁ କିଛି ଭୁଲି ଯିବାକୁ ଅନୁରୋଧ କରିଥିଲେ। ଏହାପରେ ସେ ପଦ୍ମାଙ୍କୁ ଧରି ହାଇଦ୍ରାବାଦ ଯାଇଥିଲେ। ବାପା ମା’ ମଧ୍ୟ ବେନୁଗୋପାଲ ବଦଳି ଯାଇଥିବା ଭାବି ନେଇଥିଲେ। କିନ୍ତୁ ସେମାନେ ଯେତେବେଳେ ବି ପଦ୍ମାଙ୍କ ସହ କଥା ହେବାକୁ ଚାହୁଁଥିଲେ ବେନୁଗୋପାଲ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ବୁଝାଇ ଦେଉଥିଲେ। କିନ୍ତୁ ୫ ମାସ ଭିତରେ ଥରେ ହେଲେ ଫୋନ ନ ଆସିବାରୁ ସେମାନେ ଦୁଇ ଦିନ ତଳେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ୨୦୧୯ ଏପ୍ରିଲରେ ବେନୁଗୋପାଲ ଓ ପଦ୍ମାଙ୍କ ବାହାଘର ହୋଇଥିଲା। ବାହାଘର ପରେ ଉଭୟ ଚେନ୍ନାଇରେ ରହୁଥିଲେ। କିନ୍ତୁ କିଛି ମାସ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଶେଷରେ ପଦ୍ମା ରାଗି ଯାଇ ନିଜ ବାପା ମା’ଙ୍କ ପାଖକୁ ଚାଲି ଆସିଥିଲେ। ଉଭୟେ ପରସ୍ପର ବିରୋଧରେ ମାମଲା ମଧ୍ୟ କରିଥିଲେ। ବେନୁଗୋପାଲ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ପଦ୍ମା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ବିବାଦ ଚାଲିଥିବା ବେଳେ ଚଳିତ ବର୍ଷ ଜାନୁଆରୀ ୫ରେ ବେନୁଗୋପାଲ ଶାଶୂ ଶ୍ୱଶୁରଙ୍କୁ ବୁଝାସୁଝା କରି ପଦ୍ମାଙ୍କୁ ନିଜ ଘରକୁ ଆଣିଥିଲେ। ହେଲେ ଘରେ ପହଞ୍ଚିବା ପରେ ତାଙ୍କୁ କାଠଫାଳିଆରେ ପ୍ରବଳ ମାଡ଼ ମାରିଥିଲେ। ଏଥିଯୋଗୁ ତାଙ୍କୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ବେନୁଗୋପାଲଙ୍କ ବାପା ମା’ ଓ ଜଣେ ସାଙ୍ଗ ଉପସ୍ଥିତି ରହିଥିଲେ। ପଦ୍ମା ପ୍ରାଣ ହରାଇବାରୁ ସେମାନେ ମୃତଦେହକୁ ଗୋଟିଏ ଦଉଡ଼ିରେ ବାନ୍ଧି ସୁଟକେସରେ ଭର୍ତ୍ତି କରିଦେଇଥିଲେ। ଏହାପରେ ବେନୁଗୋପାଲ ଉକ୍ତ ସୁଟକେସ୍‌କୁ ନିକଟସ୍ଥ ହ୍ରଦରେ ବସାଇ ଦେଇଥିଲେ। ଏଥିସହ ନିଜ ବାପା ମା’ଙ୍କୁ ଧରି ତିରୁପତି ଛାଡ଼ି ଦେଇଥିଲେ।

ପଦ୍ମାଙ୍କ ସମ୍ପର୍କୀୟମାନେ କହିଛନ୍ତି, ଯୌତୁକ ପାଇଁ ବାହାଘରର ପ୍ରଥମ ଦିନରୁ ହିଁ ପଦ୍ମାଙ୍କୁ ବେନୁଗୋପାଲ ଓ ତାଙ୍କ ପରିବାର ଲୋକ ନିର୍ଯାତନା ଦେଉଥିଲେ। ତେଣୁ ବେନୁଗୋପାଲଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

Related story