ଅଭିନେତା ଜୟପ୍ରକାଶଙ୍କ ପରଲୋକ

ହାଇଦ୍ରାବାଦ: ବେଶ୍ ଜଣାଶୁଣା ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ହୋଇଯାଇଛି। ଆଜି ସକାଳେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ୧୯୮୮ରେ ଫିଲ୍ମ ‘ବ୍ରହ୍ମପୁତ୍ରୁଡୁ’ରୁ କ୍ୟାରିୟର ଆରମ୍ଭ କରିଥିବା ଜୟପ୍ରକାଶ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ବିଶେଷ କରି ତାଙ୍କ କମେଡି ରୋଲ୍ ଭାରି ଭଲ ଲାଗେ। ଭିଲିୟାନ୍ ରୋଲ୍‌ରେ ବି ସେ ଭାରି ଭୟଙ୍କର ଲାଗନ୍ତି। Telugu cinema and theatre has […]

jayaprakash

Jitendra Garnayak
  • Published: Tuesday, 08 September 2020
  • , Updated: 08 September 2020, 11:06 AM IST

ହାଇଦ୍ରାବାଦ: ବେଶ୍ ଜଣାଶୁଣା ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ହୋଇଯାଇଛି। ଆଜି ସକାଳେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

୧୯୮୮ରେ ଫିଲ୍ମ ‘ବ୍ରହ୍ମପୁତ୍ରୁଡୁ’ରୁ କ୍ୟାରିୟର ଆରମ୍ଭ କରିଥିବା ଜୟପ୍ରକାଶ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ବିଶେଷ କରି ତାଙ୍କ କମେଡି ରୋଲ୍ ଭାରି ଭଲ ଲାଗେ। ଭିଲିୟାନ୍ ରୋଲ୍‌ରେ ବି ସେ ଭାରି ଭୟଙ୍କର ଲାଗନ୍ତି।

ଶେଷଥର ପାଇଁ ଫିଲ୍ମ ‘ସାରିଲେରୁ ନୀକେବ୍ବାରୁ’ରେ ତାଙ୍କୁ ଦେଖିବାକୁ ମିଳିଥିଲା, ଯାହା ଚଳିତ ବର୍ଷ ପ୍ରାରମ୍ଭରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ମହେଶ ବାବୁ ଲିଡ୍ ରୋଲ୍‌ରେ ଅଭିନୟ କରିଥିଲେ। ସେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଓ ସେଥିରେ କିଛି ତାମିଲ ଫିଲ୍ମ ବି ଅଛି।

ଜୟପ୍ରକାଶ ୪୦ ବର୍ଷ ବୟସରେ ବଡ଼ପରଦାରେ ପାଦ ଦେଇଥିଲେ। ତା’ପୂର୍ବରୁ ସେ ଜଣେ ପୁଲିସ୍‌ ସବ୍‌-ଇନ୍ସପେକ୍ଟର ଥିଲେ। ତାଙ୍କ ମୃତ୍ୟୁରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ କଳାକାର ଓ ଅନ୍ୟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି।

Related story