ଜମ୍ମୁ : ହିନ୍ଦୁ ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ କେତେକ ସ୍ଥାନରେ ହିନ୍ଦୁ ମନ୍ଦିର ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତମାନେ ଜମ୍ମୁ-କାଶ୍ମୀର ଦୋଦା ଜିଲ୍ଲାରେ ଥିବା ହିନ୍ଦୁ ମନ୍ଦିର  ଭାଙ୍ଗିଦେଇଛନ୍ତି।  ଏହି ଘଟଣାରେ ସ୍ଥାନୀୟ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ବାସୁକୀ ନାଗ ମନ୍ଦିର ଭଙ୍ଗାଯାଇଥିବା ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୧୭,୪୦୦ ଫୁଟ୍ ଉଚ୍ଚ କୈଳାଶ କୁଣ୍ଡରେ ଏହି ମନ୍ଦିର ଥିଲା। ମନ୍ଦିର ଭାଙ୍ଗିବା […]

temple

Tapas Behera
  • Published: Monday, 06 June 2022
  • , Updated: 06 June 2022, 10:17 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରେ କେତେକ ସ୍ଥାନରେ ହିନ୍ଦୁ ମନ୍ଦିର ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତମାନେ ଜମ୍ମୁ-କାଶ୍ମୀର ଦୋଦା ଜିଲ୍ଲାରେ ଥିବା ହିନ୍ଦୁ ମନ୍ଦିର  ଭାଙ୍ଗିଦେଇଛନ୍ତି।  ଏହି ଘଟଣାରେ ସ୍ଥାନୀୟ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ବାସୁକୀ ନାଗ ମନ୍ଦିର ଭଙ୍ଗାଯାଇଥିବା ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୧୭,୪୦୦ ଫୁଟ୍ ଉଚ୍ଚ କୈଳାଶ କୁଣ୍ଡରେ ଏହି ମନ୍ଦିର ଥିଲା। ମନ୍ଦିର ଭାଙ୍ଗିବା ପରେ ଘଟଣା ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ପୂର୍ବତନ ଡୋଗ୍ରା ମହାରାଜା ହରିସଂହଙ୍କ ନାତି ବିକ୍ରମାଦିତ୍ୟ ସିଂହ କହିଛନ୍ତି  ସ୍ଥାନୀୟ ଦୁର୍ବୃତ୍ତ ଦ୍ୱାରା ଭାଦେରୱାହା କୌଳାଶକୁଣ୍ଡରେ ଥିବା ବାସୁକୀ ନାଗ ମନ୍ଦିର ଭଙ୍ଗାଯାଇଛି।  ଘଟଣା ସମ୍ପର୍କରେ ବ୍ୟକ୍ତିଗତ ଭାବେ ଦୋଦା ଡିସି ଓ ଏସ୍‌ଏସ୍‌ପିଙ୍କ ସହ ସେ କଥା ହୋଇଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବରକୁ ସେ ଦାବି କରିଛନ୍ତି।

Related story